ETV Bharat / state

ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଲେ ମହାପ୍ରଭୁ, କେଉଁଠି କେମିତି ହେଲା ବାହୁଡା ଯାତ୍ରା - Bahuda Yatra 2024

author img

By ETV Bharat Odisha Team

Published : Jul 15, 2024, 10:46 PM IST

Bahuda Yatra 2024: ଆଜି ପବିତ୍ର ବାହୁଡ଼ା ଯାତ୍ରାରେ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ରାଜ୍ୟର ବିଭିନ୍ନ ମନ୍ଦିରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

Bahuda Yatra 2024
Bahuda Yatra 2024 (ETV Bharat Odisha)

ଭୁବନେଶ୍ବର: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମ ବେଦୀରୁ ରତ୍ନ ବେଦୀକୁ ଭାଇ ଭଉଣୀଙ୍କୁ ଧରି ବାହୁଡ଼ିଛନ୍ତି ମହାପ୍ରଭୁ ଜଗନ୍ନାଥ । ବିଶ୍ବନିଅନ୍ତାଙ୍କ ବିଶ୍ବପ୍ରଶିଦ୍ଧ ରଥ ଯାତ୍ରାର ପବିତ୍ର ବାହୁଡା଼ ଦଶମୀରେ ଆଜି ଚଳଚଞ୍ଚଳ ହୋଇ ଉଠିଛି ମହାପ୍ରଭୁଙ୍କ ବିଭିନ୍ନ ଲୀଳା କ୍ଷେତ୍ର । ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରେ ଅନୁଷ୍ଠିତ ହୋଇଛି ପବିତ୍ର ବାହୁଡ଼ା ଯାତ୍ରା ।

Bahuda Yatra 2024 (ETV Bharat Odisha)

ଖୋର୍ଦ୍ଧା:

ଖୋର୍ଦ୍ଧାର ଜାଗୁଳିପାଟଣା ସ୍ଥିତ ପ୍ରସିଦ୍ଧ ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ଆଜି ବାହୁଡା଼ ଦଶମୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି । ଶ୍ରୀମନ୍ଦିର ରୀତି ନୀତିରେ ଏଠାରେ ପୂଜା ପାଉଥିବା ପୂର୍ଣ୍ଣବିଗ୍ରହ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ମା' ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁଙ୍କ ସକାଳୁ ସମସ୍ତ ନୀତିକାନ୍ତି ସରିଥିଲା । ପରେ ମାଉସୀ ମା' ଘରୁ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଣି ରଥ ଉପରେ ବିଜେ କରିବା ପରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଦ୍ୱାରା ଛେରାପହଁରା କରାଯିବା ପରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥକୁ ଟାଣି ମନ୍ଦିର ନିକଟକୁ ଆଣିଥିବା ଦେଖିବାକୁ ମିଳିଥିଲା । ବାହୁଡା଼ ଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନତାରେ ବିଭିନ୍ନ ରୀତିନୀତି ସହ ରଥଟଣା ହୋଇଥିଲା । ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଥିଲେ ।

ବାଲେଶ୍ୱର:

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡା଼ ଯାତ୍ରା ସମ୍ପନ୍ନ ହୋଇଛି । ଜିଲ୍ଲାର ଗଣ୍ଡିବେଡ଼, ବାଲିଆପାଳ, ଇମାମି ଜଗନ୍ନାଥ ମନ୍ଦିର, ସେରଗଡ଼ ସମେତ ବିଭିନ୍ନ ସ୍ଥାନରେ ଆଜି ବାହୁଡା ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ନୀଳଗିରିରେ ଆଜି ହୋଇଛି ପହଣ୍ଡି ବିଜେ । ତିନି ଠାକୁରଙ୍କ ଆଜି ପହଣ୍ଡି ବିଜେ ହୋଇଥିବା ବେଳେ ଆସନ୍ତାକାଲି ଏବଂ ଏହା ପରଦିନ ୨ ଦିନ ଧରି ରଥଟଣା କାର୍ଯ୍ୟ ସମ୍ପାଦିତ ହେବ । ନୀଳଗିରି ରଥ ଯାତ୍ରା ପରମ୍ପରା ନିଆରା ହୋଇଥିବା ବେଳେ ରଥଯାତ୍ରା ଏବଂ ବାହୁଡା ଯାତ୍ରା ସମୁଦାୟ ୬ ଦିନ ଧରି ଲାଗିଥାଏ । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜିଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି । ୯ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବା ପରେ ଶ୍ରୀମନ୍ଦିର ଅଭିମୁଖେ ଫେରିଛନ୍ତି ମହାବାହୁ ।

ଜଗତସିଂହପୁର:

ଜଗତସିଂହପୁର ଜିଲ୍ଲାର ଅନ୍ୟତମ ପଞ୍ଚସଖାଙ୍କ ଧ୍ୟାନ ପୀଠ ଧ୍ୟାନକୁଦ ଠାରେ ବାହୁଡ଼ା ଯାତ୍ରା ମହାସମାରୋହରେ ପାଳିତ ହୋଇଛି । ସକାଳୁ ମଙ୍ଗଳ ଆଳତୀ ପରେ ଅନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ 12ଟା ପରେ ମହାପ୍ରଭୁଙ୍କ ନିକଟରେ ଖେଚୁଡ଼ି ଭୋଗ ସମ୍ପର୍ଣ୍ଣ ହେବା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ବିଜେ କରାଯାଇଥିଲା । ଅପରାହ୍ନ 5ଟା ସମୟରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ରଥକୁ ମୁଖ୍ୟ ମନ୍ଦିରଙ୍କୁ ଟାଣି ନେଇଥିଲେ ।

କଳାହାଣ୍ଡି:

କଳାହାଣ୍ଡି ଜିଲ୍ଲାରେ ବେଶ୍ ଧୁମଧାମରେ ବାହୁଡ଼ା ଯାତ୍ରା ପାଳନ ହୋଇଛି । ବିଶେଷ କରି ଭବାନୀପାଟଣା ସହରରେ ଶାନ୍ତି ଶୃଙ୍ଖଳା ସହ ବାହୁଡ଼ା ଯାତ୍ରା ପାଳିତ ହୋଇଛି । ବାହୁଡ଼ା ଯାତ୍ରା ପାଇଁ ଭୋରରୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସମାଗମକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଭବାନୀପାଟଣା ସହରର ମୁଖ୍ୟ ମାଉସୀ ମା' ମନ୍ଦିରରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ପ୍ରଭୁ ବଳଭଦ୍ରଙ୍କ ରଥକୁ ଛେରାପହଁରା କରିଥିବାବେଳେ ଜଗନ୍ନାଥଙ୍କ ରଥକୁ କୁମାର ସାହେବ୍ ଅର୍କକେଶରୀ ଦେଓ ଛେରାପହଁରା କରିଥିଲେ । ସେହିଭଳି ସୁଭଦ୍ରାଙ୍କୁ ଯୁବରାଜ ଫତେ କେଶରୀ ଦେଓ ଛେରାପହଁରା କରିବା ପରେ ଘଣ୍ଟବାଦ୍ୟ ସହ ତିନି ଠାକୁର ସୁସଜ୍ଜିତ ରଥକୁ ବିଜେ କରିଥିଲେ । ପରେ ଶହ ଶହ ଭକ୍ତ ରଥକୁ ଟାଣିଥିଲେ । ସେହିପରି ବାଲାଜୀ ମନ୍ଦିର ମଧ୍ୟ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି ।

ରାଉରକେଲା:

ରାଉରକେଲାରେ ମଧ୍ୟ ବାହୁଡା ଅନୁଷ୍ଠିତ ହୋଇଛି । ସହରର ବାସନ୍ତୀ କଲୋନୀ, କୋଏଲ ନଗର, ସେକ୍ଟର ୩, ଝିରପାଣି, ଉଦିତନଗର , ପାନପୋଷ ସହ ଆଖପାଖ ବାହୁଡା ଯାତ୍ରା ଅବସରରେ ଭକ୍ତିର ସ୍ୱର ଓ ପାରମ୍ପାରିକ ସଙ୍ଗୀତର ସୁମଧୁର ତାଳେ ତାଳେ ପ୍ରତିଧ୍ୱନିତ ହୋଇଛି । ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ବାଟରେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ ଲକ୍ଷଲକ୍ଷ ଭକ୍ତଙ୍କ ଆରତ ଦୂର କରି ମହାବାହୁ ବାହୁଡ଼ିଛନ୍ତି ।

ପିପିଲି ଓ କୋଣାର୍କ:

ସେପଟେ ପୁରୀ ଜିଲ୍ଲା ପିପିଲି ଓ କୋଣାର୍କରେ ପାଳିତ ହୋଇଛି ବାହୁଡା଼ ଯାତ୍ରା । ପବିତ୍ର ବାହୁଡ଼ା ଯାତ୍ରାରେ କୋଣାର୍କ ଚଳଚଞ୍ଚଳ ହୋଇପଡିଛି । ହଜାର ହଜାର ଶ୍ରନ୍ଧାଳୁ ଓ ଭକ୍ତ ଟାଣି ନେଇଛନ୍ତି ରଥ । ହରିବୋଲ ହୁଳହୁଳିରେ କମ୍ପି ଉଠିଥିଲା କୋଣାର୍କ । ପୋଲିସ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ, ମେଡିକାଲ ଟିମି ମଧ୍ୟ ଉପସ୍ଥିତି ଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ତିନୋଟି ରଥ କରାଯାଉଥିବା ବେଳେ ଚଳିତ ବର୍ଷ ଗୋଟିଏ ରଥରେ ତିନି ଠାକୁର ବିରାଜମାନ ହୋଇଥିଲେ । ଗୁଣ୍ଡିଚା ମନ୍ଦିରରୁ ମାଉସୀ ମା' ଘରେ ପୋଡପିଠା ଖାଇବା ପରେ ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚି ବାହାରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ଯାଜପୁର:

