ETV Bharat / state

କୋହଳ ହେଲା କର୍ଫ୍ୟୁ ଗାଇଡ଼ ଲାଇନ, ଗୋଟିଏ ଥାନା ଅଞ୍ଚଳରୁ ଉଠିଲା କର୍ଫ୍ୟୁ - Curfew Relaxed In Balasore

author img

By ETV Bharat Odisha Team

Published : Jun 21, 2024, 8:47 PM IST

Curfew Relaxed In Balasore: ସ୍ବାଭାବିକ ହେଉଛି ବାଲେଶ୍ବର ସ୍ଥିତି । ଆସନ୍ତାକାଲି ୯ ଘଣ୍ଟା ପାଇଁ କୋହଳ ହେବ କର୍ଫ୍ଯୁ । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ହଟିଲା କର୍ଫ୍ୟୁ । ଅଧିକ ପଢ଼ନ୍ତୁ

କୋହଳ ହେଲା କର୍ଫ୍ୟୁ ଗାଇଡ଼ ଲାଇନ
କୋହଳ ହେଲା କର୍ଫ୍ୟୁ ଗାଇଡ଼ ଲାଇନ (ETV Bharat Odisha)

ବାଲେଶ୍ବର: ଇଦ୍‌ରେ ବାଲେଶ୍ୱର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା ପରେ କର୍ଫ୍ୟୁ ଜାରି କରାଯାଇଥିଲା । ତେବେ ଜାରି ରହିଥିବା କର୍ଫ୍ୟୁ ଗାଇଡ଼ ଲାଇନରେ ପରିବର୍ତ୍ତନ ହୋଇଛି । ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ କେଉଁ ସବୁଥିରେ ପରିବର୍ତ୍ତନ ହୋଇଛି ଏବଂ କେଉଁଠି ବଳବତ୍ତର ରହିଛି ସେନେଇ ଜିଲ୍ଲାପାଳ ଆଶିଷ ଠାକରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।

ପରିବର୍ତ୍ତିତ ଗାଇଡ଼ ଲାଇନ ଏବଂ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ଶନିବାର ସକାଳ 5ଟାରୁ 2ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାସହ ଆସନ୍ତାକାଲି ଭୋର 5ଟା ଠାରୁ ପୋୖରାଞ୍ଚଳରେ ଥିବା ତିନୋଟି ଥାନା ମଧ୍ୟରୁ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟାଇ ଦିଆଯିବ । ଟାଉନ ଥାନା ଏବଂ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୂର୍ବ ପରି କର୍ଫ୍ୟୁ ବଳବତ୍ତର ରହିବ । କେବଳ ସକାଳେ 9 ଘଣ୍ଟା ଅର୍ଥାତ ସକାଳ 5ଟାରୁ ମଧ୍ୟହ୍ନ 2ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବାକୁ ନିଷ୍ପତ୍ତି ହୋଇଛି । ଦିନ 2ଟା ପରେ ପୁଣି କର୍ଫ୍ୟୁ ନିୟମ କଡ଼ାକଡ଼ି ରହିବ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

ଦୁଇଦିନ ହେଲା ଇଣ୍ଟରନେଟ ଲିଜ ଲାଇନ ବିଭିନ୍ନ ବ୍ୟାଙ୍କିଙ୍ଗ ଅନୁଷ୍ଠାନରେ ଭଲ ଚାଲିଥିବା ବେଳେ ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet କାର୍ଯ୍ୟକାରୀ ହେବ ଏବଂ ମୋବାଇଲ ଇଣ୍ଟରନେଟ ଯେମିତି ବନ୍ଦ ଥିଲା ସେମିତି ବନ୍ଦ ରହିବ ବୋଲି କୁହାଯାଇଛି । ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ବଭାବିକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଉଛି । ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କର୍ଫ୍ୟୁ ବଳବତ୍ତର, ସକାଳେ 6 ଘଣ୍ଟା କୋହଳ, ଖୋଲିବନି ସ୍କୁଲ କଲେଜ - Curfew Relaxation For 6 Hours

ସେହିଭଳି ବର୍ତମାନ କିଛି ଗୁଜବ ପ୍ରଚାର ଚାଲିଛି ଯାହା ସଂପୂର୍ଣ୍ଣ ମିଛ ଏବଂ ଏହାଠାରୁ ଜନସାଧାରଣ ଦୁରେଇ ରହିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ବର୍ତମାନ ସୁଦ୍ଧା 65 ଜଣଙ୍କୁ ଗୋଷ୍ଠି ବିବାଦ ଏବଂ କର୍ଫ୍ୟୁ ଉଲଂଘନ ପାଇଁ ଗିରଫ କରାଯାଇଛି । ବାଲେଶ୍ୱରରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଲୋକଙ୍କ ସହ ଯୋଗାଯୋଗ ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ । ଏହାସହ ବାଲେଶ୍ଵର ପୋୖରାଞ୍ଚଳରେ ଆସନ୍ତାକାଲି ସ୍କୁଲ ବନ୍ଦ ରଖାଯାଇଛି । ପରେ ପୁଣି ସ୍ଥିତି ସମୀକ୍ଷା ପରେ ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.