ETV Bharat / state

ସାତକୋଶିଆରେ ପଇଁତରା ମାରିବ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ; ଖୁବ ଶୀଘ୍ର ଆସିବେ ମହାବଳ ବାଘ

ଖୁବ ଶୀଘ୍ର ସାତକୋଶିଆକୁ ଆସିବେ ମହାବଳ ବାଘ । ଜନସାଧାରଣ ପ୍ରସ୍ତୁତ ହେଲେ ବିଭାଗ ବାଘ ଆଣିବା ନେଇ ପ୍ରସ୍ତୁତ ସାତକୋଶିରେ ପଇଁତରା ମାରିବ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ।

author img

By ETV Bharat Odisha Team

Published : 2 hours ago

Satkosia Tiger Reserve
Satkosia Tiger Reserve (ETV Bharat Odisha)

ଭବନେଶ୍ୱର: ଖୁବ ଶୀଘ୍ର ସାତକୋଶିଆକୁ ଆସିବେ ୧୨ ରୁ ୧୬ ମହାବଳ ବାଘ । ଏନେଇ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ ସରିଛି । ତେବେ ବର୍ତ୍ତମାନ ସୁଧା ସାତକୋଶିଆରେ ମହବଳ ବାଘ ନଥିବା ବେଳେ ଆଜି ପାଖାପାଖି ୧୨ ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ପ୍ରଦାନ କରାଯାଇଛି । ବିଶେଷ ଭାବରେ ଜୀବଜନ୍ତୁଙ୍କ ସୁରକ୍ଷା ସମେତ ଜଙ୍ଗଲର ସୁରକ୍ଷା ଦେବ ଏହି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ। ତେବେ ସାତକୋଶିଆକୁ ବାଘ ଆସିବା ନେଇ ଜନସାଧାରଣଙ୍କ ମାନସିକ ସ୍ତରରେ ପ୍ରସ୍ତୁତ ହେଲେ ବିଭାଗ ମଧ୍ୟ ବାଘ ଆଣିବା ପାଇଁ ପ୍ରସ୍ତୁତ ହେବ।

ସାତକୋଶିଆ ପାଇଁ ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ:-
"ସାତକୋଶିଆ ଅଭୟାରଣ୍ୟକୁ ପୁଣି ଥରେ ମହାବଳ ବାଘ ଆଣିବାକୁ ଅଣ୍ଟା ଭିଡ଼ିଛି ବନ ବିଭାଗ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଦେଇଥିବା ସମସ୍ତ ସର୍ତ୍ତକୁ ପୂରଣ କରିବାକୁ ବନ ବିଭାଗ ଲାଗି ପଡିଛି। ଅନୁଗୁଳ ସ୍ଥିତ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଛି ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ। ଏହା ସହ ପୁରୀ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ କେତେକ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି । ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଦିଆଯାଇଛି ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭେଇକିଲ୍। ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ଏହି ପାଟ୍ରୋଲିଂ ଭ୍ୟାନ। ଏହି ପାଟ୍ରୋଲିଂ ଭ୍ୟାନରେ GPS navigation ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି," ବୋଲି କହିଛନ୍ତି ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ। ତେବେ ଏନେଇ ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ଅତ୍ୟାଧୁନିକ ପାଟ୍ରୋଲିଂ ଯାନର ଶୁଭାରମ୍ଭ କରିଛନ୍ତି ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

ଖୁବ ଶୀଘ୍ର ସାତକୋଶିଆ କୁ ଆସିବେ ୧୨ ରୁ ୧୬ ମହାବଳ ବାଘ:-
"ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଖୁବଶୀଘ୍ର ଆସିବେ ୧୨ ରୁ ୧୬ ମହାବଳ ବାଘ। ପାଞ୍ଚ ବର୍ଷରେ ପର୍ଯ୍ୟୟ କ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ। ବନ ବିଭଗ ଏଥିପାଇଁ ଭିତ୍ତିଭୂମି ସୁଦୃଢ କରିଛି । ପୂର୍ବ ଥର ସୁନ୍ଦରୀକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୁଲ ବୁଝାମଣା ଥିଲା। ଚଳିତ ଥର ସ୍ଥାନୀୟ ଜନପ୍ରତିନିଧି, ସ୍ଥାନୀୟ ଲୋକଙ୍କ ସହଯୋଗ, ସହମତି ନେଇ ରାଜ୍ୟ ସରକାର ବାଘ ସ୍ଥାନାନ୍ତରଣ ନେଇ ପଦକ୍ଷେପ ନେବେ," ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

