ETV Bharat / state

ବିଧାନସଭାରେ ଉଠିଲା ମଦ ପ୍ରସଙ୍ଗଠୁ ଆଳୁ ମିଶନ, ନୂଆ-ଓ ଯୋଜନାରେ କେତେ ଖର୍ଚ୍ଚ କରିଛି ବିଜେଡି ଉତ୍ତର ରଖିଲେ ମନ୍ତ୍ରୀ - Hooch tragedy heat Odisha Assembly

Hooch tragedy heat in Odisha Assembly; BJP condemns indiscipline and behaviour of BJD MLAs inside House: ଆଜି ବିଧାନସଭାର 4ର୍ଥ ଦିନରେ ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିଥିଲା ଗୃହ । ବିଭିନ୍ନ ପ୍ରସଙ୍ଗରେ ଗୃହ ଉଠିଥିଲା । କେଉଁ କେଉଁ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇଛି । ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

author img

By ETV Bharat Odisha Team

Published : Aug 23, 2024, 12:25 PM IST

Updated : Aug 23, 2024, 10:06 PM IST

ଗୃହରେ ଅଚଳାବସ୍ଥା
ଗୃହରେ ଅଚଳାବସ୍ଥା (ETV Bharat Odisha)

ଭୁବନେଶ୍ବର: ଆଜି (ଶୁକ୍ରବାର) ବିଧାନସଭା ବଜେଟ ଅଧିବେଶର 2ୟ ପର୍ଯ୍ୟାୟ ଅଧିବେଶନର 4ର୍ଥ ଦିନ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକଙ୍କ ପ୍ରବଳ ହଙ୍ଗାମା ସାଙ୍ଗକୁ ଗଞ୍ଜାମ ମଦମୃତ୍ୟୁ ମାମଲା ପାଇଁ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏପଟେ ସରକାରୀ ଦଳ ବିଧାୟକ ଏହାକୁ ବିଶୃଙ୍ଖଳିତ ଆଚରଣ ଏବଂ ମହିଳା ବାଚସ୍ପତିଙ୍କ ପ୍ରତି ଅସମ୍ମାନ କହି କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଗୃହରେ ଅଚଳାବସ୍ଥା (ETV Bharat Odisha)

ବିରୋଧୀ ଜିଦରେ ଅଟଳ ଗୃହରେ ଅଚଳାବସ୍ଥା-
ଚାଲି ପାରୁନି ପ୍ରଶ୍ନକାଳ, ବିରୋଧୀଙ୍କ ହଟଗୋଳ, ବିରୋଧ, ନାରବାଜି ଇସ୍ତଫା ଦାବିରେ ଉଠିଲା ପଡିଲା ବିଧାନସଭା । ପୁଣି ଉଠିଲା ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି, ଆଜି ଗୃହ ଆରମ୍ଭରୁ ବିରୋଧୀଙ୍କ ବିରୋଧାଭାସ ଯୋଗୁଁ ଗୃହ ବାଧାପ୍ରାପ୍ତ ହେଲା । ବିରୋଧୀ ବିଜୁ ଜନତା ଦଳ ମଦ ମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ହୋ ହଲ୍ଲା ହୋଇଥିଲେ।

ମୋହନ ସରକାର ନ୍ୟାୟ ଦିଅ ,ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅ-

ଏଭଳି ନାରାରେ କମ୍ପିଲା ବିଧାନସଭା । କଂଗ୍ରେସ ସଦସ୍ୟମାନେ ମଧ୍ୟ ନିଜ ସ୍ଥାନରୁ ଉଠି ଗୃହର ମଧ୍ୟ ଭାଗକୁ ଯାଇ ହୋହଲ୍ଲା କରିଥିଲେ । "ମଦମୃତ୍ୟୁ ଘଟଣାରେ ସରକାର ସ୍ପଷ୍ଟୀକରଣ ରଖନ୍ତୁ ,ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଫଟୋ ଭାଇରାଲ ହେଉଛି । ଶାସକ ଦଳ ନେତାଙ୍କ ସହ ସମ୍ପୃକ୍ତି ରହିଛି । ଦୁଇ ଦୁଇ ଜଣ ମଦ ପିଇ ମରିଗଲେ,ଚୋରା ବେପାରୀ ମାନଙ୍କ ସହ ସରକାରଙ୍କ ସଲାସୁତୁରା ରହିଛି ।ଓଡ଼ିଆ ଅସ୍ମିତା, ନିଶାମୁକ୍ତ ଓଡିଶା କଥା କହିଥିଲେ । ମନ୍ତ୍ରୀ ହସ୍ପିଟାଲରେ ରୋଗୀ ମାନଙ୍କୁ ଦେଖିକି ଆସିଲେ । ଏବେ ନୀତି ନୈତିକତା। ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ନିଜେ କୌଣସି କାର୍ଯ୍ୟକରିପାରିବେ ନାହିଁ । ରଙ୍ଗ ପରିବର୍ତ୍ତନ କରିବେ,ଫଟୋ ପରିବର୍ତ୍ତନ କରିବେ," ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ।