ଯାଜପୁର ଜିଲ୍ଲା ପ୍ରମୁଖ ଜଗନ୍ନାଥ ମନ୍ଦିର ପରିସରରେ ଅତି ଶାନ୍ତିଶୃଙ୍ଖଳାର ସହିତ ଶେଷ ହେଇଛି ବାହୁଡ଼ାଯାତ୍ରା । ବିଶେଷ ଭାବରେ ଜିଲ୍ଲାର ପ୍ରମୁଖ ମନ୍ଦିର ଛତିଆବଟ, ଯାଜପୁର ଟାଉନ, ବିଂଝାରପୁର, ବଡ଼ଚଣା, ଧର୍ମଶାଳା, ସୁକିନ୍ଦା ସମେତ ବ୍ୟାସନଗର ସହରରେ ଅତି ଧୁମଧାମର ସହିତ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ପାଳନ କରାଯାଇଛି । ବ୍ୟାସନଗର ପୌର ପରିଷଦ ସ୍ଥିତ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିର ମାଉସୀ ମା' ମନ୍ଦିର ନିକଟରେ ଅତି ଧୁମଧାମର ସହିତ ପାଳନ କରାଯାଇଛି । ଆଜି ବଡ଼ପଣ୍ଡା ପୀତବାସ ପତିଶର୍ମା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ସେବାୟତ ଓ ଭକ୍ତମାନେ ମାଉସୀ ମା' ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥକୁ ପହଣ୍ଡି ବିଜେ କରିଥିଲେ । ପରେ ରଥ ଟାଣି ପ୍ରଭୁଙ୍କୁ ଶ୍ରୀମନ୍ଦିର ଅଭିମୁଖେ ପହଞ୍ଚାଇ ଥିଲେ ।

ସମ୍ବଲପୁର:

ଆଜି ସମ୍ବଲପୁର ସହର ତଥା ଗ୍ରାମାଞ୍ଚଳରେ ବାହୁଡା଼ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳ ପ୍ରାୟ ୭ ଟା ସମୟରେ ପ୍ରଭୁଙ୍କର ମଙ୍ଗଳ ଆଳତୀ ହୋଇଥିଲା । ପରେ ଦିନ ପ୍ରାୟ ୧୨ଟାରେ ଭୋଗ ଲାଗି ହୋଇଥିଲା । ଏହା ପରେ ପ୍ରଭୁଙ୍କୁ ଟାହିଆରେ ସଜ୍ଜିତ କରା ଯାଇ ଛେରାପହଁରା ସହ ପହୁଣ୍ଡି ବିଜେ କରାଯାଇ ରଥାରୂଢ କରାଯାଇ ରଥ ଟଣା ହୋଇଥିଲା । ଆଜି ବାହୁଡା଼ ଯାତ୍ରା ଅବସରରେ ସମ୍ବଲପୁରର ଧନୁପାଲି,ଗୋବିନ୍ଦତୋଳା, ଭତରା, ଝାଡୁଆପଡା, ନନ୍ଦପଡା, ମହାନ୍ତି ପଡା, ବଡ଼ ବଜାର, ରାମଜୀ ମନ୍ଦିର, ଜଗନ୍ନାଥ କଲୋନୀ, ମୁଦିପଡା, ରେମେଡ଼ ଛକ, ସାକ୍ଷୀପଡା, ଅଇଁଠାପାଲି, ମୁଙ୍ଗାପଡା, ବୁଢାରଜା, ଶାନ୍ତି ନଗର, ଦଳେଇପଡା ସହ ୫୬ଟି ସ୍ଥାନରେ ବାହୁଡା଼ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏହାସହ ଆଜି ରେଢ଼ାଖୋଲ ସହର ଓ କୁଚିଣ୍ଡା, ଜମେନକିରା, ରେଙ୍ଗାଲିରେ ମଧ୍ୟ ବାହୁଡା଼ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନ୍ୟପଟେ ସମ୍ବଲପୁର ସହରର ଅନୁଗୁଳିଆ ପଡାର ଶୁଭଶ୍ରୀ ବିହାର ଠାରେ ଜ୍ୟୋତିରାଦିତ୍ୟ ମହାନ୍ତିଙ୍କ ମିନି ବାହୁଡା଼ ରଥଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଭୁବନେଶ୍ବର:

ଭୁବନେଶ୍ୱର ଇସ୍କନରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । ସିଆରପି ସ୍ଥିତ ମାଉସୀ ମା' ମନ୍ଦିରରୁ ତିନି ରଥରେ ବିଜେ କରି ଇସ୍କନ ବାହୁଡିଛନ୍ତି ତିନି ଠାକୁର । ପବିତ୍ର ବାହୁଡ଼ିଆରେ ତିନି ଠାକୁରଙ୍କୁ ଶଙ୍ଖ ହୁଳହୁଳି ଓ ଘଣ୍ଟ ନାଦ ଧ୍ୱନୀରେ ପହଣ୍ଡି କରି ରଥକୁ ଟାଣି ଆଣି ଭକ୍ତମାନେ ଇସ୍କନର ଲଗାଇଛନ୍ତି । ମହିଳା ଭକ୍ତଙ୍କ ସହ ମହିଳା ପୋଲିସ ସୁଭଦ୍ରାଙ୍କ ରଥ ଟାଣି ଆଣିଥିବା ବେଳେ ଭକ୍ତ ଭଗବାନଙ୍କ ଏ ଅପୂର୍ବ ମିଳନରେ ଜନ ସମୁଦ୍ର ହୋଇଥିଲା ରାଜଧାନୀର ରାଜରାସ୍ତା । ଶହ ଶହ ଭକ୍ତ ସମୂହ କୀର୍ତ୍ତନ କରି ପ୍ରଭୁଙ୍କ ରଥକୁ ଆଣି ଇସ୍କନ ଠାରେ ପହଞ୍ଚାଇବା ପରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି; ସିଂହଦ୍ବାରରେ ଲାଗିଲା ତିନି ରଥ, ବୁଧବାର ସୁନାବେଶ - Three Chariots Reach Sri Mandir

ଢେଙ୍କାନାଳ:

ଆଜି ଢେଙ୍କାନାଳର ଆରାଧ୍ୟ ପ୍ରଭୁ ଶ୍ରୀ ବଳରାମ ଜୀଉଙ୍କ ପାରମ୍ପରିକ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ମୁତାବକ ଢ଼େଙ୍କାନାଳ ବାଜି ଚୌକ ଛକସ୍ଥିତ ମାଉସୀ ମା' ମନ୍ଦିରରେ ପ୍ରଭୁଙ୍କ ମନ୍ଦିର ଶୋଧନ, ମହାସ୍ନାନ, ବେଶନୀତି, ଆଦି କାର୍ଯ୍ୟ ସମାପନ କରାଯାଇଥିଲା । ପରେ ଢେଙ୍କାନାଳ ରଥଯାତ୍ରା ପରମ୍ପରା ମୁତାବକ ଢେଙ୍କାନାଳ ରାଜବଂଶର ଯୁବରାଜ ଅମର ଜ୍ୟୋତି ସିଂଦେଓ ଠାକୁରଙ୍କ ଆଳତି ଓ ନୀତିକାନ୍ତି କରିଥିଲେ । ଅପରାହ୍ନ ୧ଟା ୪୦ମିନିଟ ସମୟରେ ପହଣ୍ଡି ବିଧି ଆରମ୍ଭ କାର୍ଯ୍ୟ କରିଥିଲେ ଯୁବରାଜ । ବର୍ଷା ସତ୍ବେ ଭକ୍ତ ଓ ସେବକଙ୍କ ଆନନ୍ଦ ଉତ୍ସାହରେ ମହାପ୍ରଭୁ ରଥାରୂଢ଼ ହେବା ପରେ ଯୁବରାଜ ଅମର ଜ୍ୟୋତି ରଥ ଉପରେ ଛେରାପହଁରା କରିଥିଲେ । ଅପରାହ୍ନ ୩ଟା ୩୦ମିନିଟ ସମୟରେ ବଡ ରଥ ଟଣା ହୋଇଥିବା ବେଳେ ସାନ ରଥକୁ ମହିଳାମାନେ ପୂର୍ବ ପରମ୍ପରା ଅନୁଯାୟୀ ଟାଣି ଟାଣି ନେଇଥିଲେ l ବାଜିଚୌକି ମାଉସୀ ମା' ମନ୍ଦିରରୁ ବାହାରୀ ମହାବୀର ବଜାର ଠାରେ ବଡ ରଥ ଓ ଲକ୍ଷ୍ମୀ ବଜାର ଠାରେ ସାନ ରଥ ଅଟକି ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.