ETV Bharat / state

ହଜିବାକୁ ବସିଲେଣି ସାଧବବୋହୁ, ଅବଲୁପ୍ତ ଦ୍ବାରା ଦେଶରେ ପ୍ରଜାପତି - Insects Are Becoming Extinct

Red Velvet Mite And Butterfly: ବିଲୁପ୍ତ ହେବାକୁ ବସିଲେଣି ଲାଲ ଟୁକୁଟୁକୁ ସାଧବବୋହୂ । ସେପଟେ ଆଉ ସେତେ ଉଡି଼ ବୁଲୁନାହାନ୍ତି ପ୍ରଜାପତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 14, 2024, 8:42 PM IST

Red Velvet Mite And Butterfly
Red Velvet Mite And Butterfly (ETV Bharat Odisha)

ବୌଦ୍ଧ: ବିଭିନ୍ନ ଜୀବମାନଙ୍କୁ ନେଇ ସୁନ୍ଦର ଜୀବଜଗତର ସୃଷ୍ଟି । ନାନା ରଙ୍ଗବେରଙ୍ଗର ଫୁଲଫଳ, ଗଛଲତା, ନଦୀ ଓ ବିଶାଳ ସମୁଦ୍ର ଏ ସବୁ ସୃଷ୍ଟି ଭିତରେ ସ୍ରଷ୍ଟାଙ୍କର ସୁନ୍ଦର କାରିଗରୀ । ଏହାରି ଭିତରେ ଆଉ ଏକ ସୃଷ୍ଟି ହେଉଛି ଲାଲ ଟୁକୁଟୁକୁ ସାଧବବୋହୂ ଓ ପ୍ରଜାପତି । ବର୍ଷା ଯେତେବେଳେ ମାଟିକୁ ସ୍ପର୍ଶ କରେ ସେତେବେଳେ ନିଜର ସୁନ୍ଦର ରୂପରେ ସମସ୍ତଙ୍କ ମନ ମୋହି ନିଅନ୍ତି ସାଧବ ବୋହୂ । ନାଲି ରଙ୍ଗ ଆବରଣରେ ସବୁଜ ଧରଣୀକୁ ଅଧିକ ଆକର୍ଷଣୀୟ କରନ୍ତି । ସାଧବବୋହୂକୁ ସୁଖ ଓ ସମୃଦ୍ଧିର ବାର୍ତ୍ତାବହ ବୋଲି ବିଶ୍ବାସ କରନ୍ତି ଚାଷୀକୂଳ । ସେପଟେ ଏ ଫୁଲରୁ ସେ ଫୁଲକୁ ନାଚି ନାଚି ଉଡ଼ିବୁଲେ ପ୍ରଜାପତି । ହେଲେ ଜଳବାୟୁ ପରିବର୍ତ୍ତନ ତଥା ବିଭିନ୍ନ କାରଣରୁ ବର୍ତ୍ତମାନ ଅବଲୁପ୍ତ ପ୍ରାୟ ଏଭଳି ସୌନ୍ଦର୍ଯ୍ୟ ପୂର୍ଣ୍ଣ କୀଟ ।

