ETV Bharat / state

ଦୁର୍ଘଟଣା ପରେ ବାଇକ ଚାଳକଙ୍କୁ ପିଟି ପିଟି ହତ୍ୟା ! ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

author img

By ETV Bharat Odisha Team

Published : Feb 12, 2024, 10:48 PM IST

Road Block In Nabrangpur: ସଡ଼କ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ପିଟି ପିଟି ମାରିଦେବା ଅଭିଯୋଗରେ ହୋଇଥିଲା ରାସ୍ତାରୋକ । ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଛି ।

ବାଇକ ଚାଳକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ
ବାଇକ ଚାଳକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ
ବାଇକ ଚାଳକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ନବରଙ୍ଗପୁର: ସଡ଼କ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ପିଟି ପିଟି ମାରିଦେବା ଅଭିଯୋଗ । ମୃତଦେହ ରଖି ରାସ୍ତାରୋକ କରିଥିଲେ ସମ୍ପର୍କୀୟ । ଫଳରେ ନବରଙ୍ଗପୁରରୁ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଛି । ସଡ଼କ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ନିର୍ଦ୍ଧୁମ ମାଡ଼ ମାରି ଜୀବନରୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ । ଗ୍ରାମକୁ ମୃତଦେହ ଆସିବା ପରେ ଗ୍ରାମବାସୀ ଓ ସମ୍ପର୍କୀୟ ଘଟଣାସ୍ଥଳକୁ ମୃତଦେହ ଆଣି ରାସ୍ତାରୋକ କରିଥିଲେ । ମୃତକ ଜଣକ ବାପା ଓ ମାଆ ଛେଉଣ୍ଡ ଥିବାରୁ ଗ୍ରାମବାସୀମାନେ ସରକାରଙ୍କ ଦ୍ୱାରା କ୍ଷତିପୂରଣ ଓ ନ୍ୟାୟ ଦାବି କରିଛନ୍ତି । ଆଇନକୁ ହାତକୁ ନେଇ ଦୁର୍ଘଟଣା ଘଟାଇଥିବା ସୁଶୀଲଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ରାସ୍ତାରୋକ କରାଯାଇଥିଲା ।

ଫଳରେ ନବରଙ୍ଗପୁର ଜିଲ୍ଲା ସଦରମୁହକୁମାରୁ ନନ୍ଦାହାଣ୍ଡି ବ୍ଲକ ଓ ତେନ୍ତୁଳିଖୁଣ୍ଟି ବ୍ଲକ ସଦରମୁହକୁମାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅଭିଯୋଗ ଅନୁସାରେ, ଗତ ୮ ତାରିଖରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ସଦର ପଞ୍ଚାୟତ ଗ୍ରାମର ସୁଶୀଲ ସୌରା ଓ ତାଙ୍କ ସାଙ୍ଗ କମଲୁ ସୌରା ବାଇକ ଯୋଗେ ନବରଙ୍ଗପୁରରୁ ଘରକୁ ଫେରୁଥିଲେ । ସେହି ସମୟରେ ତୁରୁଞ୍ଜିଆଗୁଡା ଗ୍ରାମ ନିକଟରେ ୨ ଜଣ ମହିଳାଙ୍କ ସହ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତୁରୁଞ୍ଜିଆଗୁଡା ଗ୍ରାମର କିଛି ଯୁବକ ଆସି ବାଇକ ଚାଳକ ସୁଶୀଲକୁ ପିଟିଥିଲେ । ପରେ କିଛି ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ତାଙ୍କୁ ନବରଙ୍ଗପୁର ମେଡିକାଲ ଓ ପରେ କୋରାପୁଟ, ବ୍ରହ୍ମପୁର ଓ କଟକ ମେଡିକାଲକୁ ନିଆଯାଇଥିଲା ।

ଏହା ବି ପଢନ୍ତୁ...ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଗତକାଲି (ରବିବାର) କଟକ ମେଡିକାଲରେ ସୁଶୀଲ ସୌରାଙ୍କ ମୃତ୍ୟୁ ହେବା ପରେ ଆଜି ମୃତଦେହ ଗ୍ରାମରେ ପହଞ୍ଚିଥିଲା । ଏହାପରେ ସିନ୍ଧିଗୁଡା ଗ୍ରାମବାସୀ ଓ ପରିଜନ ଦୁର୍ଘଟଣା ଘଟିଥିବା ସ୍ଥାନ ତୁରଞ୍ଜିଆଗୁଡା ନିକଟରେ ମୃତଦେହ ରଖି ରାସ୍ତାରୋକ କରିଥିଲେ । ଫଳରେ ଉକ୍ତ ରାସ୍ତା ଦେଇ ଜିଲ୍ଲା ମୁଖ୍ୟାଳୟକୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ଦୀର୍ଘ ୪ ଘଣ୍ଟା ପରେ ଘଟଣା ସ୍ଥଳରେ ନନ୍ଦାହାଣ୍ଡି ତହସିଲଦାର ପହଞ୍ଚି ରାସ୍ତାରୋକ କରୁଥିବା ଲୋକଙ୍କ ସହିତ ଆଲୋଚନା କରି ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେ କହିଛନ୍ତି, "ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।" ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.