ETV Bharat / state

ବୌଦ୍ଧରେ ଦୁଇ ଦିନ ରଥଯାତ୍ରା, ପ୍ରଥମ ଥର ରଥରେ ରାତି କାଟିଲେ ବଡ଼ଠାକୁର - Ratha Yatra Celebrated In Boudh

Ratha Yatra Celebrated In Boudh: ବୌଦ୍ଧରେ ଧୁମଧାମରେ ରଥଯାତ୍ରା ପାଳିତ ହୋଇଛି। ଘଣ୍ଟନାଦ, ଭକ୍ତିମୟ ପରିବେଶରେ କମ୍ପୁଛି ଜିଲ୍ଲା । ଚଳିତ ଥର ଦୁଇ ଦିନ ରଥଯାତ୍ରା ପାଳିତ ହୋଇଥିବା ବେଳେ ବଡ଼ ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Jul 8, 2024, 2:29 PM IST

ବୌଦ୍ଧରେ ଦୁଇ ଦିନ ରଥଯାତ୍ରା, ପ୍ରଥମ ଥର ରଥରେ ରାତି କାଟିଲେ ବଡ଼ ଠାକୁର
ବୌଦ୍ଧରେ ଦୁଇ ଦିନ ରଥଯାତ୍ରା, ପ୍ରଥମ ଥର ରଥରେ ରାତି କାଟିଲେ ବଡ଼ ଠାକୁର (ETV Bharat Odisha)

ବୌଦ୍ଧ: ବୌଦ୍ଧରେ ଧୁମଧାମରେ ରଥଯାତ୍ରା ପାଳିତ ହୋଇଛି। ତେବେ ପ୍ରତ୍ୟେକ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଆନନ୍ଦ ଉଲ୍ଲାସର ସହିତ ବଡ଼ ଠାକୁରଙ୍କ ଘୋଷଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି । ରଥଯାତ୍ରାରେ ବଡ଼ ଠାକୁରଙ୍କୁ ରଥ ଉପରେ ଦର୍ଶନ କରି ଭାବବିହ୍ୱଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ ।

ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥ ଭାବରେ ପରିଚିତ ବଉଦ ଜିଲ୍ଲା ସଦରମହକୁମା ଠାରେ ରବିବାର ଘୋଷଯାତ୍ରା ଦିବସରେ ହିଁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ତିଥି ଥିବାରୁ ଠାକୁରଙ୍କ ନୀତି କାନ୍ତିରେ ବିଳମ୍ବ ହୋଇଥିଲା । ଅପରାହ୍ନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ବ୍ରାହ୍ମଣ ସେବାୟତମାନେ ପ‌ହଣ୍ଡି ରେ ଆଣିବା ସହିତ ରଥାରୂଢ଼ କରିଥିଲେ । ସନ୍ଧ୍ୟା ସାତଟା ବେଳକୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ଓ୍ବେୟାରଲେସ ଛକର ନିର୍ଦ୍ଧାରିତ ସ୍ଥାନରେ ବିରଳ ଅଭଙ୍ଗ ରଥ ରାତି ପ୍ରାୟ ଦଶଟା ବେଳକୁ ପହଞ୍ଚିଥିଲା । ଯାହା ଫଳରେ ରଥରେ ରାତିରେ କାଟିଥିଲେ ମହାବାହୁ । ଏଭଳି ପ୍ରଥମ ଥର ରଥ ହୋଇଥିବା ବେଳେ ମହାପ୍ରଭୁଙ୍କୁ ଦେଖି ବେଶ ଉତ୍ସାହିତ ଭକ୍ତ ।

ରବିବାର ସକାଳୁ ଅପରାହ୍ନ ଯାଏଁ ପ୍ରବଳ ଖରା ଗୁଳୁଗୁଳି ଯୋଗୁଁ ସାଧାରଣ ଭକ୍ତ ଶ୍ରଦ୍ଧାଳୁ କଷ୍ଟ ଅନୁଭବ କରିଥିବା ବେଳେ ଅପରାହ୍ନ ପରେ ସାମାନ୍ୟ ବର୍ଷା ପାଗ ଘୋଷଯାତ୍ରାକୁ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବେଶ ଅନୁକୂଳ କରିଥିଲା । ବୌଦ୍ଧ ର ରଥଯାତ୍ରା ଦେଖିବାକୁ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ଚଳିତ ବର୍ଷ ତିଥି ଲଗ୍ନରେ ତାରତମ୍ୟ ହେତୁ ରଥ ଉପରେ ପ୍ରଥମ ଥର ପାଇଁ ବଡ଼ ଠାକୁର ରାତ୍ରି ଯାପନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରଥଯାତ୍ରା ଦ୍ୱିତୀୟ ଦିନ: ଜନ୍ମବେଦୀ ଅଭିମୁଖେ ତିନି ଠାକୁର, ମରିଚିକୋଟ ଛକରୁ ଗଡିଲା ରଥ

ପରେ ଆଜି ଅର୍ଥାତ ସୋମବାର ପ୍ରତ୍ୟୁଷରୁ ବଡ଼ ଠାକୁରଙ୍କ ନୀତି କାନ୍ତି ସମାପନ ରଥ ଉପରେ ସରିବା ପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସେବାୟତମାନେ ପ‌ହଣ୍ଡିରେ ଆଣି ମାଉସୀମା ମନ୍ଦିରରେ ବିଜେ କରାଇଥିଲେ । ଏଭଳି ବିରଳ ରଥଯାତ୍ରାରେ ସାମିଲ ହୋଇ ଭକ୍ତ ଶ୍ରଦ୍ଧାଳୁ ବେଶ ଭାବ ବିହ୍ୱଳ ହୋଇଥିଲେ । ସେପଟେ ଲୋକଙ୍କ ଭିଡ଼ ଏବଂ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.