ETV Bharat / state

କାହିଁକି ନିର୍ବାଚନ ହାରିଲା ବିଜେଡି ? ନବୀନଙ୍କୁ କାରଣ କହିଲେ ପରାଜିତ ପ୍ରାର୍ଥୀ - Reasons For BJD Defeat

author img

By ETV Bharat Odisha Team

Published : 4 hours ago

Reasons For BJD Defeat: 2024 ସାଧାରଣ ନିର୍ବାଚନରେ କାହିଁକି ହାରିଲା ବିଜୁ ଜନତା ଦଳ-ବିଜେଡି ? ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପରାଜୟର କାରଣ କହିଲେ ଢେଙ୍କାନାଳ ଲୋକସଭା ଆସନରେ ପରାଜିତ ପ୍ରାର୍ଥୀ ଅବିନାଶ ସାମଲ ।

DHENKANAL BJD MP CANDIDATE
DHENKANAL BJD MP CANDIDATE (ETV BHARAT ODISHA)

ଭୁବନେଶ୍ବର: କାହିଁକି ସାଧାରଣ ନିର୍ବାଚନରେ ବିଜେଡିର ହେଲା ବଡ ବିପର୍ଯ୍ୟୟ ? କେଉଁଠି ରହିଲା ତ୍ରୁଟି ? ତା'ର କାରଣ ଖୋଜିବାରେ ଲାଗିଛି ବିଜୁ ଜନତା ଦଳ- ବିଜେଡି । ଜିଲ୍ଲା ନେତାଙ୍କୁ ଡାକି ପରାଜୟର କାରଣ ଜାଣିବା ସହ ଆଗାମୀ ଲଢେଇ ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନରେ ପରାଜୟ ପରେ ଗୋଟିଏ ପରେ ଗୋଟିଏ ଜିଲ୍ଲାର ସମୀକ୍ଷା କରୁଛନ୍ତି ନବୀନ ।

ବୈଠକ ନେଲେ ନବୀନ:

ଗତକାଲି (ଗୁରୁବାର) ଢେଙ୍କାନାଳ ଏବଂ କନ୍ଧମାଳ ସାଂଗଠନିକ ଜିଲ୍ଲାର ନେତାଙ୍କୁ ଭେଟି ପରାଜୟର କାରଣ ବୁଝିଥିଲେ ନବୀନ ପଟ୍ଟନାୟକ । କେଉଁ କାରଣରୁ ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହେଲା ତାର ପଚାରି ବୁଝିଥିଲେ । ପରାଜୟର କାରଣ କହିଥିଲେ ସାଧାରଣ ନିର୍ବାଚନରେ ଢେଙ୍କାନାଳ ସଂସଦୀୟ ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅବିନାଶ ସାମଲ ।

ଦଳୀୟ ନେତାଙ୍କ ଓଭର କନଫିଡେନ୍ସ ପରାଜୟର କାରଣ :-

ଅବିନାଶ ସାମଲ ପରାଜୟର କାରଣ ନେଇ କହିଛନ୍ତି ଯେ, ''ସମୀକ୍ଷା ବୈଠକ ଯଦି ନିର୍ବାଚନ ପୂର୍ବରୁ ହୋଇଥାନ୍ତା ତେବେ ଭଲ ହୋଇଥାନ୍ତା । ନିର୍ବାଚନ ପୂର୍ବରୁ ଏପରି ହୋଇନଥିବାରୁ ଆମେ ଆମର ଦୁର୍ବଳତା ଓ ସକ୍ଷମତା ଉପସ୍ଥାପନ କରିପାରିନଥିଲୁ । ଏବେ ଦଳ ତାହା ବୁଝି ପାରିଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ନେଇ ଦଳର ନେତାଙ୍କ ଓଭର କନଫିଡେନ୍ସ ପାଇଁ ଦଳ ସାଧାରଣ ନିର୍ବାଚନରେ ହାରିବା ଏକ କାରଣ । ବିଜେଡି 25 ବର୍ଷରେ ଯେତିକି କାମ କରି ହାଇଲାଇଟ କରିପାରିନଥିଲା, ବିଜେପି କାମ ନକରି ବହୁତ ହାଇଲାଇଟ କରି ବିଜୟ ହାସଲ କରିବାରେ ସକ୍ଷମ ହୋଇଛି । ନିର୍ବାଚନରେ ପୂର୍ବରୁ ଦଳର ସଭାପତି ଅଞ୍ଚଳକୁ ଅଧିକ ଯାଇଥିଲେ କର୍ମୀଙ୍କ ମନୋବଳ ଅଧିକ ବଢିଥାନ୍ତା, କିନ୍ତୁ ଏହା ହେଲାନାହିଁ । ନିର୍ବାଚନ ପୂର୍ବରୁ 2ରୁ 3 ମାସ ଯେତିକି କାମ ହେବା କଥା ତାହା ହୋଇନଥିଲା । ବିଜେଡି ବିରୋଧୀ ହାୱା କାମ ଦେଇଥିବା ବେଳେ ନିର୍ବାଚନ ସମୟରେ ଦଳରେ ସମନ୍ବୟ ଓ ରଣନୀତିର ଅଭାବ ରହିଥିଲା । ସେହିପରି ବିଜେଡିର ଆଇଟି ସେଲ ସଠିକ ଭାବେ ପ୍ରଚାର କରାଯାଇପାରିଲା ନାହିଁ ।"

