ETV Bharat / state

ବାଲେଶ୍ୱରରେ କର୍ଫ୍ୟୁ କୋହଳ ପାଇଁ ଶାନ୍ତି କମିଟି ବୈଠକ, ତିଆରି ହେଲା ହ୍ଵାଟ୍ସଆପ ଗ୍ରୁପ - Santi Committee Meeting

author img

By ETV Bharat Odisha Team

Published : Jun 30, 2024, 9:00 AM IST

Santi Committee Meeting: ବାଲେଶ୍ବର ସହରରେ ଜାରି ହୋଇଥିବା କର୍ଫ୍ୟୁ ଧିରେ ଧିରେ କୋହଳ ହେବାରେ ଲାଗିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ କରାଯାଇଛି । ଯେଉଁଥିରେ କର୍ଫ୍ୟୁକୁ ରାତି 10 ପର୍ଯ୍ୟନ୍ତ କୋହଳ କରିବା ସହିତ ଏକ ହ୍ଵାଟ୍ସଆପ ଗ୍ରୁପ ତିଆରି କରାଯାଇଛି । ଅଧିକ ପଢ଼ନ୍ତୁ

Santi Committee Meeting
Santi Committee Meeting (ETV Bharat Odisha)

ବାଲେଶ୍ୱର: ବାଲେଶ୍ବରରେ ବସିଛି ଶାନ୍ତି କମିଟି ବୈଠକ । ଗତ 17 ତାରିଖ ହୋଇଥିବା ଗୋଷ୍ଠି ସଂଘର୍ଷ କାରଣରୁ ପୌରାଞ୍ଚଳରେ ଏବେ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ଧିରେ ଧିରେ ପରିସ୍ଥିତି ଶାନ୍ତ ପଡିବା ଯୋଗୁଁ କର୍ଫ୍ୟୁ କୋହଳ କରାଯାଉଛି । ରାତି 9ରୁ ସକାଳ 5 ଯାଏ କର୍ଫ୍ୟୁ ବଳବତ୍ତର ଥିବାବେଳେ ଏବେ ପୁଣି ଏହାକୁ ଆହୁରି ଘଣ୍ଟାଏ କୋହଳ କରାଯାଇଛି । ରାତି 10ରୁ ସକାଳ ପାଞ୍ଚ ଯାଏ କର୍ଫ୍ୟୁ ରହିବ, ସକାଳ ପାଞ୍ଚରୁ ରାତି 10 ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି । ଏଥିପାଇଁ ବିଭିନ୍ନ ୱାର୍ଡରେ ମାଇକ୍ରୋ ଶାନ୍ତି କମିଟି ଗଠନ କରାଯାଇଛି ।

ମାଇକ୍ରୋ ଶାନ୍ତି କମିଟିରେ ବର୍ତ୍ତମାନର କାଉନସିଲର, ପୂର୍ବତନ କାଉନସିଲର ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଏହି ଶାନ୍ତି କମିଟି ଗଠନ କରାଯାଇଛି । ଶନିବାର ସବୁ ମାଇକ୍ରୋ ଶାନ୍ତି କମିଟିକୁ ଏକଜୁଟ କରି ଏକ ନୂତନ ଶାନ୍ତି କମିଟି ଗଠନ କରାଯାଇଛି । ଯେଉଁଥିରେ ପ୍ରତି ମାଇକ୍ରୋ ଶାନ୍ତି କମିଟି ଏବଂ ପ୍ରଶାସନକୁ ନେଇ ଏକ ହ୍ଵାଟ୍ସଆପ ଗ୍ରୁପ ତିଆରି କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା କୌଣସି ମିଥ୍ୟା ଖବର ସହ କିଛି ଅପପ୍ରଚାର ଏଥିରେ ପୋଷ୍ଟ କଲେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାସହ ମାଇକ୍ରୋ ଶାନ୍ତି କମିଟିକୁ ନେଇ ତିଆରି ହୋଇଥିବା ହ୍ଵାଟ୍ସଆପ ଗ୍ରୁପ ଦ୍ୱାରା କେଉଁଠି କ'ଣ ଅଘଟଣ ଘଟୁଛି ଏବଂ ଯାହା ଘଟିଯାଇଛି ତାହାର ପୁନରାବୃତ୍ତି ଯେମିତି ନଘଟୁ ସେଥିପ୍ରତି ଦୃଷ୍ଟି ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ... ଶାନ୍ତି ପଡ଼ୁଛି ବାଲେଶ୍ବର, ଆଉ ତିନି ଘଣ୍ଟା କୋହଳ ହେଲା କର୍ଫ୍ୟୁ - RELAXES CURFEW IN BALASORE

ଏହି ଗ୍ରୁପ ଦ୍ୱାରା ଅଘଟଣ ଘଟିବାର ସଙ୍ଗେ ସଙ୍ଗେ ପଦକ୍ଷେପ ନିଆଯାଇ ପାରିବ । ସେହିପରି ମାଇକ୍ରୋ ଶାନ୍ତି କମିଟିମାନଙ୍କୁ ନେଇ ଗଠନ ହୋଇଥିବା ମେଜର ଶାନ୍ତି କମିଟିର ସଦସ୍ୟ ଏବଂ ପ୍ରଶାସନ ଅଧିକାରୀମାନଙ୍କୁ ନେଇ ଆଉ ଏକ ହ୍ଵାଟ୍ସଆପ ଗ୍ରୁପ ତିଆରି କରାଯାଇ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରାଯିବ । ଅନ୍ୟପଟେ ଯେଉଁ ବ୍ୟକ୍ତିମାନଙ୍କର ଗୋଷ୍ଠୀ ବିବାଦ ସହ କୌଣସି ସମ୍ପୃକ୍ତି ନାହିଁ ସେମାନେ ଘର ଛାଡ଼ି ପଳାଇଥିବା ବେଳେ ଫେରି ଆସିବା ପାଇଁ ସେମାନଙ୍କୁ କୁହାଯାଇଛି । ଏହାସହ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନେ ଆତ୍ମସମର୍ପଣ କରନ୍ତୁ ବୋଲି କୁହାଯାଇଛି । ପ୍ରାୟ 150ରୁ ଅଧିକ ଲୋକଙ୍କୁ ଏହି ଘଟଣାରେ ଅଟକ ରଖାଯାଇଥିବା ବେଳେ 90 ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ଯୋଗୁଁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ ପାଇଁ ଜଣଙ୍କୁ ଗିରଫ କରାଯାଇଛି । ସମୁଦାୟ 91 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.