୨୦୦୭ ରେ ସାତକୋଶିଆରେ ଥିଲେ ୧୨ ରୁ ୧୫ ବାଘ:-
"ସାତକୋଶିଆ ୨୦୦୭ ମସିହାରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରାଯାଇଥିଲା ସେହି ସମୟରେ ସାତକୋଶିଆରେ ୧୨ ରୁ ୧୫ ବାଘ ରହିଥିଲେ। ତେବେ ଏହା ପରେ ଧୀରେ ଧୀରେ ଶତକୋଶିଆରୁ ବାଘ ଲୋପ ପାଇବା ପରେ ଏନଟିସିଏ କେନ୍ଦ୍ର ସରକାର ଏହାକୁ ପୁନରବାର ବ୍ୟାଘ୍ର ପ୍ରକଳ୍ପ ପାଇଁ ଅନୁମତି ଦେଇଛନ୍ତି। ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ପାଖାପାଖି ୧୨ ରୁ ୧୬ ମଧ୍ୟରେ ବାଘ ଆସିବେ। ତେବେ ସ୍ଥାନୀୟ ଲୋକ ରାଜ୍ୟ ସରକାର ଙ୍କ ସହମତି କ୍ରମେ ବାଘ ଜଙ୍ଗଲକୁ ଆସିବେ," ବୋଲି କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

ଏହା ବି ପଢନ୍ତୁ- ସାତକୋଶିଆରୁ ହଟିବ ଜନବସତି, ଜଙ୍ଗଲ ଛାଡି ଯିବେ କୁଆଡେ ? - Wildlife Week celebration

ଏହା ବି ପଢନ୍ତୁ- ସାତକୋଶିଆକୁ ଆସୁଛନ୍ତି ବାଘ ! ଛାନିଆ ଅଞ୍ଚଳବାସୀ, ଉଠାଇଲେ ସୁରକ୍ଷା ପ୍ରସଙ୍ଗ - SATKOSIA TIGER RESERVE

କେବେ ଆସିବ ମହାବଳ ବାଘ:-
ଏନେଇ ନ୍ୟାପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ, "ମହାରାଷ୍ଟ୍ର ଏବ ମଧ୍ୟ ପ୍ରଦେଶରେ ବାଘ ସଂଖ୍ୟା ଅଧିକ ରହିଛି। ବାଘ ଆଣିବାରେ କୌଣସି କିଛି ଅସୁବିଧା ହେବ ନାହି। କିନ୍ତୁ ବାଘମାନଙ୍କ ରହିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରି ରଖିଛୁ। ଯେତେବେଳେ ଲୋକମାନଙ୍କର ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରିବ ସେହି ଅନୁସାରେ ବାଘ ଆଣିବା ପାଇଁ ପ୍ରସ୍ତୁତ ହେବୁ" ବୋଲି କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

