ETV Bharat / state

ରଥ ଉପରେ ଚଢିଥିଲେ ଅଣସେବାୟତ, ହାତ ଧରି ଭିଡି ଆଣିଲେ ମୁଖ୍ୟ ପ୍ରଶାସକ - action against non servitor

author img

By ETV Bharat Odisha Team

Published : Jul 15, 2024, 3:13 PM IST

Action against non servitor: ଅଣସେବାୟତଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ । ରଥ ଉପରୁ ଭିଡି ନେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସୀମିତ ସେବକରେ ଶେଷ ହେଲା ପହଣ୍ଡି । ଅଧିକ ପଢନ୍ତୁ

ରଥରେ ଚଢିଥିଲେ ଅଣସେବାୟତ, ହାତ ଧରି ଭିଢିନେଇ ବାହାରେ ଛାଡିଲେ ମୁଖ୍ୟ ପ୍ରଶାସକ
ରଥରେ ଚଢିଥିଲେ ଅଣସେବାୟତ, ହାତ ଧରି ଭିଢିନେଇ ବାହାରେ ଛାଡିଲେ ମୁଖ୍ୟ ପ୍ରଶାସକ (ETV Bharat Oddisha)

ପୁରୀ: ଆଡପ ପହଣ୍ଡି ଅଘଟଣ ପରେ ଆକ୍ସନମୋଡରେ ଶ୍ରୀମନ୍ଦିର ପ୍ରଶାସନ । ନୀତିକାନ୍ତି ଓ ସେବା ପୂଜା ଆଳରେ ରଥ ଉପରେ ଚଢୁଥିବା ଅଣସେବାୟତଙ୍କ ଉପରେ ରଖାଯାଇଛି କଡା ନଜର । ଆଜି ପହଣ୍ଡି ବେଳେ ତିନିରଥରେ ଚଢିଥିବା ଅଣସେବାୟତଙ୍କୁ ଚିହ୍ନଟ କରି ବାହାରକୁ କାଢ଼ିଛନ୍ତି ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ l ମୁଖ୍ୟ ପ୍ରଶାସକ ପାଢୀ ନିଜେ ତିନିରଥ ପରିଦର୍ଶନ କରିବା ସହ କିଛି ଅଣସେବାୟତଙ୍କୁ ଚିହ୍ନଟ କରିଥିଲେ । ସେମାନଙ୍କୁ ତୁରନ୍ତ ପୋଲିସ କର୍ଡନ ବାହାରକୁ ପଠାଯାଇଥିଲା । ନିଜେ ମୁଖ୍ୟ ପ୍ରଶାସକ ଅଣସେବାୟତଙ୍କ ହାତ ଭିଡିନେଇ ବାହାରେ ଛାଡିଥିଲେ ।

ରଥରେ ଚଢିଥିଲେ ଅଣସେବାୟତ, ହାତ ଧରି ଭିଢିନେଇ ବାହାରେ ଛାଡିଲେ ମୁଖ୍ୟ ପ୍ରଶାସକ (ETV Bharat Odisha)

ରଥଯାତ୍ରା ସମୟରେ ଶରଧାବାଲିରେ ଆଡପ ପହଣ୍ଡି ବେଳେ ବଡ ଅଘଟଣ ଘଟିଥିଲା । ରଥରୁ ଆଡପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ପଡିଯାଇଥିଲେ ବଡଠାକୁର ଶ୍ରୀ ବଳଭଦ୍ର । ରଥ ଉପରେ ମାତ୍ରାଧିକ ସେବକଙ୍କ ଭିଡକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରି ସେବାୟତଙ୍କ ଉପରେ ମନ୍ଦିର ପ୍ରଶାସନର ନିୟନ୍ତ୍ରଣ ରହୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏବେ ଏହି ଘଟଣାର ତଦନ୍ତ ଜାରି ରହିଛି । 3ଜଣିଆ କମିଟି ଏହି ଘଟଣାର ତଦନ୍ତ କରି ମୁଖ୍ୟ ପ୍ରଶାସକଙ୍କୁ ନିଳାଦ୍ରୀବିଜେ ପରେ ରିପୋର୍ଟ ପ୍ରଦାନ କରିବ । ସେହିପରି ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ବାହୁଡାଯାତ୍ରା ପାଇଁ ପ୍ରଶାସନ ବିଭିନ୍ନ କଟକଣା ଜାରି କରିଥିଲା । ଏଥିମଧ୍ୟରେ ରଥ ଉପରେ ଅଣସେବାୟତ ନଚଢିବା ପାଇଁ କଡା ନିର୍ଦ୍ଦେଶ ଜାରି କରାଯାଇଥିଲା । କେବଳ ନୀତିକାନ୍ତି ସହ ସମ୍ପର୍କିତ ସେବାୟତଙ୍କୁ ରଥ ଉପରେ ଚଢିବା ପାଇଁ ଅନୁମତି ରହିଥିଲା ।

ଏହା ମଧ୍ୟ ପଢନ୍ତୁ :- ସରିଲା ପହଣ୍ଡି, ୩ ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି - Pahandi Bije Rituals

ଆଜି ବାହୁଡା ପହଣ୍ଡି ଆରମ୍ଭରୁ ମଧ୍ୟ ଏହି କଟକଣା ପ୍ରାୟତଃ ଦୃଶ୍ୟମାନ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ସମୟରେ ସୀମିତ ସଂଖ୍ୟକ ସେବାୟତ ନଜର ଆସିଥିଲେ । ନିଜେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ ପ୍ରମୁଖ ମଧ୍ୟ ପହଣ୍ଡି ବେଳେ ଶରଧାବାଲିରେ ଉପସ୍ଥିତ ଥିଲେ । ଏହି ସମୟରେ ତିନିରଥରେ କିଛି ଅଣସେବାୟତ ଚଢିଥିବା ନଜର ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସିଧା ପୋଲିସ ସହୟତାରେ ଅଣସେବାୟତଙ୍କ ହାତଧରି ଭିଡି ନେଇ ପୋଲିସ କର୍ଡନ ବାହାରେ ଛାଡିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.