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ବରିଷ୍ଠ ନେତାଙ୍କୁ ଗୁରୁତ୍ବ: ଗଠନ ହେଲା ଉପଦେଷ୍ଟା-ସଭ୍ୟ ସଂଗ୍ରହ-କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି - BJD New Committee

ଏହା ମଧ୍ୟ ପଢନ୍ତୁ-ବିଜେଡି ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ, ଏହି ଦିନ ଶଙ୍ଖ ଭବନ ଆସିବେ ଦଳର ସବୁ ବରିଷ୍ଠ ନେତା - BJD MEETING

ଅକ୍ଟୋବର ୨ରୁ ବିଜେଡି ସଦସ୍ୟତା ଅଭିଯାନ:-

ବିଜେପି ପରେ ଏବେ ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ । ଅକ୍ଟୋବର ୨ ତାରିଖରୁ ବିଜେଡି ସଦସ୍ୟତା ଅଭିଯାନ ଆରମ୍ଭ କରିବ । ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ସୁଭାଶିଷ ଖୁଣ୍ଟିଆ କହିଛନ୍ତି, "ଆଜି ବି ଲୋକେ ନବୀନଙ୍କ ଉପରେ ଆଶା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଛନ୍ତି । ତୃଣମୂଳ ସ୍ତରର କର୍ମୀ ଓ ନୂତନ କରି ଯେଉଁମାନେ ସଦସ୍ୟ ଗ୍ରହଣ କରିବେ, ଆଶା ଅଛି ଯେ ସେମାନେ ନବୀନ ବାବୁଙ୍କ ଉପରେ ଥିବା ଭଲ ପାଇବା ଯୋଗୁଁ ବିଜେଡିରେ ସାମିଲ ହେବେ । ବହୁ ଲୋକ ବିଜେଡିରେ ସଦସ୍ୟତା ଗ୍ରହଣ କରିବେ । ସଂଖ୍ୟା ତ କହି ପାରିବିନି, ହେଲେ ବର୍ତ୍ତମାନର ସରକାରଙ୍କ ଯାହା କାମ କରୁଛନ୍ତି ରାଜ୍ୟବାସୀ ଦେଖିଲେଣି । ଭରତପୁର ଥାନା ଘଟଣା ହେଉ ବା ସେମାନେ ନିଜକୁ ଭଗବାନ ଜଗନ୍ନାଥ କହିବା ପ୍ରସଙ୍ଗ, ବିଜେପି ସରକାର କେବଳ ଡିଣ୍ଡିମ ପିଟୁଛନ୍ତି । ଏ ସରକାର ଖାଲି ନବୀନ ବାବୁଙ୍କ ସମୟର ଯୋଜନାରେ ରଙ୍ଗ ବୋଳୁଛି । ଲୋକେ ଜାଣିଲେଣି ନୂଆ ସରକାର ବିଫଳ । ତେଣୁ ତୃଣମୂଳ ସ୍ତରରେ ଲୋକଙ୍କ ସଦସ୍ୟତା ବଢିବ ।''

ଦାଇତ୍ବ ତୁଲାଇବେ କମିଟି ସଦସ୍ୟ:-

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ''ବିଜେଡିର ବରିଷ୍ଠ, କନିଷ୍ଠ, ଯୁବକ ଓ ଦଳର ବିଭିନ୍ନ ବର୍ଗଙ୍କୁ ନେଇ କମିଟି ଗଠନ ହୋଇଛି । ଦଳ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସକ୍ରିୟ । ଆମେ ପୂର୍ବରୁ ଏବଂ ଏବେ ଏକ ନମ୍ବର ଦଳ ଅଛୁ । ଭୋଟ ପ୍ରତିଶତ ଆମର ଅଧିକ ରହିଛି । ସିଟ ସଂଖ୍ୟା କମିଛି । ଲୋକଙ୍କ ନିର୍ଦ୍ଦେଶରେ ଆମେ ବିରୋଧୀ ଦଳରେ ବସିଛୁ । ଦଳକୁ ଆହୁରି ସକ୍ରିୟ କରିବା ଲାଗି ଏହି କମିଟି ହୋଇଛି । ସମସ୍ତେ ନିଜ ଦାୟିତ୍ୱ ତୁଲାଇବେ । ବରିଷ୍ଠ ମାନେ ତାଙ୍କ ଦାଇତ୍ୱ ତୁଲାଇବେ । ବାକି ଦୁଇ କମିଟି ତୁହାକୁ ତୁହା କାର୍ଯ୍ୟକ୍ରମ ଆୟୋଜନ କରିବେ । ''

ସାଧାରଣ ନିର୍ବାଚନରେ ପରାଜୟ ପରେ ଗୋଟିଏ ପରେ ଗୋଟିଏ ଜିଲ୍ଲାର ସମୀକ୍ଷା କରୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୨ ଜିଲ୍ଲାର ସମୀକ୍ଷା କରିସାରିଛନ୍ତି ନବୀନ । ଜିଲ୍ଲାର ନେତା ଓ ପ୍ରାର୍ଥୀଙ୍କୁ ଡାକି ପରାଜୟର କାରଣ ବୁଝୁଛନ୍ତି ବିଜେଡି ସୁପ୍ରିମୋ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.