‘ଗୃହକୁ ଚଳେଇବାକୁ ବିରୋଧୀଙ୍କ ଉଦ୍ଦେଶ୍ୟ ନାହିଁ’

ତେବେ ବିଭାଗୀୟ ମନ୍ତ୍ରୀ ସିଧା MKCG ମେଡ଼ିକାଲ ଯାଇ ଚିକିତ୍ସିତଙ୍କୁ ଭେଟିଥିଲେ । ଗୃହକୁ ଚଲେଇବା ପାଇଁ ବିରୋଧୀଙ୍କ ଉଦ୍ଦେଶ୍ୟ ନାହିଁ । ନିଜେ ହାଇଲାଇଟ ହେବା ପାଇଁ ଏଭଳି କରିଛନ୍ତି । ଜଣେ ଜାଣିବା ଶୁଣିବା ଲୋକେ ଯଦି ଏଭଳି କରେ ତହେଲେ କଣ କରିବା ବୋଲି କହିଛନ୍ତି ବିଜେପି ବିଧାୟକ ପୂର୍ବାଚନ୍ଦ୍ର ସେଠି ।

ଗୃହରେ ବିଜେଡିର ହାଇଡ୍ରାମା, ପୋଡିୟମ ଉପରକୁ ଚଢିଗଲେ:

ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିରୋଧୀ ବିଧାୟକ । ସେପଟେ ପ୍ରଶ୍ନକାଳ ଜାରି ରହିଥିଲା। ସରକାରୀ ଦଳର ସଦସ୍ୟମାନେ ପ୍ରଶ୍ନ ରଖିଥିଲେ,ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଥିଲେ । ବାଚସ୍ପତିଙ୍କ ପୋଡିୟମ ଉପରକୁ ବିଜେଡି ସଦସ୍ୟ ମାଧବ ଧଡ଼ା ଏବଂ ରୋମାଞ୍ଚ ବିଶ୍ୱାଳ । ସେପଟେ କଂଗ୍ରେସର ସଦସ୍ୟମାନେ ବାଚସ୍ପତିଙ୍କ ଟେବଲ ଉପରକୁ ଯିବାକୁ ଉଦ୍ଦ୍ୟତ ହେଉଥିବା ବେଳେ ଅଟକାଇ ଥିଲେ । ବାଚସ୍ପତି ବିରୋଧୀଙ୍କୁ ଅନୁରୋଧ କରିଥିଲେ ନିଜ ନିଜ ସ୍ଥାନ କୁ ଯିବା ପାଇଁ ହେଲେ ବିରୋଧୀ ନଛୋଡ ବନ୍ଧା । ସରକାର ତୁମେ ଆମ ଦାବି ମାନି ନିଅ । ଗୃହକୁ 11.30 ପର୍ଯ୍ୟନ୍ତ ମୂଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ବିଭାଗ ଉପରେ ମନ୍ତ୍ରୀଙ୍କ ନିୟନ୍ତ୍ରଣ ନାହିଁ:

ଚିକିଟି ମଦମୃତ୍ୟୁ ଘଟଣାକୁ ନେଇ ଗୃହରେ ଉଦବେଗ । ମଦମୃତ୍ୟୁ ପ୍ରସଙ୍ଗରେ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ସରଗରମ ହେଲା ଆଲୋଚନା । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ ବି ଉଠାଇଲେ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ । କେବଳ କେଇ ଜଣଙ୍କୁ ନିଲମ୍ବନ କରିଦେଲେ ହେବେନି । ପୂର୍ବରୁ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାର ନଜିର ରହିଛି । ସରକାର ଆସିବା ପୂର୍ବରୁ ମଦମୁକ୍ତ ଓଡ଼ିଶା ଗଠନ କଥା କହିଥିଲେ । ବିଭାଗ ଉପରେ ମନ୍ତ୍ରୀଙ୍କ ନିୟନ୍ତ୍ରଣ ନାହିଁ ।

