ETV Bharat / state

ରାୟଗଡ଼ାରେ ନିର୍ବାଚନ ପ୍ରସ୍ତୁତି, ନକ୍ସଲ ପ୍ରବଣ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ

author img

By ETV Bharat Odisha Team

Published : Mar 17, 2024, 10:36 PM IST

Election Preparation In Rayagada: ରାୟଗଡ଼ା ଜିଲ୍ଲାରେ ସ୍ୱଚ୍ଛ, ଅବାଧ ନିର୍ବାଚନ କିପରି ହେବ ସେନେଇ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ୫୩ଟି ନକ୍ସଲ ପ୍ରବଣ ଅଞ୍ଚଳରେ ନଜର ରଖିଛି ପ୍ରଶାସନ । ଅଧିକ ପଢନ୍ତୁ

Election Preparation
Election Preparation
Election Preparation

ରାୟଗଡ଼ା : ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ରାୟଗଡ଼ା ଜିଲ୍ଲାରେ ସ୍ୱଚ୍ଛ, ଅବାଧ ନିର୍ବାଚନ କିପରି ହେବ ସେନେଇ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ନିର୍ବାଚନ ପରିଚାଳନା ସମ୍ବନ୍ଧରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଗୁଣପୁର ଉପଜିଲ୍ଲାପାଳ କିରଣଦୀପ କୌର, ରାୟଗଡ଼ା ଉପଜିଲ୍ଲାପାଳ ସଂଘମିତ୍ରା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ଓଡି଼ଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ ୧୩ ତାରିଖ ଦିନ ରାୟଗଡ଼ା ଜିଲ୍ଲାର ରାୟଗଡ଼ା, ବିଷମକଟକ ଓ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ କୋରାପୁଟ ଲୋକସଭା ଆସନ ପାଇଁ ମତଦାନ ହେବ ।

ଚଳିତ ବର୍ଷ ନିର୍ବାଚନରେ ରାୟଗଡ଼ା, ବିଷମକଟକ ଓ ଗୁଣପୁରର ୭ ଲକ୍ଷ ୪ ହଜାର ୫୦୩ ଭୋଟର ନିଜର ମତ ସବ୍ୟସ୍ତ କରିବେ । ସେଥିମଧ୍ୟରୁ ୩ ଲକ୍ଷ ୩୧ ହଜାର ୮୪୪ ଜଣ ପୁରୁଷ ଭୋଟର, ୩ ଲକ୍ଷ ୭୨ ହଜାର ୪୭୪ ମହିଳା ଭୋଟର ଏବଂ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୧୮୫ ରହିଛି । ଚଳିତ ନିର୍ବାଚନରେ ଜିଲ୍ଲାରେ ୩୨ ହଜାର ୧୯୮ ଜଣ ନୂତନ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଜିଲ୍ଲାରେ ମୋଟ ୮୮୩ଟି ବୁଥ କରାଯାଇଥିବାବେଳେ ରାୟଗଡ଼ାରେ ୩୦୧, ବିଷମକଟକରେ ୨୯୩ ଏବଂ ଗୁଣପୁରରେ ୨୮୯ ବୁଥ କରାଯାଇଛି । ନିର୍ବାଚନକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୫ ଜଣ ପୋଲିଂ ଅଫିସର ଏବଂ ୧୧ କର୍ମଚାରୀ ନିୟୋଜିତ ହେବେ । ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ୧୦ ହଜାର କର୍ମଚାରୀ ନିୟୋଜିତ ହେବେ ।

ଚଳିତ ନିର୍ବାଚନରେ ପୋଷ୍ଟାଲ ବାଲାଟକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଚଳିତ ନିର୍ବାଚନରେ ୧୦୮ଟି ମଡେଲ ବୁଥ୍ କରିବା ପାଇଁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଥିବାବେଳେ ୮୮ଟି ବୁଥ୍ ମହିଳାଙ୍କ ପାଇଁ ରହିବ । ସ୍ୱଚ୍ଛ, ଅବାଧ ନିର୍ବାଚନ ପରିଚାଳନା ସହ ସୋସିଆଲ ମିଡିଆ ଉପରେ ନଜର ରଖାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ହିଂସାମୁକ୍ତ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରଶାସନ ସଜାଗ ଥିବା କହିଛନ୍ତି ଏସପି ହରିଶ ବିସି । ନିର୍ବାଚନ ସମୟରେ ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସୀମାନ୍ତ ଉପରେ ପୋଲିସ ପ୍ରଶାସନ ତରଫରୁ ତୀକ୍ଷ୍ଣ ନଜର ରଖାଯିବ ।

ଏହା ବି ପଢନ୍ତୁ...ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

୫୩ଟି ନକ୍ସଲ ପ୍ରବଣ (ରାୟଗଡ଼ାର ୩, ବିଷମକଟକର ୨୭ ଏବଂ ଗୁଣପୁରର ୨୩ଟି) ବୁଥରେ କିପରି ସ୍ୱଚ୍ଛ ଓ ଅବାଧ ନିର୍ବାଚନ ହେବ ସେଥିପ୍ରତି ପ୍ରଶାସନ ସଜାଗ ଥିବା ପ୍ରକାଶ କରିଛନ୍ତି ଏସପି । ନିର୍ବାଚନ ସମୟରେ ଜିଲ୍ଲାରେ ୯ଟି ଫ୍ଲାଇଂ ସ୍କ୍ବାଡ୍ ନିୟୋଜିତ ହେବେ । ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସୀମାରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯିବ । ସ୍ୱଚ୍ଛ, ଅବାଧ ନିର୍ବାଚନ ପରିଚାଳନା ତଥା ଭୋଟରଙ୍କ ମନରେ ନିର୍ବାଚନୀ ହିଂସା ଦୂର କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ କରାଯାଇ ଭୋଟରଙ୍କୁ ସଚେତନ କରାଯିବ ବୋଲିସ ଏସପି ହରିଶ ବିସି ପ୍ରକାଶ କରିଛନ୍ତି । ଜିଲ୍ଲାରେ ୭ ଲକ୍ଷ ୪ ହଜାର ୫୦୩ ଭୋଟର ମତଦାନ ସାବ୍ୟସ୍ତ କରିବାକୁ ଥିବାବେଳେ ନକ୍ସଲ ପ୍ରବଣ ବୁଥରେ ସୁରୁଖୁରୁରେ ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.