ETV Bharat / state

ଏଇଠି ହୁଏ ବିଶ୍ବର ସର୍ବବୃହତ ରଥ; କତା ନୁହେଁ, ଶିଆଳି ଲତାର ଦଉଡିରେ ରଥ ଟାଣନ୍ତି ଭକତ - Siali creeper used as Rath rope - SIALI CREEPER USED AS RATH ROPE

Here, Siali creeper used as rope for pulling Lord Jagannath's rath: କାଲି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥଟଣା ପାଇଁ ସବୁଠି ନଡ଼ିଆ କତାରେ ପ୍ରସ୍ତୁତ ଦଉଡି ବ୍ୟବହାର କରାଯାଏ । ହେଲେ ଓଡ଼ିଶାରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି କତା ନୁହେଁ, ବରଂ ଶିଆଳି ଲତାର ଦଉଡିରେ ରଥ ଟାଣନ୍ତି ଶ୍ରଦ୍ଧାଳୁ । ଆଉ ଏହି ଦଉଡିକୁ ତିଆରି କରନ୍ତି ଏକ ନିର୍ଦ୍ଦିଷ୍ଟ ଆଦିବାସୀ ସମୁଦାୟ । ପଢନ୍ତୁ ପୁରା ଖବର

ଏଇଠି ହୁଏ ବିଶ୍ବର ସର୍ବବୃହତ ରଥ; କତା ନୁହେଁ, ଶିଆଳି ଲତାର ଦଉଡିରେ ରଥ ଟାଣନ୍ତି ଭକତ
ଏଇଠି ହୁଏ ବିଶ୍ବର ସର୍ବବୃହତ ରଥ; କତା ନୁହେଁ, ଶିଆଳି ଲତାର ଦଉଡିରେ ରଥ ଟାଣନ୍ତି ଭକତ (ETV Bharat Odisha)
author img

By ETV Bharat Odisha Team

Published : Jul 6, 2024, 8:29 PM IST

କେନ୍ଦୁଝର: ବିଶ୍ବର ସର୍ବବୃହତ ରଥ ଭାବେ ପରିଚିତ କେନ୍ଦୁଝର ରଥ । କେବଳ ରଥ ପାଇଁ ନୁହେଁ, ଏହାର କିଛି ନିଆରା ପରମ୍ପରା ଲାଗି ମଧ୍ୟ କେନ୍ଦୁଝରର ରଥଯାତ୍ରା ଚର୍ଚ୍ଚାକୁ ଆସିଥାଏ । ସବୁଠି ରଥ ଟାଣିବା ପାଇଁ ସାଧାରଣତଃ ନଡିଆ କତାରେ ପ୍ରସ୍ତୁତ ଦଉଡି ବ୍ୟବହାର ହେଉଥିବାବେଳେ ଏଠି କିନ୍ତୁ ଶିଆଳି ଲତା ଦଉଡିରେ ହୁଏ ରଥଟଣା । କେନ୍ଦୁଝରରେ ରଥଯାତ୍ରା ଆରମ୍ଭ ହେବା ଦିନରୁ ହିଁ ଜୁଆଙ୍ଗ ଓ ଭୂୟାଁ ସଂପ୍ରଦାୟର ଲୋକମାନେ ଏହି ରଥ ଦଉଡି ଯୋଗାଇ ଆସୁଥିଲେ । ହେଲେ ସମୟକ୍ରମେ ଏବେ କେବଳ ଭୂୟାଁ ସଂପ୍ରଦାୟର ଲୋକମାନେ ଶିଆଳି ଲତାରୁ ଏହି ଦଉଡି ପ୍ରସ୍ତୁତ କରିଆସୁଛନ୍ତି । ସେମାନେ ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରି ସେଥିରୁ ବକଳ ବାହାର କରି ଦଉଡି ପ୍ରସ୍ତୁତ କରି ପ୍ରଭୁଙ୍କ ପ୍ରତି ନିଜର ଗଭୀର ଭକ୍ତି ଭାବର ପ୍ରତୀକ ରୂପେ ପ୍ରତିବର୍ଷ ଦଉଡି ଯୋଗାଉଛନ୍ତି ।

ଶିଆଳି ଲତାର ଦଉଡିରେ ରଥ ଟାଣନ୍ତି ଭକତ (ETV Bharat Odisha)

ଶିଆଳି ଲତା ଛେଲିରୁ ହୁଏ ରଥ ଦଉଡି:-

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକର ଦଅଁଳା ଗାଁ । ଏହି ଗାଁଟିର ଅଧିକାଂଶ ପରିବାର ଭୂୟାଁ ସଂପ୍ରଦାୟର । କେନ୍ଦୁଝରରେ ବିଶ୍ବର ସର୍ବବୃହତ ରଥ ଯେବେ ଠାରୁ ଆରମ୍ଭ ହୋଇଥିଲା ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହି ଭୂୟାଁ ସମ୍ପ୍ରଦାୟର ଲୋକମାନେ ରଥ ପାଇଁ ଦଉଡି ଯୋଗାଇ ଆସୁଛନ୍ତି । କାଲି ରଥଯାତ୍ରା ଥିବାବେଳେ ଗାଁର ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ିଛନ୍ତି ଦଉଡି ତିଆରି କାମରେ । ଅକ୍ଷୟ ତୃତୀୟା ଠାରୁ ଦଅଁଳା ଗ୍ରାମର ଲୋକେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ଶିଆଳି ଲତାରୁ ଛେଲି ସଂଗ୍ରହ କରିଥାନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ଆଜ୍ଞାମାଳ ପାଇଲା ପରେ ରଥ ଦଉଡି ତିଆରି କାମ ଆରମ୍ଭ କରନ୍ତି ।