ବିଜେପିର ନିଶାମୁକ୍ତ ଓଡିଶା ଗଠନ ସ୍ଲୋଗାନ କୁଆଡେ ଗଲା:

ଅଶୋକ ଦାଶ କଂଗ୍ରେସ ବିଧାୟକ ଦଳ ଉପନେତା କହିଛନ୍ତି, "2012 ଫେବ୍ରୁଆରୀରେ କଟକରେ 29 ଜଣଙ୍କର ମଦ ମୃତ୍ୟୁ ହୋଇଥିଲା । ବିଜେପିର ନିଶାମୁକ୍ତ ଓଡିଶା ଗଠନ ସ୍ଲୋଗାନ କୁଆଡେ ଗଲା । ଯେଉଁ ମୁଦ୍ଦା ବିଜେପି ଉଠାଇଥିଲେ ସେ ଏବେ ସେହି ପ୍ରସଙ୍ଗ ଭିତରେ ଛନ୍ଦି ହୋଇଯାଇଛି । ଚିକିଟି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକର ରାତି ଅଧିଅ ବ୍ୟବଚ୍ଛେଦ କଲେ ସରକାର । ତା ଭିତରକୁ ଗଣମାଧ୍ୟମକୁ ଛଡା ଯାଇନଥିଲା । କ'ଣ ପାଇଁ ବେଆଇନ ମଦ ଭାଟି ଚାଲିଛି । ଅଧିକାରୀମାନଙ୍କୁ ବଦଳାଇ ଦେଲେ ଘଟଣା ଲୁଚି ଯିବନି । ମନ୍ତ୍ରୀ ଯେଉଁ କଥା ଗଣମାଧ୍ୟମକୁ ଦେଲେ ତାର ଆଲୋଚନା ପର୍ଯ୍ୟାଲୋଚନା ହେଉ ।"

ଅବକାରୀ ମନ୍ତ୍ରୀଙ୍କ ଉତ୍ତର:

ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର "ଦଣ୍ଡବିଧାନ ପାଇଁ ସରକାର ତତ୍ପର ଅଛନ୍ତି । ଅଭ୍ୟାସଗତ ମଦୁଆ ଏବଂ କର୍ମଚାରୀଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୃହରେ ସଦସ୍ୟମାନେ ଯେଉଁ ଉଦ୍ବେଗ ପ୍ରକାଶ କରିଛନ୍ତି, ସରକାର ତଥ୍ୟ ଲୁଚାଇବାକୁ ପ୍ରୟାସ କରୁଛନ୍ତି କହିବା ସମ୍ପୂର୍ଣ୍ଣ ମିଥ୍ୟା । ଅଗଷ୍ଟ ମାସରେ ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ମୌନ୍ଦପୁର ଗାଁରେ କିଛି ଲୋକଙ୍କ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । 17 ଜଣ MKCGରେ ଚିକିତ୍ସିତ ହେଉଛନ୍ତି । 4 ଜଣ ICUରେ ଅଛନ୍ତି । ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ଆରମ୍ଭ କରିଛନ୍ତି ସରକାର । କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।"

କଠୋର ପଦକ୍ଷେପ ଗ୍ରହଣ କରାଯାଇଛି:

ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି କହିଛନ୍ତି, "ମିଳିତ ଅବକାରୀ ଚଢ଼ାଉ ଆରମ୍ଭ କରି 6 ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଉ 2 ଜଣଙ୍କୁ ଅବକାରୀ ଥାନାରେ ଅଟକ ରଖାଯାଇଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ଭିସେରା ସଂଗ୍ରହ କରାଯାଇଛି । ଆଗକୁ ଫରେନସିକ୍‌ ଲ୍ୟାବକୁ ପଠାଯିବ । ଦିଗପହଣ୍ଡିରୁ 200 ଲିଟର ବିଷାକ୍ତ ମଦ ଜବତ ହୋଇଛି । 500 ଲିଟର ପୋଚୋ ଜବତ କରାଯାଇଛି। ID ମଦ ବିପୁଳ ପରିମାଣର ଜବତ ହୋଇଛି । କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । 376ଟି ବେଆଇନ ମଦ କାରବାର ଜାଗାକୁ ସିଜ କରାଯାଇଛି । 267 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । 20026 ଲିଟର ବିଷାକ୍ତ ମଦ ଜବତ କରାଯାଇଛି । ପ୍ରଭାବିତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯିବ, ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ବିଷାକ୍ତ ଅଡା ଭାଙ୍ଗିବେ ସରକାର । ଅବକାରୀ କମିଶନରଙ୍କୁ ବଦଳି କରାଯାଇଛି । SI ଏବଂ ଅନ୍ୟ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ବିଷାକ୍ତ ମଦ ଭାଟି ରାଜନୈତିକ ପ୍ରୋତ୍ସାହନରେ ଚାଲୁଥିଲା । ତାହା ସମ୍ପୂର୍ଣ୍ଣ ବନ୍ଦ ହେବ । ଧରପଗଡ଼ ଅଭିଯାନ ଏକ ନିର୍ଣ୍ଣାୟକ ମୋଡ଼କୁ ନେବେ ସରକାର ।"

