ETV Bharat / state

ଆଜି ସରୁଛି ଶ୍ରୀଜୀଉଙ୍କ ବାହାର ଲୀଳାଖେଳା: ରତ୍ନବେଦୀକୁ ଫେରିବେ କଳାଠାକୁର, ରାଗିଛନ୍ତି ମହାଲକ୍ଷ୍ମୀ, ରସଗୋଲା ଖୁଆଇ କରିବେ ମାନଭଞ୍ଜନ - Niladri Bije

Niladri Bije Ritual: ଆଜି ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ନୀଳାଦ୍ରି ବିଜେ। ରତ୍ନବେଦୀକୁ ଫେରିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ଲାଗି ହେବ ରସଗୋଲା ଭୋଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 19, 2024, 7:44 AM IST

Updated : Jul 19, 2024, 10:05 AM IST

Niladri Bije
Niladri Bije (ETV BHARAT ODISHA)

ପୁରୀ: ଆଜି ଦାରୁଦିଅଁଙ୍କ ନୀଳାଦ୍ରି ବିଜେ । ଜନ୍ମବେଦୀରୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତି ନୀଳକନ୍ଦରକୁ ବାହୁଡିବେ । ସ୍ନାନଯାତ୍ରାରୁ ଛାଡ଼ିଥିବା ରତ୍ନ ସିଂହାସନରେ ଆଜି ପୁନଃ ଅବସ୍ଥାପିତ ହେବେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା । ରଥରୁ ଗୋଟି ପହଣ୍ଡିରେ ଓହ୍ଲାଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଏକାଦଶୀରେ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ଆଜି ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ଏହା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ । ନୀଳାଦ୍ରି ବିଜେ ନୀତି କିଭଳି ଶୃଙ୍ଖଳିତ ହୋଇ ପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।

NILADRI BIJE
NILADRI BIJE (@SJTA_Puri)

ଅପରାହ୍ନ 4ଟାରୁ ପହଣ୍ଡି: ଆଜି ଅପରାହ୍ନ 4ଟାରୁ ପହଣ୍ଡି ବିଜେ ଆରମ୍ଭ ହେବ । ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ତିନି ଠାକୁର ପୁଣି ରତ୍ନସିଂହାସନରେ ଅବସ୍ଥାନ କରିବେ । ଆସନ୍ତାକାଲିଠୁ ପୁଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଚହଳି ଆରମ୍ଭ ହୋଇଯିବ । ଏହାପରେ ନୀଳାଚଳ ଅବଢା ପାଇବେ ଭକ୍ତ ।

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ଜଗନ୍ନାଥ
ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ଜଗନ୍ନାଥ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ଶ୍ରୀବିଗ୍ରହଙ୍କ ଅଧରପଣା ନୀତି ସମ୍ପନ୍ନ, ତୃପ୍ତ ହେଲେ ଅଶରୀରୀ - Adharapana Rituals Performed

ମା ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ଜଗନ୍ନାଥ: ବର୍ଷକୁ ଥରେ ମାନେ ନୀଳାଦ୍ରି ବିଜେରେ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହୋଇଥାଏ । ଶ୍ରଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି । ରଥଯାତ୍ରାରେ ସାଥିରେ ନେଇନଥିବାରୁ ଜଗନ୍ନାଥଙ୍କ ଉପରେ ରାଗିଛନ୍ତି ଅଭିମାନିନୀ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ତେଣୁ କାଳିଆ ଠାକୁର ଆଜି ଶ୍ରୀମନ୍ଦିରକୁ ପ୍ରବେଶ ସମୟରେ ବାଟ ଓଗାଳିବେ ମା ଲକ୍ଷ୍ମୀ । ଏହାପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିବେ ମହାପ୍ରଭୁ ।

ରଥଯାତ୍ରାରେ ନୀଳକନ୍ଦରରୁ ବାହାରି ଭକ୍ତଙ୍କୁ ବଡଦାଣ୍ଡରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିଲା । କାଳିଆକୁ ପାଖରେ ପାଇ କୃତ୍ୟ କୃତ୍ୟ ହୋଇଥିଲେ ଭକ୍ତ । ଦୁଇ ଦିନ ଧରି ରଥାରୁଢ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ନୀଳକନ୍ଦରକୁ ଫେରିବେ । ଆଜି ସନ୍ଧ୍ୟା ଧୂପ, ଚାରମାଳ ବନ୍ଧାହେବା ପରେ ଭକ୍ତଙ୍କୁ କିଛି ସମୟ ପାଇଁ ବଡଦାଣ୍ଡରେ ଦର୍ଶନ ଦେବେ ମହାବାହୁ । ପରେ ବିଜେ କାହାଳି ବାଜେ ଓ ଡୋରଲାଗି ନୀତି ଅନୁଷ୍ଠିତ ହେବ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରିବେ । ପରେ ଗୋଟି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ଶ୍ରୀବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 19, 2024, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.