ETV Bharat / state

ସମାଜସେବାର ବ୍ରତୀ 'ନାରାୟଣୀ', ଛାତ୍ରୀଙ୍କ ପାଇଁ କୋଟିଏ ଟଙ୍କାର ଘର ଦାନ କରିଦେଲେ

Retired Doctor Sets Example: ମହିଳା କଲେଜକୁ କୋଟିଏ ଟଙ୍କାର ଘର ଦାନ କଲେ ଅବସରପ୍ରାପ୍ତ ଡାକ୍ତର ନାରାୟଣୀ ପଣ୍ଡା । ଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ସେ ଏଭଳି କରିଥିବା କହିଛନ୍ତି । ଅଧିକ ପଢନ୍ତୁ

କୋଟିଏ ଟଙ୍କାର ଘର ଦାନ
କୋଟିଏ ଟଙ୍କାର ଘର ଦାନ
author img

By ETV Bharat Odisha Team

Published : Feb 9, 2024, 9:07 PM IST

କୋଟିଏ ଟଙ୍କାର ଘର ଦାନ

ସମ୍ବଲପୁର: ମହିଳା କଲେଜକୁ କୋଟିଏ ଟଙ୍କାର ଘର ଦାନ କଲେ ଅବସରପ୍ରାପ୍ତ ଡାକ୍ତର ନାରାୟଣୀ ପଣ୍ଡା । ସେ ସମ୍ବଲପୁରର ଜଣେ ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ଜଣାଶୁଣା । ତାଙ୍କ ଘର ଭୂତାପଡା ଅଞ୍ଚଳରେ ହୋଇଥିବାବେଳେ ପୂର୍ବରୁ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ କାର୍ଯ୍ୟରତ ଥିଲେ ଡାକ୍ତର ନାରାୟଣୀ ପଣ୍ଡା । ସେ କହିଛନ୍ତି, "ଶିକ୍ଷାର କୌଣସି ବିକଳ୍ପ ନାହିଁ । ଶିକ୍ଷା ବିନା ସ୍ୱାସ୍ଥ୍ୟର ପରିକଳ୍ପନା କରିବା ଅସମ୍ଭବ ଅଟେ ।"ଶିକ୍ଷାର ମୂଲ୍ୟବୋଧକୁ ବୁଝି ନିଜର ଡାକ୍ତରୀ ଜୀବନକାଳର ସମସ୍ତ ଆୟକୁ ସେ ସମାଜ ସେବା ପାଇଁ ଅର୍ପଣ କରିଛନ୍ତି ।

ସୂଚନା ଅନୁସାରେ, ମୁଖ୍ୟତଃ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସବୁବେଳେ ସହାୟତା କରି ଆସୁଛନ୍ତି ଡାକ୍ତର ନାରାୟଣୀ ପଣ୍ଡା । ସେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ଅଧିକାରୀ, ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ନିଜର ଘରକୁ ସମ୍ପୂର୍ଣ୍ଣ ରୂପେ ସମ୍ବଲପୁର ମହିଳା ମହାବିଦ୍ୟାଳୟକୁ ଦାନ କରି ଦେଇଛନ୍ତି l ଏହି କାମ ଏତେ ସହଜ ନଥିଲା କିନ୍ତୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ତ୍ୱରିତ ପଦକ୍ଷେପ କ୍ରମେ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ଡାକ୍ତର ନାରାୟଣୀ । ଏହି ଘରଟି ଭୁତାପଡା ସ୍ଥିତ ସମ୍ବଲପୁର ମହିଳା ମହା ବିଦ୍ୟାଳୟ ନିକଟରେ ରହିଛି । ଘରର ମୂଲ୍ୟ ପ୍ରାୟ 1 କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ତେବେ ମହିଳା ମହାବିଦ୍ୟାଳୟ ପାଖରେ ଥିବାରୁ ଉପାନ୍ତ ଅଞ୍ଚଳର ଗରିବ ଛାତ୍ରୀ ଯେଉଁମାନେ କମ୍ ମାର୍କ କାରଣରୁ ହଷ୍ଟେଲପାରନ୍ତି ନାହିଁ ସେମାନେ ତାଙ୍କ ଘରେ ବହୁ ପୂର୍ବରୁ ମେସ କରି ରହି ଆସୁଛନ୍ତି । ଗରିବ ଛାତ୍ରୀଙ୍କ ଆର୍ଥିକ ଅନାଟନ ଓ ସଂଘର୍ଷ ବିଷୟରେ ଭଲ ଭାବେ ଦେଖିଛନ୍ତି ଓ ବୁଝିଛନ୍ତି ନାରାୟଣୀ । ସେଥିପାଇଁ ସେ ନିଜ ଘରକୁ ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ହଷ୍ଟେଲ କରିବାକୁ ମହିଳା ମହାବିଦ୍ୟାଳୟକୁ ଦାନ କରିଛନ୍ତି । ନିଜ ପିତାମାତାଙ୍କ ଆଦର୍ଶ ଓ ପ୍ରେରଣା ଯୋଗୁଁ ଏହି କାମ କରିବାକୁ ପ୍ରେରିତ ହୋଇଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ...ମୃତ୍ୟୁ ରୋକିପାରିନି ସେବା ମନୋଭାବ, ଶରୀର ଦାନ କରି ଅମର ଜଗଦାନନ୍ଦ

ଏହା ପୂର୍ବରୁ ସେ ସମ୍ବଲପୁର ଜିଏମ ବିଶ୍ୱ ବିଦ୍ୟାଳୟକୁ 30 ଲକ୍ଷ ଟଙ୍କା ଦାନ କରିଛନ୍ତି । ଡାକ୍ତର ନାରାୟଣୀ ଜିଏମ ବିଶ୍ୱ ବିଦ୍ୟାଳୟରେ ପାଠ ପଢୁଥିବାବେଳେ ନିଜର ଡାକ୍ତରୀ ଶିକ୍ଷା ପାଇଁ ସେତେବେଳେ ମାସକ 25 ଟଙ୍କା ଲେଖାଏଁ ସ୍କଲାରସିପ୍ ନେଉଥିଲେ । ସେତେବେଳେ ସେ ଗରିବ ଛାତ୍ରଛାତ୍ରୀଙ୍କ ସମସ୍ୟା କ'ଣ ତାହା ଅଙ୍ଗେ ନିଭାଇଥିବା କଥା କହିଥିଲେ । ଏଥିପାଇଁ ସେ କିଛି ମାସ ପୂର୍ବରୁ ନିଜର ଏକ ଜାଗା ବିକ୍ରି କରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ 30 ଲକ୍ଷ ଟଙ୍କା ଦାନ କରିଥିଲେ । ଡାକ୍ତର ନାରାୟଣୀ ପଣ୍ଡାଙ୍କ ଏହି ମହତ କାର୍ଯ୍ୟ ପାଇଁ ଛାତ୍ରୀମାନେ ତାଙ୍କୁ କୃତଜ୍ଞତା ଜଣାଇଥିବାବେଳେ ତାଙ୍କର ଏହି କାର୍ଯ୍ୟ ଆହୁରି ଅନେକ ଲୋକଙ୍କୁ ପ୍ରେରଣା ଦେବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.