ETV Bharat / state

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାଢେ 3ଟାରେ ରଥଟଣା - Rukuna Rath Yatra 2024

Rukuna Rath Yatra: ମହାପ୍ରଭୁ ଲିଙ୍ଗରାଜଙ୍କ ଆଜି ରୁକୁଣା ରଥଯାତ୍ରା । ରଥରେ ବିଜେ କରି ରାମେଶ୍ୱର ମନ୍ଦିର ଅଭିମୁଖେ ବାହାରିବେ ବାବା ଭୋଳାନାଥ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 16, 2024, 9:55 AM IST

Etv Bharat
Etv Bharat

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରହିଛି ଏକାମ୍ର କ୍ଷେତ୍ର । ଆଜି ରୁକୁଣା ରଥରେ ବସି ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ ବାବା ଭୋଳାନାଥ । ସାଙ୍ଗରେ ଭଉଣୀ ରୁକ୍ମିଣୀ ଓ ଦୋଳଗୋବିନ୍ଦକୁ ନେଇ ଯାତ୍ରାରେ ବାହାରିବେ । ଏନେଇ ସକାଳ 5ଟାରୁ ଆରମ୍ଭ ହୋଇଛି ଲିଙ୍ଗରାଜଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା । ରଥଯାତ୍ରା ପାଇଁ ସୋମବାର ରାତିରେ ରଥ ପ୍ରତିଷ୍ଠା କରାଯାଇଥିଲା । ଆଜି ଅପରାହ୍ନ 3.30 ପରେ ଆରମ୍ଭ ହେବ ରଥଟଣା ।

ସୁରକ୍ଷା ବ୍ୟବସ୍ଥା: ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଜରିଆରେ ସିନିୟର୍ ଅଫିସର ମନିଟର କରିବେ ରଥଯାତ୍ରା । ରଥଟଣା ସମୟରେ ରଥ ରୋଡରେ ଗାଡି ଚଳାଚଳ ଉପରେ ରୋକ ଲାଗିଛି । ମାଉସୀମା ଛକରୁ ସମସ୍ତ ଗାଡି ଚଲାଚଳକୁ ଡାଇଭର୍ଟ କରାଯାଇଛି । ଜାଗର ସମୟରେ ହୋଇଥିବା ପାର୍କିଂରେ ଗାଡି ପାର୍କିଂ କରାଯିବ । ରଥଯାତ୍ରାକୁ ଶୃଙ୍ଖଳିତ ପାଇଁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ସେହିପରି ଦୁଇ ଜଣ ଅତିରିକ୍ତ ଡିସିପି ସହ 6 ଜଣ ଜୋନାଲ ଏସିପି, 15 ଜଣ ଇନ୍ସପେକ୍ଟର ସହ 50ରୁ ଊର୍ଦ୍ଧ୍ବ ସବ ଇନ୍ସପେକ୍ଟର ଓ ଏଏସଆଇ ନିୟୋଜିତ ହୋଇଛନ୍ତି । ଏଥିସହ ଟ୍ରାଫିକ ଅଧିକାରୀଙ୍କ ସହ 100ରୁ ଊର୍ଦ୍ଧ୍ବ କନେଷ୍ଟବଳ, ହାବିଲଦାର ଓ ହୋମଗାର୍ଡ ସୁରକ୍ଷା ଜଙ୍କସନ ଓ ଛକ ବା ଗଳି ପାଖରେ ରହିବେ । ରଥରୋଡ ଓ ରଥଯାତ୍ରା ଯିବାକୁ ଥିବା ରାସ୍ତା ଉପରେ ଗାଡି ପାର୍କିଂ କରାଯିବ ନାହିଁ । ଗାଡି ରଖିଲେ ଉଠାଇ ନେବ ସ୍ବତନ୍ତ୍ର ଟୁଇଙ୍ଗ ଗାଡି ।

ଏହା ମଧ୍ୟ ପଢନ୍ତୁ-୧୬ ରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ୪ ଚକର କାର୍ଯ୍ୟ ଶେଷ, ନିର୍ମାଣରେ ଲାଗିଛନ୍ତି ସେବାୟତ - Rukuna Rath Yatra

ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ରଥଯାତ୍ରା ସମୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତ ଓ ରଥ ଦେଖିବାକୁ ଆସୁଥିବା ଭକ୍ତଙ୍କ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା କରାଯାଇଛି । ଏଥିସହ ବିଭିନ୍ନ ସାମାଜିକ ସଂଗଠନ ଜରିଆରେ ପାଣି ଛିଞ୍ଚି ଓ ପାଣି ବଣ୍ଟନ ବ୍ୟବସ୍ଥା କରାଯାଇଛି । ଏନେଇ ବିଏମସି, ଲୋକସମ୍ପର୍କ, ଅଗ୍ନିଶମ ବିଭାଗ, ସେବାୟତ ଏବଂ ଅନ୍ୟ ବିଭାଗମାନଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।

ଛିନତାଇ ରୋକିବାକୁ ସାଧା ପୋଷାକରେ ବୁଲିବେ ପୋଲିସ: ରଥ ଉପରେ ଆବ୍ୟଶ୍ୟକତାଠୁ ଅଧିକ ସେବାୟତ ଉଠିବା ସହ ଗହଳି ଭିତରେ ଛିନତାଇ ବା ଲୁଟପାଟ ଉପରେ ମଧ୍ୟ ନଜର ରଖାଯିବ । ଏନେଇ ସାଧା ପୋଷାକଧାରୀ ପୋଲିସ ମୁତୟନ ରହିବା ସହ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ୩୧ଜଣ ମହିଳା କନଷ୍ଟେବଳ ମଧ୍ୟ ନିୟୋଜିତ କରାଯିବ । ନିର୍ଦ୍ଧାରିତ ସମୟରେ ରଥ ବାହାରି ମାଉସୀମା ଛକରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.