ଏଣେ ଚିନ୍ତାରେ ସାତକୋଶିଆବାସୀ:-
"ସାତକୋଶିଆ ଅଭୟାରଣ୍ୟରୁ ୬ଟି ଗାଁ ସ୍ଵେଚ୍ଛାକୃତ ଭାବେ ସ୍ଥାନାନ୍ତରିତ ହୋଇ ସାରିଛି। ଆଉ ୩ଟି ଗାଁ ସ୍ଥାନାନ୍ତରିତ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ଜଙ୍ଗଲ ଆଖପାଖରେ ନରଖି ଜାତୀୟ ରାଜପଥ ନହେଲେ ରାଜ୍ୟ ରାଜପଥ ନିକଟରେ ଜାଗା ଦେବା ନେଇ ସ୍ଥିର ହୋଇଛି। ଗୋଟିଏ ପରିବାର ଜଙ୍ଗଲ ମଧ୍ୟରୁ ଗଲେ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାର ବ୍ୟବସ୍ଥା ରହିଛି। ଯଦି ୨୦ ଲକ୍ଷ ନ ନିଅନ୍ତି ତେବେ ଘରଡିହ ସହ ୧୫ ଲକ୍ଷ ଦେବା ନେଇ ବ୍ୟବସ୍ଥା ରହିଛି। ଏହାସହ ସରକାରଙ୍କ ବିଭିନ୍ନ ଯୋଜନାରେ ସେହି ପରିବାରଙ୍କୁ ସାମିଲ କରାଯିବ। ସେହିପରି ଶିମିଳିପାଳ ଅଭୟାରଣ୍ୟରୁ ସ୍ଥାନାନ୍ତାରିତ ହୋଇଥିବା ଗ୍ରାମବାସୀଙ୍କୁ ବାରିପଦା ଓ ଖୁଣ୍ଟା ରାସ୍ତାରେ ଥଇଥାନ ପାଇଁ ସ୍ଥାନ ଚିହ୍ନଟ ହୋଇଛି। ସାତକୋଶିଆ ଅଭୟାରଣ୍ୟରୁ ସ୍ଥାନାନ୍ତରିତ ହୋଇଥିବା ଗ୍ରାମବାସୀ ସାତକୋଶିଆ- ନରସିଂହପୁର ସୀମାରେ ଜାଗା ଚିହ୍ନଟ ହୋଇଛି । ସେହିପରି ଅନୁଗୋଳ ଓ ଛେଣ୍ଡିପଦା ମଧ୍ୟରେ ଜାତୀୟ ରାଜପଥକୁ ଲାଗି ଏକ ଜାଗା ଚିହ୍ନଟ ହୋଇଛି," ବୋଲି କହିଛନ୍ତି ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ।

ଗଞ୍ଜାମ ଘୁମୁସରରେ ପୁଣି ଦେଖାଯାଇଛି ମହାବଳ:-
ଗଞ୍ଜାମ ଘୁମୁସରରେ ପୁଣି ମହାବଳ ଦେଖାଯିବା ପ୍ରସଙ୍ଗରେ ବନ୍ୟାପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "ସେଠାରେ ଦେଖାଯାଉଥିବା ମହାବଳ ବାଘଟି ଦୀର୍ଘ ଦିନ ହେଲା ମହାରାଷ୍ଟ୍ର ବ୍ରହ୍ମପୁର ଡିଭିଜନରୁ ଆସିଥିବା ବାଘ। ତାକୁ ବନ ବିଭାଗ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉଛି। ତାକୁ କୌଣସି ବ୍ୟାଘ୍ର ପ୍ରକଳ୍ପ କୁ ସ୍ଥାନାନ୍ତର ପାଇଁ ମଧ୍ୟ ଯୋଜୋନା ରହିଛି। ଏବେ ସୁଦ୍ଧା ଏହି ମହାବଳ ବାଘ ଜନସାଧାରଣଙ୍କର ଯାହା କ୍ଷତି କରୁଛି, ତାହାର କ୍ଷତି ଭରଣା କରାଯାଉଛି । ତେବେ ଏ ପର୍ଯ୍ୟନ୍ତ ଏହା କୌଣସି ଜୀବନ ହାନୀ କରିନି। ସ୍ଥାନୀୟ ଲୋକମାନେ ତାହା ପ୍ରତି ସହନଶୀଳ ଭାବ ରଖିଛନ୍ତି। ବାଘର ଗତିବିଧି ଉପରେ ନଜର ରଖିବାକୁ ସ୍ଵତନ୍ତ୍ର ଟିମ୍ ପଠାଯାଇଛି। ଯଦି କୌଣସି ଅସୁବିଧା କରେ ତାକୁ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥାନାନ୍ତର କରାଯିବ। ଲୋକ ତା ପ୍ରତି ସହନସିଲ ଦେଖେଉଚହାନ୍ତି। ବାଘ ଲୋକଙ୍କୁ ଆକ୍ରମଣ କରେ ନାହିଁ, ହଜର ହଜର କିମି ଗତିକରିଥିଲେ ଵି ମହବଳ ସେଭଳି କିଛି କରି ନାହିଁ। ସ୍ୱତନ୍ତ୍ର ଟିମ ଯାଇଛି ତାର ଗତିବିଧି ଉପରେ ନଜର ରଖିବା ପାଇଁ। ଯଦି ମହାବଳ ଜନବସତି ମୁହାଁ ହୁଏ କି କିଛି କ୍ଷତି ଘଟଏ ପ୍ଲାନ "ବି" ରେଡି ରହିଛି," ବୋଲି କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.