ଏହା ମଧ୍ୟ ପଢନ୍ତୁ: ଧର୍ମ-ଅର୍ଥ-କାମ-ମୋକ୍ଷର ଚାରିଦ୍ବାର; ଋଷିମୁନିଙ୍କ ପାଇଁ ଅଶ୍ବଦ୍ବାର, ଏହି ଦ୍ବାରରେ ଯାଆନ୍ତି ଦେବତା-ଭକ୍ତ - Srimandir Four Gates Significance

ରଥ ଦଉଡି ତିଆରି କରୁଥିବା ଲୋକଙ୍କ କହିବା ଅନୁଯାୟୀ, ସବୁ ଶିଆଳି ଲତାରୁ ଦଉଡି ପ୍ରସ୍ତୁତ ହୁଏ ନାହିଁ, ଯେଉଁ ଗଛରେ କୌଣସି ଚଢେଇ ବସା କରିନଥିବେ, ଶିଆଳି ଲତାଟି ଗଛ ଉପରୁ ତଳକୁ ଲମ୍ବିଥିବ କେବଳ ସେହି ଲତାକୁ କଟାଯାଇ ସେଥିରୁ ବକଳ ବାହାର କରିଥାନ୍ତି । ପରେ ଏହି ବକଳକୁ ମୋଡି ମୋଡି ଦଉଡି ପ୍ରସ୍ତୁତ କରିଥାନ୍ତି । ଏହି ଦୌଡିର ଲମ୍ବ ୧୦୮ ହାତ ଥିବାବେଳେ ମୋଟେଇ ୬ ଇଞ୍ଚ ରହିଥାଏ । ଏସବୁ କାମକୁ ପୁରା ଗାଁର ଲୋକେ ବଡ଼ ଆଗ୍ରହର ସହିତ କରିଥାନ୍ତି ।

ଶିଆଳି ଲତା ଦଉଡିର ବୈଶିଷ୍ଟ୍ୟ:-

ଏହି ରଥ ଦଉଡିର ଅନେକ ବୈଶିଷ୍ଟ୍ୟ ରହିଛି । ଲୋକଶ୍ରୁତି ଅନୁସାରେ, ଏହି ଦଉଡି ରଥରେ ଲାଗିଗଲା ପରେ ଏହା ଦେବତା ପାଲଟିଯାନ୍ତି । ଏହାକୁ ଛୁଇଁଲେ ଜନ୍ମ ଜନ୍ମାନ୍ତରର ପାପ ନାଶ ହୁଏ । ଏହି ରଥ ଦଉଡିକୁ ନେଇ ଘରେ ରଖିଲେ ଲୋକଙ୍କୁ ଅନେକ ଶୁଭ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଶିଆଳି ଲତାରେ ଦୋଳି ଖେଳୁଥିଲା ବେଳେ ଜରା ଶବର ତାଙ୍କ ପାଦକୁ ହରିଣ ଭାବି ଶର ବିଧ କରିଥିଲା ଏବଂ ଏଥିରେ ସେ ଦେହତ୍ୟାଗ କରିଥିଲେ । ପ୍ରଭୁ ଜଗନ୍ନାଥ ଶ୍ରୀକୃଷ୍ଣଙ୍କ ଅବତାର । ଯେହେତୁ କୃଷ୍ଣ ଏହି ଶିଆଳି ଗଛରେ ଥିବାବେଳେ ଦେହତ୍ୟାଗ କରିଥିଲେ, ତେଣୁ ଏହି ଗଛର ଛାଲିରେ ନିର୍ମିତ ଦଉଡ଼ିରେ ରଥ ଟାଣିଲେ ଭକ୍ତ ସ୍ଵର୍ଗ ପ୍ରାପ୍ତ କରିଥାଏ । ଏହି ବିଶ୍ୱାସକୁ ନେଇ ଆଦିବାସୀମାନଙ୍କୁ ଯେତେବେଳେ ରଥ ଦଉଡି ତିଆରି ପାଇଁ କେନ୍ଦୁଝର ରାଜା ନିର୍ଦ୍ଦେଶ ଦେଇଥିଲେ ସେତେବେଳ ଆଦିବାସୀମାନେ କୃଷ୍ଣଙ୍କ ଅଂଶ ରହିଥିବା ଶିଆଳି ଲତା ଛେଲିରୁ ଦଉଡି ତିଆରି କରିଥିଲେ । ସେବେଠାରୁ ଏହି ପରମ୍ପରା ରହିଆସିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.