ETV Bharat / state

ଜୁଲାଇ 7ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, ବସିଲା ପ୍ରଥମ ସମନ୍ୱୟ ବୈଠକ - ratha yatra 2024

author img

By ETV Bharat Odisha Team

Published : Apr 20, 2024, 8:19 PM IST

RATHA YATRA 2024: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୪ ପାଇଁ ପୁରୀରେ ବସିଲା ପ୍ରଥମ ସମନ୍ୱୟ ବୈଠକ କମିଟି ବୈଠକ । ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଆୟୋଜନ ନେଇ ହେଲା ପୁଙ୍ଖାନୁପୁଙ୍ଖ ଆଲୋଚନା । ୧୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତମାନଙ୍କର ସମାଗମ ନେଇ ଆଶା । ଅଧିକ ପଢନ୍ତୁ

ଜୁଲାଇ 7ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା,ବାସିଲା ପ୍ରଥମ ସମନ୍ୱୟ ବୈଠକ

ପୁରୀ: ଜୁଲାଇ 7 ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୪ ପାଇଁ ପୁରୀରେ ଅନୁଷ୍ଠିତ ହୋଇଛି ପ୍ରଥମ ସମନ୍ବୟ ବୈଠକ । ପୁରୀ ଟାଉନ ହଲ୍ ଠାରେ କେନ୍ଦ୍ରାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଏହି ବୈଠକରେ ସାମିଲ୍ ହୋଇଥିଲେ । ଚଳିତ ବର୍ଷ ରଥଯାତ୍ରାକୁ କିଭଳି ସଫଳତାର ସହ ଆୟୋଜନ କରାଯାଇପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା ।

ରଥଯାତ୍ରାରେ 15 ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତମାନଙ୍କର ସମାଗମ ହେବାର ଆଶା କରାଯାଉଛି । ତେଣୁ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ସହରର ପରିମଳ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ନିର୍ଦ୍ଦେଶ ଦେଇଥିଲେ । ଚଳିତ ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ ରଥଯାତ୍ରା ପାଇଁ ହସ୍ପିଟାଲରେ ୧୧୭ଟି ଅଧିକ ବେଡର ବ୍ୟବସ୍ଥା ହେବ । ସେହିପରି ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, କାଜୁଆଲ୍ଟି ବ୍ୟବସ୍ଥାକୁ ବର୍ଦ୍ଧିତ କରିବା, ଦୁଇଟି ଏଏଲଏସ ଆମ୍ବୁଲାନ୍ସ ବ୍ୟବସ୍ଥା, କାଡିଓଲଜି ଓ ନ୍ୟୁରୋଲଜିର ଡାକ୍ତରଙ୍କୁ ନିୟୋଜିତ କରାଯିବା ସହ ୨୪ ଘଣ୍ଟିଆ ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ହୋଇଥିବା ସିଡିଏମଓ କହିଛନ୍ତି ।

ସେହିପରି ବଡ଼ଦାଣ୍ଡରେ ଅଧିକ ସ୍ବାସ୍ଥ୍ୟ ସେବା ଶିବିର ଖୋଲିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ପୁରୀ ସହରରେ ଥିବା ବିଭିନ୍ନ ରାସ୍ତାଘାଟର ଉନ୍ନତି ଏବଂ ମରାମତି, ଡ୍ରେନଗୁଡ଼ିକର ସଫେଇ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ନିୟମିତ ସଫେଇ, ବିଭିନ୍ନ ସ୍ଥାନ ଗୁଡିକରେ ପାର୍କିଂ ବ୍ୟବସ୍ଥା, ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ପର୍ଯ୍ୟାପ୍ତ ପରିମାଣରେ କରିବାକୁ ପୁରୀ ପୋୖରପାଳିକା, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ବିଭାଗକୁ ସଠିକ୍ ସମୟରେ କାର୍ଯ୍ୟ ସାରିବାକୁ ଆରଡିସି ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମ୍ପାଦନ କରିବା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାର ଯୋଜନା ଥିବା ଏସପି କହିଛନ୍ତି । ଏଥିସହ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ସ୍ଥାପନ, ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ସ୍ପେସାଲ୍ ଡ୍ରାଇଭ, ଭକ୍ତ ଓ ପର୍ଯ୍ୟଟକଙ୍କୁ ସହାୟତା ପାଇଁ ପୋଲିସ ସହାୟତା କେନ୍ଦ୍ର ବ୍ୟବସ୍ଥା କରାଯିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି - Ratha Yatra

ସେହିପରି ରଥକାଠ ଯୋଗାଣ, ରଥ ନିର୍ମାଣ ସମ୍ପର୍କରେ ବନ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଥ୍ୟ ଦିଆଯାଇଥିଲା । ତେବେ ଫାଶୀ କାଠ ମିଳିବାରେ ସମସ୍ୟା ହେଉ ଥିବା ବନ ବିଭାଗ ତଥ୍ୟ ରଖିଥିଲା । ଏଣୁ ଆଗାମୀ ଦିନରେ ବନ ବିଭାଗ ପକ୍ଷରୁ ଏନେଇ ସ୍ଵତନ୍ତ୍ର ବ୍ୟବସ୍ଥା ହେଉଥିବା କୁହାଯାଇଛି । ତେବେ ରଥଯାତ୍ରା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ଟେଲିଫୋନ ସେବା ବ୍ୟବସ୍ଥା, ସୂଚନା ପ୍ରସାରଣ ବ୍ୟବସ୍ଥା, ସଂସ୍କୃତିକ କାର୍ଯକ୍ରମ, ପ୍ରଦର୍ଶନୀ, ବଡଦାଣ୍ଡରୁ ଗାଈ-ଷଣ୍ଢ ଅପସାରଣ, ଅସୁରକ୍ଷିତ କୋଠା ଚିହ୍ନଟ, ଅଧିକ ବ୍ୟାଙ୍କ ଓ ଏଟିଏମ ସେବା ଯୋଗାଇବା, ଉପରେ ଆଲୋଚୋନା ହେବା ସହ ଏହି କାର୍ଯ୍ୟ ଭଲ ଭାବରେ ତୁଲାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.