ଧରଣୀ ରାଣୀଙ୍କ ସବୁଜ ଧରା ଉପରେ ବର୍ତ୍ତମାନ ଦୃଶ୍ୟମାନ ହେଉଛନ୍ତି ଆକର୍ଷଣୀୟ ସାଧବବୋହୁ ଓ ବିଭିନ୍ନ ପ୍ରଜାପତି । ବର୍ଷା ଋତୁରେ ଏହି ଆକର୍ଷଣୀୟ କୀଟ ପତଙ୍ଗ ପ୍ରକୃତିର ଶୋଭାରାଜିକୁ ଦ୍ଵିଗୁଣିତ କରିଥାନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳରେ ବର୍ତ୍ତମାନ ଲାଲ୍ ଟୁକୁ ଟୁକୁ ସାଧବ ବୋହୂ ଦେଖିବାକୁ ମିଳୁଥିବା ବେଳେ ପ୍ରକୃତିର ସବୁଜ ଗାଲିଚା ଉପରେ ସତେ ଯେପରି ନାଲି ଭେଲଭେଟର ଟୀକା ସଜେଇ ହେଲା ଭଳି ମନେହେଉଛି । ସବୁଜ ଘାସ ଉପରେ ଏହି ନାଲି ରଙ୍ଗର ସାଧବବୋହୂ ପ୍ରକୃତିପ୍ରେମୀଙ୍କୁ ବେଶ ଆନନ୍ଦ ଦେଉଥିବା ବେଳେ କବିପ୍ରାଣ ଏହି ଆକର୍ଷଣୀୟ କୀଟକୁ ନେଇ ଅନ୍ତରାତ୍ମାରୁ ଗୀତ ଗାଇ ଯାଉଛି । ସାଧବ ବୋହୂ ଧରା ପୃଷ୍ଠରେ ଦେଖାଯିବା ଅର୍ଥାତ୍ ଭଲ ବର୍ଷାର ଆଗମନର ଶୁଭ ସୂଚନା ଆଣିଥାଏ ବୋଲି ବିଶ୍ୱାସ ରହିଛି । ଅନେକ ସମୟରେ ଏହି ଆକର୍ଷଣୀୟ କୀଟକୁ ଚାଷ ଓ ଚାଷୀଙ୍କର ଶୁଭଚିନ୍ତକ ବୋଲି ମଧ୍ୟ କୁହାଯାଏ । ତେବେ ପରିବର୍ତ୍ତିତ ସମୟରେ ତଥା ଜଳବାୟୁ ପରିବର୍ତ୍ତନ ଓ ଚାଷ କାର୍ଯ୍ୟରେ କୀଟନାଶକ ପ୍ରୟୋଗ ଯୋଗୁଁ ଦିନକୁ ଦିନ ଏହି ସାଧବବୋହୁ ଅବଲୁପ୍ତ ଦ୍ବାରା ଦେଶରେ ଦଣ୍ଡାୟମାନ ।

ଏହା ମଧ୍ୟ ପଢ଼ନ୍ତୁ...ବିଲୁପ୍ତ ପଥେ ପାଇକ କଳା ! ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି - Khordha Paika

ସେହିପରି ବୌଦ୍ଧ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନକୁ ଅଧିକ ଆକର୍ଷଣୀୟ କରୁଛନ୍ତି ରଙ୍ଗ ବେରଙ୍ଗର ପ୍ରଜାପତି । ଫୁଲରୁ ଫୁଲ ତଥା ଡାଳପତ୍ରରୁ ଘାସ ଗାଲିଚା ଉପରେ ଉଡ଼ି ବୁଲନ୍ତି ପ୍ରଜାତିର । ଯାହା କବିର ଭାବୁକଙ୍କ ମନରେ ଗଭୀର ଛାପ ସୃଷ୍ଟି କରୁଛନ୍ତି । ତେବେ କେତେକ ସ୍ଥାନରେ ଏହି ରଙ୍ଗ ବେରଙ୍ଗର ପ୍ରଜାପତିଙ୍କ ସୁରକ୍ଷା ତଥା ଆକର୍ଷଣ ପାଇଁ ବଟର ଫ୍ଲାଏ ଗାର୍ଡେନ ବା ପ୍ରଜାପତି ଉଦ୍ୟାନର ପରିକଳ୍ପନା କରାଯାଇଛି । ତଥାପି ଜଣବାୟୁର ପ୍ରଭାବ ଏମାନଙ୍କ ଉପରେ ମଧ୍ୟ ପଡ଼ିଲାଣି । ଉଭୟ ସାଧବବୋହୁ ଓ ବିଭିନ୍ନ ପ୍ରଜାତିର ପ୍ରଜାପତିଙ୍କ ସୁରକ୍ଷା ନେଇ ଏବେଠାରୁ ବିଭିନ୍ନ ସ୍ତରରେ ଚିନ୍ତା କରାନଗଲେ ଏମାନେ କେବଳ ଆଗାମୀ ଦିନରେ ଚିତ୍ର ମଧ୍ୟରେ ସିମୀତ ରହିଯିବାର ଆଶଙ୍କା ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.