ETV Bharat / state

ଗାଁ ଗାଁରେ ଗୁଞ୍ଜରିତ ହେବ ଭାଗବତ ପାଠ, ଅଣ୍ଟା ଭିଡିଲା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି - Revival of bhagbat tungi

Bhagabat Tungi: କୋରାପୁଟ ଜିଲ୍ଲାର ଗାଁ ଗାଁରେ ଶ୍ରୀମଦ୍ ଭାଗବତ ମହାପୁରାଣ ଓ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ଏବଂ ପ୍ରସାର ହେବ । ଏହି ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଭାଗବତ ଟୁଙ୍ଗିର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନେଇଛି । ଅଧିକ ପଢନ୍ତୁ

Bhagabat Tungi
Bhagabat Tungi
author img

By ETV Bharat Odisha Team

Published : Mar 6, 2024, 4:04 PM IST

Bhagabat Tungi

କୋରାପୁଟ: ଭାଗବତ ଟୁଙ୍ଗି କହିଲେ ଆଗକାଳରେ ପ୍ରଚଳିତ ଏକ କୋଠଘରକୁ ବୁଝାଇଥାଏ । ଯେଉଁଠାରେ ଗାଁର ଲୋକମାନେ ସଞ୍ଜବେଳେ ଏକାଠି ହୋଇ ଭାଗବତ, ଓଡ଼ିଆ ରାମାୟଣ, ଓଡ଼ିଆ ମହାଭାରତ ତଥା ନାନାଦି ପୁରାଣ ଆଲୋଚନା, ଗାଁରେ ହେଉଥିବା ଅସୁବିଧା ଓ ତାହାର ସମାଧାନ, ନ୍ୟାୟ-ନିଶାପ ଆଦି କରୁଥିଲେ । ହେଲେ ବର୍ତ୍ତମାନ ତାହା ହଜିବାକୁ ବସିଥିବା ବେଳେ ଏହାକୁ ପୁନରୁଦ୍ଧାର କରିବ ଶାବର ଶ୍ରୀକ୍ଷେତ୍ର । କୋରାପୁଟ ଜିଲ୍ଲାର ଗାଁ ଗାଁରେ ଶ୍ରୀମଦ୍ ଭାଗବତ ମହାପୁରାଣ ଓ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ଏବଂ ପ୍ରସାର ହେବ । ଏହି ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଜିଲ୍ଲା ବ୍ୟାପି ଭାଗବତ ପୁସ୍ତକ ସମେତ ଭାଗବତ ପଠନ ନିମନ୍ତେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରି ଭାଗବତ ଟୁଙ୍ଗିର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜଗନ୍ନାଥ ମନ୍ଦିର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି ।

ମଣିଷ ହୃଦୟରୁ ସ୍ନେହ, ପ୍ରୀତି, ଦୟା, କ୍ଷମା, ବିଶ୍ବାସ, ଧୈର୍ଯ୍ୟ, ସାଧୁତା, ସାହସ, ସହନଶୀଳତା ଆଦି ମାନବୀୟ ଗୁଣ ସତେ ଯେପରି ହଜି ହକି ଯାଉଛି । ଜୀବନର ମୂଲ୍ୟବୋଧ ହରାଇ ବସିଛି ମଣିଷ । ଏପରି ଏକ ସଂକଟ କାଳରେ ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂପ୍ରଦାୟ ବିଚାରର ଉର୍ଦ୍ଧ୍ବରେ ଏକ ମାନବୀୟ ଧର୍ମ ଓ ଭାବନାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ସଂସ୍କୃତି ମାନବୀୟ ବିଚାରଧାରା ହିଁ ଆମର ପ୍ରଧାନ ଅବଲମ୍ବନ ହେବା ଆବଶ୍ୟକ ବୋଲି ଜଗନ୍ନାଥ ସଂସ୍କୃତି ଗବେଶିକା ତଥା ରାଜ୍ୟର ବିଶିଷ୍ଟ କବି ପ୍ରିତିଧାରା ସାମଲ ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବହି ସଂଗ୍ରହ ନିଶା, ୫ ହଜାରୁ ଊର୍ଦ୍ଧ୍ୱ ବହି ସଂଗ୍ରହ କରି ପାଠାଗାର କରିଛନ୍ତି ଗଣପତି

ସନ୍ଥ ଅତିବଡ଼ୀ ଜଗନ୍ନାଥଙ୍କ ଭାଗବତରେ ଏହି ମହନୀୟ ବିଚାର ଉପଲବ୍ଧ ହୋଇଥାଏ । ଏହି ଗ୍ରନ୍ଥର ମୌଳିକ ବିଚାର ହେଉଛି- “ସକଳ ଦେହେ ନାରାୟଣ, ବସନ୍ତ ଅନାଦି କାରଣ ।” ସବୁ ମଣିଷକୁ ସମାନ ବିଚାର କରିବା ଭାବନାର ପ୍ରଚାର ପ୍ରସାର କରିଥାଏ ଭାଗବତ । ଅତୀତରେ ଓଡ଼ିଶାର ଗ୍ରାମୀଣ ଜୀବନରେ ସେଥି ପାଇଁ ଭାଗବତ ଏତେ ପ୍ରଭାବ ପକାଇ ପାରିଥିଲା । ଗ୍ରାମୀଣ ଜୀବନକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ କରିବା ଓ ଗ୍ରାମ୍ୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଭାଗବତର ବିଚାରଧାରା ପ୍ରତି ମଣିଷ ପାଖରେ ପହଞ୍ଚିବା ଆବଶ୍ୟକ ।

ସେଥିପାଇଁ ଦିନେ ଓଡ଼ିଶାରେ ପ୍ରତି ଗାଁରେ ଭାଗବତ ଟୁଙ୍ଗିମାନ ଗଢ଼ି ଉଠିଥିଲା । ହେଲେ ସମୟକ୍ରମେ ଏହି ଅନୁଷ୍ଠାନର ଗୁରୁତ୍ବ କମି ଆସିଲା । ବର୍ତ୍ତମାନ ସମୟରେ ଗ୍ରାମର ଶିକ୍ଷା, ସଂସ୍କୃତି,ଧର୍ମ, ସଂହତି ଓ ଅର୍ଥନୀତିକୁ ଶୃଙ୍ଖଳିତ କରିବା ପାଇଁ ଭାଗବତ ଟୁଙ୍ଗୀର ପୁନଃ ପ୍ରତିଷ୍ଠା, ଜଗନ୍ନାଥ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି । ଏଥିପାଇଁ ଶାବର ଶ୍ରୀକ୍ଷେତ୍ର ସ୍ଥିତ ଜଗନ୍ନାଥ ମନ୍ଦିର ଆନୁକୂଲ୍ୟରେ ଡୁମୁରିପୁଟ ନିକଟସ୍ଥ ବରଗୁଡା ଗ୍ରାମରେ ପ୍ରଥମ ଭାଗବତ ଟୁଙ୍ଗି ର ଶୁଭାରମ୍ଭ ହୋଇଯାଇଥିବା ବେଳେ କୋରାପୁଟ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଗାଁରେ ନୂତନ ରୂପରେ ଭାଗବତ ଘରମାନ ଗଢ଼ି ସେଠାରେ ଭାଗବତ ପାଠ କରିବା ନିମନ୍ତେ ପ୍ରୟାସ କରାଯିବ ବୋଲି ମନ୍ଦିର ସମ୍ପାଦକ ଡ. ସାମଲ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.