ETV Bharat / state

ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଖୋର୍ଦ୍ଧାରେ ୧୦ଟା ୩୦ରେ ସ୍କୁଲ ଛୁଟି - school timing change in khordha

author img

By ETV Bharat Odisha Team

Published : Apr 5, 2024, 10:30 PM IST

School Timing Change In Khordha: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ସ୍କୁଲ ସମୟକୁ ପରିବର୍ତ୍ତନ କରିଛନ୍ତି । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ଟାରୁ ଆରମ୍ଭ ହୋଇ ୧୦.୩୦ପର୍ଯ୍ୟନ୍ତ ଖୋଲା ରହିବ । ଅଧିକ ପଢନ୍ତୁ

ଅସହ୍ୟ ଗ୍ରୀଷ୍ମ ପ୍ରବାହ ,ଖୋର୍ଦ୍ଧାରେ ୧୦ଟା ୩୦ରେ ସ୍କୁଲ ଛୁଟି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଖୋର୍ଦ୍ଧାରେ ୧୦ଟା ୩୦ରେ ସ୍କୁଲ ଛୁଟି । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ଚାଲିବ । ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ସ୍କୁଲ ସାଢ଼େ ୧୦ ଯାଏଁ ଖୋଲା ରହିବ । ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି ପାଇଁ ସମୟ ନିର୍ଘଣ୍ଟ କରାଯାଇଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ଟା ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ରାଜ୍ୟରେ ୭ଟି ଜିଲ୍ଲାରେ ଜିଲ୍ଲାପାଳ ସ୍କୁଲର ସମୟ ସୀମା ପରିବର୍ତ୍ତନ କରିଛନ୍ତି । ଯାହା ଅସହ୍ୟ ଗରମ ଓ ଖରାକୁ ଦୃଷ୍ଟିରେ ରଖି ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଅଧିକାଂଶ ସହରରେ ତାପମାତ୍ରା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧକାରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକଙ୍କ ସମେତ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ସିଧାସଳଖ ଭାବରେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ନ ଆସିବା ପାଇଁ ସଚେତନ ରହିବାକୁ ମଧ୍ୟ କୁହାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ 'ଜଳ ବିରତି ଘଣ୍ଟି' ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ଥିବା ସମୟରେ, ସେମାନଙ୍କର ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ....ବିଦ୍ୟାଳୟରେ ବାଜିବ ସ୍ୱତନ୍ତ୍ର "ଜଳ ବିରତି ଘଣ୍ଟି", ଛାତ୍ରଛାତ୍ରୀ ପିଇବେ ପାଣି - WATER BELL FOR STUDENTS

ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦିନକୁ ତିନିଥର ଅର୍ଥାତ୍ ସକାଳ ୭ ଘଟିକା ୩୦ ମିନିଟ୍, ୮ ଘଟିକା ୩୦ ମିନିଟ ଏବଂ ୯ ଘଟିକା ୩୦ ମିନିଟ ସମୟରେ ଏକ ସ୍ଵତନ୍ତ୍ର ଘଣ୍ଟି ବାଜିବ। ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇବା ଓ ନିଜକୁ ହାଇଡ୍ରେଟ୍ ରଖିବା ହେଉଛି ଏହି ଘଣ୍ଟି ବାଜିବାର ମୁଖ୍ୟ ଉଦ୍ଦେଶ୍ୟ । ସମସ୍ତ ଛାତ୍ରଛାତ୍ରୀମାନେ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି କି ନାହିଁ ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ତଦାରଖ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.