ETV Bharat / state

ଚାଲି ପାରୁନି ଗୃହ: ମଦମୃତ୍ୟୁ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା, RDC ସ୍ତରୀୟ ତଦନ୍ତ ଦାବି କଲା ବିଜେଡି - Hooch tragedy issue in Assembly - HOOCH TRAGEDY ISSUE IN ASSEMBLY

House adjourns in Hooch tragedy issue in Assembly: କାଲି ପରି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା । ଆଜି ଗଞ୍ଜାମ ମଦମୃତ୍ୟୁ ପ୍ରସଙ୍ଗରେ ହୋହାଲ୍ଲା କଲେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ଅଧିକ ପଢନ୍ତୁ

ଚାଲି ପାରୁନି ଗୃହ: ଆଜି ମଧ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା, 11.30 ଯାଏ ଗୃହ ମୁଲତବୀ
ଚାଲି ପାରୁନି ଗୃହ: ଆଜି ମଧ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା, 11.30 ଯାଏ ଗୃହ ମୁଲତବୀ (ETV Bharat Odisha)
author img

By ETV Bharat Odisha Team

Published : Aug 21, 2024, 11:03 AM IST

Updated : Aug 21, 2024, 12:42 PM IST

ଭୁବନେଶ୍ବର: ଆଜି ମଧ୍ୟ ସ୍ବାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗଞ୍ଜାମ ମଦମୃତ୍ୟୁ ପ୍ରସଙ୍ଗରେ ସରକାରକୁ ଘେରିଛନ୍ତି । ଗୃହରେ ନାରାବାଜୀ ଓ ହୋହାଲ୍ଲା କରିଛନ୍ତି ବିରୋଧୀ । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ପୂର୍ବାହ୍ନ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପରବର୍ତ୍ତୀ ସ୍ଥିତିରେ ସୁଧାର ନଆସିବା କାରଣରୁ ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ ଘୋଷଣା କରାଯାଇଛି ।

ଚାଲି ପାରୁନି ଗୃହ: ମଦମୃତ୍ୟୁ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା, 11.30 ଯାଏ ଗୃହ ମୁଲତବୀ (ETV Bharat Odisha)

ଗତକାଲି ମଧ୍ୟ ଦେଖାଯାଇଥିଲା ଅଚଳାବସ୍ଥା:-

ଗତକାଲିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଗତକାଲି ପ୍ରଥମ କାର୍ଯ୍ୟଦିବସରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ବିରୋଧୀ ସଦସ୍ୟମାନେ କ୍ୟାମ୍ପସ ନିର୍ବାଚନ ଓ ରାଜ୍ୟପାଳଙ୍କ ପୁଅ ‘ଏଏସଓ’ଙ୍କୁ ମାଡ ମାରିବା ଘଟଣାରେ ସରକାରଙ୍କୁ ହୋହାଲ୍ଲା କରିଥିଲେ । ଫଳରେ ଦୁଇଟି ପର୍ଯ୍ୟାୟରେ ଗୃହକୁ ମୁଲତବୀ କରିବାକୁ ପଡିଥିଲା । ଆଜି ମଧ୍ୟ ଦ୍ବିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଉଭୟ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା କରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ବିରୋଧ ପଦର୍ଶନ ।

ବିଜେଡି ମଦମୃତ୍ୟୁ ଓ କଂଗ୍ରେସ ଉଠାଇଲା ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ:

ଚାଲି ପାରୁନି ଗୃହ (ETV Bharat Odisha)