ଅବକାରୀ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବିଜେଡି:

ସେପଟେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରିଛି ବିଜେଡି । ବେଆଇନ ମଦ ବନ୍ଦ କରନ୍ତୁ ସରକାର । ବିଜେଡି ଅନୁଧ୍ୟାନ ଟିମର ରିପୋର୍ଟ ପରେ ବିଧାନସଭାରେ ନିଜର ମତ ରଖିଲେ ପୂର୍ବତନ ଅବକାରୀ ମନ୍ତ୍ରୀ । ମଦମୃତ୍ୟୁ ହୋଇଥିବା ପରିବାର ପାଖକୁ ସରକାର ଏପର୍ଯ୍ୟନ୍ତ ଯାଇନାହାଁନ୍ତି । ବିରୋଧୀ ଦଳ ନେତାଙ୍କ ନିର୍ଦ୍ଦେଶରେ ଚିକିଟି ଯାଇ ମଦମୃତ୍ୟୁ ଦେଖିଲୁ । ସରକାରୀ ପଦାଧିକାରୀ କେହି ଯାଇ ନଥିଲେ । ପିଡିତଙ୍କ ପରିବାର ସହ ଆଲୋଚନା କରିଥିଲୁ ।20 ଓ 21 ତାରିଖରେ ୨ ଜଣ ମୃତ୍ୟୁବରଣ କରିଛନ୍ତି ।

ବୋଲ ମାନୁନି ପରିବା ଦର,ଆଳୁ ପରେ ଏବେ କନ୍ଦାଉଛି ପିଆଜ-

ଦୈନିକ ବ୍ୟବହାର୍ଯ୍ୟ ପନିପରିବା ରେଟ ଏବେ ଅକାଶଛୁଆଁ । ଆଳୁ ପରେ ଏବେ ପିଆଜ ଦର ବୃଦ୍ଧି କୁ ନେଇ ହନ୍ତସନ୍ତ ସାଧାରଣ ଲୋକେ।ପିଆଜ ଦର ଏବେ କିଲୋ ପିଛା 50।ଟଙ୍କାରୁ ଅଧିକ । ସାଧାରଣ ଖାଉଟି ଆଜି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ୱୀକାର କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପିଆଜ ଦର ବୃଦ୍ଧି ପାଇଛି ?

ମନ୍ତ୍ରୀ ପିଆଜ ଦର ବୃଦ୍ଧି ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି, "ପିଆଜ ବୃଦ୍ଧି ନେଇ ମନ୍ତ୍ରୀ ମାନିଲେ, ପିଆଜ ଦର ବୃଦ୍ଧି ହୋଇଛି । ଦୈନିକ ଦୁଇ ଦୁଇଟା ଗାଡି ପିଆଜ ଆସିବ।ସହ ସହ ଟ୍ରିପ ଆଳୁ ଆସୁଛି।ଏବେ ଆଳୁ ରେଟ ସ୍ୱାଭାବିକ ହେଲାଣି।ପଶ୍ଚିମବଙ୍ଗରୁ ଆଳୁ ଆସୁଛି । ଖୁବଶୀଘ୍ର ଓଡ଼ିଶାରେ ପହଞ୍ଚିବ ।"

ଆଗାମୀ ଦିନରେ ଦକ୍ଷତା ବିକାଶ ଓଡ଼ିଶାର ରୂପ ରେଖକୁ ବଦଳାଇବ:

ଉଚ୍ଚଶିକ୍ଷା ବିଭାଗକୁ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ନିଜର ମତବ୍ୟକ୍ତ କରିଛନ୍ତି, "ପ୍ରଥମ ଥର ପାଇଁ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗକୁ ଦକ୍ଷତା ବିକାଶ ସହ ଯୋଡିଛୁ । 30ଟି ଜିଲ୍ଲାରେ 31ଟି କଲେଜକୁ ଦକ୍ଷତା ବିକାଶ ସହ ଯୋଡ଼ା ଯାଇଛି । କୋରସେରା ସହିତ ପାଖାପାଖି 6 ହଜାର ପାଠ୍ୟ କ୍ରମର ବ୍ୟବସ୍ଥା କରାଯାଇଛି । ଏକ ଲକ୍ଷର ଲାଇସେନ୍ସ ବଣ୍ଟନ କରାଯିବ । ଏହା Digital ମାଧ୍ୟମରେ ଦିଆଯିବ । ଏହାଦ୍ୱାରା ଛାତ୍ରଛାତ୍ରୀ ମାନେ ପ୍ରତିଦ୍ବନ୍ଦିତା ମୂଳକ ହେଇପାରିବେ । ଏହା ସହିତ ନିଜେ ନିଜକୁ ପ୍ରସ୍ତୁତ କରିପାରିବେ ନିଜକୁ ସାମର୍ଥ୍ୟ କରିପାରିବେ । ଆମର ଲକ୍ଷ୍ୟ କିଭଳି ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ସ୍କିଲ କରେଇପାରିବୁ । ନିଯୁକ୍ତି ସହିତ ନିଜେ ସମର୍ଥ ହୁଅନ୍ତୁ, ଯାହା ଆଗାମୀ ଦିନରେ କିଛି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ସାହାୟକ ହେଇପାରିବ । ଗତ ଦୁଇ ଦିନି ତଳେ ଯେଉଁ ପ୍ରଥମ ବ୍ୟାଚ ବାହାରିଲେ ଭରଟିକାଲ ଟ୍ରାନ୍ସପୋର୍ଟରେ ଶହେ ପ୍ରତିଶତ ପ୍ଲେସମେଣ୍ଟ ପାଇଲେ ଏଂବ ପ୍ରଥମ ଥର ପାଇଁ ଓଡିଶାର ଛାତ୍ରଛାତ୍ରୀମାନେ ଆଭିଏସନ ସେକ୍ଟରରେ ନିଯୁକ୍ତି ପାଇଲେ । ଆଗାମୀ ଦିନରେ ଦକ୍ଷତା ବିକାଶ ଓଡ଼ିଶାର ରୂପ ରେଖକୁ ବଦଳାଇବ ।"

ଓଡିଶାର ବେକାରୀ ହାର ଅଧିକ:

ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଲିଖିତ ଉତ୍ତର, "ସର୍ବଭାରତୀୟ ସ୍ତରଠୁ ଓଡିଶାର ବେକାରୀ ହାର ଅଧିକ । ସର୍ବଭାରତୀୟ ସ୍ତରରେ ବେକାରୀ ହାର ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ୩.୯ ପ୍ରତିଶତ ରହିଛି ବେକାରୀ ହାର । ଦେଶର ୨୧ ନମ୍ବର ରାଜ୍ୟ ତାଲିକାରେ ଓଡିଶା । ରାଜ୍ୟରେ ଗ୍ରାମାଞ୍ଚଳଠୁ ସହରାଞ୍ଚଳ ସ୍ଥିତି ଆହୁରି ସଙ୍ଗୀନ । ଗ୍ରାମାଞ୍ଚଳରେ ବେକାରୀ ହାର ୩.୬ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ଏହି ହାର ୬.୨ ପ୍ରତିଶତ ରହିଛି । ରାଜ୍ୟରେ ବର୍ତ୍ତମାନ ୧୧ ଲକ୍ଷ ୪ ହଜାର ୨୩୭ ଜଣ ।"

କେନ୍ଦ୍ରକୁ ଅଡ଼ିଟ ରିପୋର୍ଟ ଦେଇପାରି ନାହିଁ ବିଜେଡି:

୨୦୦୯ ମସିହାରୁ କାହିଁକି କେନ୍ଦ୍ରରେ ୭୧୫୪ କୋଟି ଟଙ୍କା ବାକି ପଡିଛି ତାହାର ପୋଲ ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ବିଜେଡି ସରକାର କେନ୍ଦ୍ରକୁ ଅଡ଼ିଟ ରିପୋର୍ଟ ଦେଇପାରି ନାହିଁ । ଦୁର୍ନୀତି ଭ୍ରଷ୍ଟାଚାର କରିଥିବାରୁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ ମଧ୍ୟ ତଦନ୍ତ କରିବାକୁ ଦେଲେନି । କେନ୍ଦ୍ର ସହିତ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ସଠିକ ହିସାବ ଦେଲେ ଗୋଟିଏ ସପ୍ତାହରେ ବକେୟା ଅର୍ଥ ମିଳିବ। ନିଜ ଦୋଷ ଲୁଚେଇବାକୁ କେନ୍ଦ୍ର ଅବହେଳା ନାଁରେ ମନ ଗଢ଼ା କାହାଣୀ କହୁଛି ବିଜେଡି ।"

