ETV Bharat / state

ଦକ୍ଷିଣ ଆଫ୍ରିକାରେ ବିଶ୍ବ ରେକର୍ଡ କଲେ ଓଡ଼ିଆ ପୁଅ, 12 ଘଣ୍ଟାରେ ଦୌଡ଼ିଲେ 68 କିଲୋମିଟର - Comrades Marathon

author img

By ETV Bharat Odisha Team

Published : Jul 9, 2024, 12:00 PM IST

Updated : Jul 9, 2024, 2:21 PM IST

Comrades Marathon: କୋମରେଡ଼ ମାରାଥନରେ ବିଶ୍ବ ରେକର୍ଡ କଲେ ରାଉରକେଲାର ଧାବତ ସୁମିତ । ମାନୁଆଲ ଟ୍ରେଡମିଲରେ 12 ଘଣ୍ଟାରେ 68.04 କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ । ଅଧିକ ପଢନ୍ତୁ

COMRADES MARATHON
COMRADES MARATHON (ETV BHARAT ODISHA)

ରାଉରକେଲା: ଦକ୍ଷିଣ ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ ସୁମିତ ସିଂ । 97 ତମ କୋମରେଡ଼ ମାରାଥନରେ ସାମିଲ ହୋଇ ପଦକ ଜିତିବା ସହ ଦେଶ ଓ ରାଜ୍ୟର ନାମକୁ ଗର୍ବିତ କରାଇଛନ୍ତି । 12 ଘଣ୍ଟାରେ 68.04 କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ରାଉରକେଲା ପୁଅ ଧାବକ ସୁମିତ ସିଂ। ସବୁଠାରୁ କଠିନ କୁହାଯାଉଥିବା କୋମରେଡ଼ ମାରଥନରେ ସାମିଲ ହୋଇ ଓଡି଼ଶାକୁ ଗର୍ବିତ କରାଇଛନ୍ତି ସେ । ଏଥିପାଇଁ ରାଜ୍ୟପାଳ ଓ କ୍ରୀଡାମନ୍ତ୍ରୀ ତାଙ୍କୁ ସମ୍ମାନିତ କରିଛନ୍ତି ।

COMRADES MARATHON (ETV BHARAT ODISHA)

ବିଶ୍ବର ସବୁଠାରୁ କଠିନ ମାରଥନ ହେଉଛି କୋମରେଡ଼ ମାରାଥନ । ଗତ ଜୁନ ମାସରେ ଦକ୍ଷିଣ ଆଫ୍ରିକାରେ 97 ତମ କୋମରେଡ଼ ମାରାଥନ ଆୟୋଜିତ ହୋଇଥିଲା । ମାରାଥନରେ 12 ଘଣ୍ଟାରେ 89 କିଲୋମିଟ ଅତିକ୍ରମ କରିବାକୁ ପଡେ । ଧାବକ ସୁମିତ ସିଂ ଏଥିରେ ସାମିଲ ହୋଇ ମେଡାଲ ଜିତିଛନ୍ତି । 12 ଘଣ୍ଟାରେ ସେ 68.04 କିଲୋମିଟ ଅତିକ୍ରମ କରି ଗିନିଜ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ। ପୂର୍ବରୁ ସେ ମାରାଥନରେ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡ୍ସ ଏବଂ ଲିମକା ବୁକ ଅଫ ରେକର୍ଡ୍ସ ସହ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଥିଲେ ।

Comrades Marathon
Comrades Marathon (TV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରାଉରକେଲାର ଗର୍ବ ସାଜିବେ ସୁମିତ, ମାସରେ ସର୍ବାଧିକ ମାରାଥନ ଦୌଡରେ ସଫଳତା ଲକ୍ଷ୍ୟ

Comrades Marathon
Comrades Marathon (TV BHARAT ODISHA)

ସୁମିତ ଏହି ରେକର୍ଡକୁ କେବଳ ନିଜ ନାମରେ କରିବା ପାଇଁ ଏହି ମାରାଥନରେ ସାମିଲ ହୋଇଥିଲେ ତାନୁହଁ ବରଂ ସମସ୍ତଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଉତ୍ସାହିତ କରୁଛନ୍ତି। ତାଙ୍କର ଏହି କୃତିତ୍ବରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ କ୍ରୀଡା ମନ୍ତ୍ରୀଙ୍କ ସହ କ୍ରୀଡା ସଚିବ ସମସ୍ତେ ପ୍ରଶଂସା କରୁଛନ୍ତି । ରାଉରକେଲା ମାଟି ଏହି ଦେଶକୁ ଦେଇଛି କାହିଁ କେତେ ଯେ ଅବଦାନ । ବିଗତ ଦିନରେ କ୍ରୀଡ଼ା ବ୍ୟତୀତ ଅନ୍ୟାନ କ୍ଷେତ୍ରରେ ମଧ୍ଯ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ରାଉରକେଲାର ସନ୍ତାନ । ଏବେ ପୁଣି ଜଣେ ରାଉରକେଲାର ଯୁବକ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି ।

Comrades Marathon
Comrades Marathon (TV BHARAT ODISHA)

ଇଟିଭି ଭାରତ, ସୁନ୍ଦରଗଡ

Last Updated : Jul 9, 2024, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.