ETV Bharat / state

ମେଣ୍ଟ ପାଇଁ ଅନିଛୁକ ସମ୍ବଲପୁର ବିଜେଡି କାର୍ଯ୍ୟକର୍ତ୍ତା - Sambalpur BJD on Alliance with BJP

BJD-BJP Alliance: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ସମ୍ବଲପୁର ବିଜେଡି କର୍ମକର୍ତ୍ତାଙ୍କ ବିମୁଖ ଭାବ । ମେଣ୍ଟ ପାଇଁ ଅନିଛୁକ ସମ୍ବଲପୁର ବିଜେଡିର କାର୍ଯ୍ୟକର୍ତ୍ତା । ଅଧିକ ପଢନ୍ତୁ

ସମ୍ବଲପୁର ବିଜେଡିର କାର୍ଯ୍ୟକର୍ତ୍ତା
ସମ୍ବଲପୁର ବିଜେଡିର କାର୍ଯ୍ୟକର୍ତ୍ତା
author img

By ETV Bharat Odisha Team

Published : Mar 12, 2024, 7:19 PM IST

ସମ୍ବଲପୁର ବିଜେଡିର କାର୍ଯ୍ୟକର୍ତ୍ତା

ସମ୍ବଲପୁର: ଆଗକୁ ସାଧରଣ ନିର୍ବାଚନ । ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ ଏବଂ ଲାଗୁ ହୋଇପାରେ ଆଚରଣ ବିଧି । ଏଥିପାଇଁ ଗତ ମାସେ ହେଲା ସମ୍ବଲପୁରରେ ରାଜନୈତିକ ମାହୋଲ ସରଗରମ ହୋଇ ଆସୁଥିଲା । ହେଲେ ବର୍ତ୍ତମାନ ବଦଳିଛି ରାଜନୀତିକ ପାଣିପାଗ । ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ପରଠାରୁ ସମ୍ବଲପୁର ରାଜନୈତିକ ଉଷ୍ମତା ହଠାତ ଥଣ୍ଡା ପଡି ଯାଇଛି । ପୂର୍ବରୁ ଦଳର ତୁଙ୍ଗ ନେତା ଓ ମନ୍ତ୍ରୀ ବାରମ୍ବାର ସମ୍ବଲପୁର ଗସ୍ତରେ ଆସୁଥିବାବେଳେ ବର୍ତ୍ତମାନ ରାଜନୈତିରକ ମୈଦାନ ପୁରା ଖାଲି ପଡିଛି । ତେବେ ମେଣ୍ଟ ଅଙ୍କ ନଛିଡିବା ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି ।

ଏହି କ୍ରମରେ ସମ୍ବଲପୁର ବିଜେଡିର ତଳସ୍ତରର ପୁରୁଣା କାର୍ଯ୍ୟକର୍ତ୍ତା ଏକ ବୈଠକ କରି ବିଜେପି ସହ ମେଣ୍ଟ ନକରିବାକୁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା କହିଛନ୍ତି । ସମ୍ବଲପୁରର ସାମ୍ବାଦିକ ଭବନରେ ବିଜେଡି ନେତା ସୟଦ ସାନଉଲ୍ଲାଙ୍କ ସଭାପତିତ୍ବରେ ଏହି ବୈଠକ ହୋଇଥିବାବେଳେ ଏଥିରେ ଗୋକୁଳ ମେହେରଙ୍କ ପରି ବହୁ ପୁରୁଣା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଏହି ବୈଠକରେ ବିଜେପି ଦଳ ସହ ମେଣ୍ଟ ନକରିବାକୁ ସମସ୍ତେ ମତ ଦେଇଥିବା ବିଜେଡି ନେତା ଗୋକୁଳ ମେହେର କହିଛନ୍ତି । ସେ କହିଛନ୍ତି, "ବିଗତ 24 ବର୍ଷ ଭିତରେ ରାଜ୍ୟରେ ସବୁ ବିକାଶ ବିଜେଡି କରିଛି । ସେଥିପାଇଁ ରାଜ୍ୟବାସୀଙ୍କ ସମର୍ଥନ ବିଜେଡି ପ୍ରତି ରହିଛି । ବିଜେଡିର ନିଜସ୍ୱ ସାମର୍ଥ୍ୟ ରହିଛି । ତେଣୁ ଅନ୍ୟ କୌଣସି ଦଳ ବିଶେଷ କରି ବିଜେପି ସହ ମେଣ୍ଟ ନକରିବାକୁ ବିଜେଡି କାର୍ଯ୍ୟକର୍ତ୍ତା ମତ ଦେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ଜୟନାରାୟଣଙ୍କ ସ୍ଥାନ ନେବେ କି ଝିଅ ଶୁଭଶ୍ରୀ ! ସମ୍ବଲପୁରରେ ଚର୍ଚ୍ଚା

ଅନ୍ୟପଟେ ଏହି ସମ୍ପର୍କରେ ରାଜନୀତି ସମୀକ୍ଷକ କହିଛନ୍ତି, "ବର୍ତ୍ତମାନ ମେଣ୍ଟ ଚର୍ଚ୍ଚା ନେଇ ଉଭୟ ବିଜେଡି ଓ ବିଜେପିର ତଳ ସ୍ତରର କର୍ମୀ ଦ୍ୱନ୍ଦ୍ୱ, ସଂଶୟ ଓ ଅନିଶ୍ଚିତତା ଭିତରେ ରହିଛନ୍ତି । ମେଣ୍ଟ ସପକ୍ଷରେ କୌଣସି କର୍ମୀ ନାହାଁନ୍ତି । କିନ୍ତୁ ଏମାନଙ୍କ ସ୍ୱର ବା ମତ ତାଙ୍କ ଶୀର୍ଷ ନେତୃତ୍ୱ ଉପରେ କୌଣସି ପ୍ରଭାବ ପକେଇବ ନାହିଁ । ପୂର୍ବରୁ ଉଭୟ ବିଜେଡି ଓ ବିଜେପିର ତଳସ୍ତରର କାର୍ଯ୍ୟକର୍ତ୍ତା ସ୍ବାଧୀନ ଭାବରେ ନିଜ ଦଳର ପ୍ରଚାର କରିବା ସହ ପରସ୍ପରକୁ ବିରୋଧ କରୁଥିଲେ । ତେବେ ଯଦି ଆଗକୁ ମେଣ୍ଟ ହୋଇଯାଏ, ତାହେଲେ ସେମାନେ କେମିତି ଲୋକଙ୍କ ପାଖକୁ ଯିବେ ତାହା ଏକ ବଡ଼ ପ୍ରଶ୍ନ ।" ଏଭଳି ପରିସ୍ଥିତିରେ ଜିଲ୍ଲାର ବଡ଼ ନେତା ମେଣ୍ଟକୁ ନେଇ ମୁହଁ ଖୋଲୁ ନାହାଁନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.