ଆଳୁ ମିଶନ ନାଁରେ ୨୭୦ କୋଟି ଚଳୁ:

ସେହିପରି, ଆଳୁ ମିଶନ ନେଇ ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମନ୍ତ୍ରୀ । କହିଛନ୍ତି, "ଆଳୁ ମିଶନ ନାଁରେ ୨୭୦ କୋଟି ଚଳୁ କରି ଦେଇଛନ୍ତି ବିଜେଡି ସରକାର । ପଶ୍ଚିମବଙ୍ଗ ପାଖରେ ମୁଣ୍ଡ ବିକି ଦେଇଥିଲେ ପୁର୍ବ ବିଜେଡି ସରକାର । ଆମେ ଆଳୁ ଉତ୍ପାଦନ ବଢ଼ାଇ ବଳକା ରାଜ୍ୟରେ ପରିଣତ କରିବୁ । ଚାଉଳ ଚୋରିରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି । ବିଜେଡି ସରକାର ସମୟରେ ୨୪ ବର୍ଷ ଧରି ଲୋକଙ୍କ ଚାଉଳ ଲୁଟ ହୋଇଛି । ଏଥିରେ ରାଜନେତା ଓ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । ଚୋରିକୁ ପ୍ରସୟ ଦେବେ ନାହିଁ ମୋହନ ସରକାର । କଡା କାର୍ଯ୍ୟାନୁଷ୍ଠାନର ନିଆଯିବ ।" ସେହିପରି ଅଣ-ଓଡିଆ ଅଧିକାରୀଙ୍କୁ ଧରି ଲୁଟ କରୁଥିଲେ ତତ୍କାଳୀନ ସରକାର ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ବିଜେଡି ୨୪ ବର୍ଷ ସରକାରର ଭୂତ ହିତାଧିକାରୀ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯାଇଛି । ସେମାନଙ୍କୁ କାଟି ନୂଆ ହିତାଧିକାରୀଙ୍କ ଦେବା ପାଇଁ କାମ ଆରମ୍ଭ ହୋଇଛି । ଧାନ କିଣା ନେଇ ଦଲାଲ ଓ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ ମିଲରଙ୍କୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

ନୂଆ-ଓ ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ପ୍ରାୟ ୯୫ କୋଟି:

ନୂଆ-ଓ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଲିଖିତ ଉତ୍ତର ଦେଇ କହିଛନ୍ତି, "ବିଜେଡି ସରକାର ସମୟରେ "ନୂଆ ଓ" କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ପ୍ରାୟ ୯୫ କୋଟି ଟଙ୍କା । କଲେଜ ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ପାଇଁ ଅନୁଦାନ ଦେଇଥିଲେ ରାଜ୍ୟ ସରକାରଙ୍କ ୮ ବିଭାଗ । ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, କ୍ରୀଡା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁଦାନ ଦେଇଥିବା ବେଳେ ଆଶ୍ଚର୍ଯ୍ୟର କଥା ହେଲା ସ୍ୱାସ୍ଥ୍ୟ, କୃଷି ଓ ଅନୁ ସୂଚିତ ଜାତି ଓ ଜନଜାତି ବିଭାଗ ବି "ନୂଆ ଓ" କାର୍ଯ୍ୟକ୍ରମ ପାଇଁ ଅନୁଦାନ ଦେଇଛନ୍ତି ।"

ବିଧାନସଭାରେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଫେକ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି ପାଇଥିଲେ ୧୬୫ ଜଣ ଜାଲି ଶିକ୍ଷକ । ସେଥି ମଧ୍ୟରୁ ୯୭ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ୨୫ ଜଣ ନିଜ ଆଡୁ ଇସ୍ତଫା ଦେଇ ଥିବା ବେଳେ ୯୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି । ସେହିପରି ୨୮୦ ଏଲିମେଣ୍ଟାରି ଶିକ୍ଷକ ଫେକ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ପ୍ରମାଣିତ ହେବା ପରେ ତାଙ୍କୁ ବିଭାଗ ବହିଷ୍କାର କରିଛି ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 23, 2024, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.