ETV Bharat / state

ଆସନ୍ତା ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ବସିଲା ଦ୍ବିତୀୟ ସମନ୍ୱୟ କମିଟି ବୈଠକ - Rath Yatra 2024

author img

By ETV Bharat Odisha Team

Published : Jun 26, 2024, 1:47 PM IST

Rath Yatra 2024: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଆଜି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ଦ୍ବିତୀୟ ସମନ୍ବୟ ବୈଠକ । ଏଥିରେ ରଥଯାତ୍ରା ସୁପରିଚାଳନା ନେଇ ବିସ୍ତୃତ ସମୀକ୍ଷା କରାଯିବ । ଅଧିକ ପଢନ୍ତୁ

ଆସନ୍ତା ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ବସିଲା ଦ୍ବିତୀୟ ସମନ୍ୱୟ କମିଟି ବୈଠକ
ଆସନ୍ତା ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ବସିଲା ଦ୍ବିତୀୟ ସମନ୍ୱୟ କମିଟି ବୈଠକ (ETV Bharat Odisha)

ପୁରୀ: ଆସନ୍ତା ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥରେ ବସି ବଡଦାଣ୍ଡକୁ ଓହ୍ଲାଇ ଆସିବେ ଜଗତର ନାଥ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପରିପ୍ରେକ୍ଷୀରେ ଆଜି (ବୁଧବାର) ରଥଯାତ୍ରାର ଦ୍ବିତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ୍ ହଲ ପରିସରରେ ଏହି ବୈଠକ ଚାଲିଛି । ଏଥିରେ ରଥଯାତ୍ରା ସୁପରିଚାଳନା ନେଇ ବିସ୍ତୃତ ସମୀକ୍ଷା କରାଯିବ ।

ବୈଠକରେ ପୂର୍ବରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ । ଏଥିରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଆଇନ ସଚିବ, ଆରଡିସି, ପୋଲିସ ବିଭାଗର ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପି ପ୍ରମୁଖ ଯୋଗ ଦେଇଛନ୍ତି । ରଥ ପ୍ରସ୍ତୁତି, ନୀତି ନିର୍ଘଣ୍ଟ ଅନୁଯାୟୀ ବିଶେଷ ବ୍ୟବସ୍ଥା, ଆଇନ ଶୃଙ୍ଖଳା, ଟ୍ରାଫିକ ସୁନିୟନ୍ତ୍ର, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ରେଳ ଚଳାଚଳ, ପରିବହନ ବ୍ୟବସ୍ଥା ଦିଗ ଉପରେ ବିସ୍ତୃତ ଆଲୋଚନା ହେବ ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ରଥ ଟାଣିବେ ରାଷ୍ଟ୍ରପତି, 6 ତାରିଖରୁ 4 ଦିନିଆ ଓଡ଼ିଶା ଗସ୍ତ - President odisha visit

ଚଳିତ ବର୍ଷ ରଥଯାତ୍ରା, ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଗୋଟିଏ ଦିନରେ ପଡୁଛି । ଏଣୁ ରଥଟଣା ସନ୍ଧ୍ୟା ୫ଟାରେ ଆରମ୍ଭ ହେବ । ଏଣୁ ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହା କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ବୈଠକରେ ଆଲୋଚନା ହେବ ।

ଚଳିତ ବର୍ଷ ରଥଯାତ୍ରାରେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି । ଏନେଇ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନିମନ୍ତେ ସ୍ବାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ସହରର ପରିମଳ ବ୍ୟବସ୍ଥା ସମ୍ପର୍କରେ ପ୍ରଥମ ସମନ୍ବୟ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଏଥର ପୁରୀ ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ । ୭ ତାରିଖ ସକାଳେ ସେ ପୁରୀରେ ପହଞ୍ଚିବେ ବୋଲି ଜଣାପଡିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.