ବିଜୁ ଜନତା ଦଳ ମଦମୃତ୍ୟୁ ଘଟଣାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଥିବା ବେଳେ କଂଗ୍ରେସ ଆଦିବାସୀ ସଂରକ୍ଷଣ ଦାବି କରି ଗୃହରେ ହଙ୍ଗାମା କରିଥିଲା । ଓଡିଶାକୁ ନିଶାମୁକ୍ତ କରିବା ପ୍ରତିଶୃତି ଦେଇଥିଲେ ବିଜେପି । ଏବେ ସରକାରକୁ ଆସିଲା ପରେ ପ୍ରତିଶ୍ରୁତି ଭୁଲିଗଲେ କହି ଆସିକା ମଦମୃତ୍ୟୁ ଘଟଣାରେ ଆରଡିସି ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି । ସେପଟେ କଂଗ୍ରେସ ସଦସ୍ୟମାନେ ଆଦିବାସୀ ସଂରକ୍ଷଣ ଦାବି କରି ପାଟିତୁଣ୍ଡ କରିଛି । ଫଳରେ ପ୍ରଥମେ ପ୍ରଥମାର୍ଦ୍ଧରେ ପୂର୍ବାହ୍ନ ସାଢେ 11ଟା ଯାଏ ଓ ପରବର୍ତ୍ତୀ ସମୟରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ରହିଛି । ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ତଦନ୍ତ ଦାବି କଲା ବିଜେଡି:

ଏନେଇ ବିରୋଧି ଦଳର ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେଡି ନେତା ପ୍ରମିଳା ମଲ୍ଲିକ କହିଛନ୍ତି, ବିଷାକ୍ତ ମଦ ପିଇ ଜଣେ ମୃତ୍ୟୁ ହୋଇଛି ଅନେକ ଅସୁସ୍ଥ । ଏଥିରୁ ଜଣାପଡୁଛି ସରକାରଙ୍କ ମୁଖା କେତେ ପ୍ରକାର । ମଦ ବେପାରୀଙ୍କ ସହ ବିଜେପି ନେତାଙ୍କ ଲିଙ୍କ ରହିଛି । ତାକୁ ବନ୍ଦ କରିବାରେ ଅସମର୍ଥ ସରକାର । ନିଶା ବନ୍ଦ କରିବାକୁ RDC ସ୍ତରୀୟ ତଦନ୍ତ ପାଇଁ ଅମେ ଦାବି କରୁଛୁ । ଗୃହରେ ସ୍ପଷ୍ଟ କରନ୍ତୁ ସରକାର ତଦନ୍ତ କଣ ଚାଲିଛି । କିଏ ସେହି ବିଷାକ୍ତ ମଦ ବେପାରୀ, କେଉଁ ନେତାଙ୍କ ସହ ତାଙ୍କ ସମ୍ପର୍କ ରହିଛି । ଏ ସବୁର ରିପୋର୍ଟ ଗୃହରେ ପ୍ରକାଶ କରନ୍ତୁ ସରକାର ।

ଗୃହରେ ପାରିଲା ହେଲା ଅନୁସୂଚିତ ଜନଜାତି ଏବଂ ଜାତି ବିଭାଗର ଖର୍ଚ୍ଚ ଦାବି

ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ 2400 ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବେ ସରକାର । ଗୃହରେ ପାରିତ ହେଲା ଅନୁସୂଚିତ ଜନଜାତି ଏବଂ ଜାତି ବିଭାଗର ଖର୍ଚ୍ଚ ଦାବି । 5 ହଜାର 7ଶହ 49 କୋଟି ଟଙ୍କାର ଖର୍ଚ୍ଚ ଦାବି ପାରିତ ହୋଇଛି । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଖର୍ଚ୍ଚ ଦାବି ଆଲୋଚନା ଗୃହ ତ୍ୟାଗ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ଫଳରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଏହା ମଧ୍ୟ ପଢନ୍ତୁ:ଓଡ଼ିଶାରେ ଅନ୍ଧାରରେ ରହିବେନି କେହି, ସେପ୍ଟେମ୍ବର ସୁଦ୍ଧା ସବୁ ଘରେ ପହଞ୍ଚିବ ବିଜୁଳି: ଶକ୍ତି ମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 21, 2024, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.