ETV Bharat / state

ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବ 'ରକ୍ଷକ', ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ରୋକିବ ଆରଆରଟି ଟିମ୍ - Rapid Response Team

Rapid Response Team's Rakshak Vehicle: ମଣିଷ- ବନ୍ୟପ୍ରାଣୀ ସଂଘର୍ଷ ଖବର ଆସିବା ମାତ୍ରେ ପହଞ୍ଚିବ ରାପିଡ ରେସପନ୍ସ ଟିମ । ବନ ବିଭାଗର ରାପିଡ୍ ରେସପନ୍ସ ଟିମ ପାଇଁ ରକ୍ଷକ ଭେଇକିଲର ଶୁଭାରମ୍ଭ । ଅଧିକ ପଢନ୍ତୁ

ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବ 'ରକ୍ଷକ'
ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବ 'ରକ୍ଷକ'
author img

By ETV Bharat Odisha Team

Published : Mar 7, 2024, 6:54 PM IST

Updated : Mar 7, 2024, 8:20 PM IST

ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବ 'ରକ୍ଷକ'

ଭୁବନେଶ୍ବର: ଏଣିକି ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବ 'ରକ୍ଷକ' । ମଣିଷ- ବନ୍ୟପ୍ରାଣୀ ସଂଘର୍ଷ ଖବର ଆସିବା ମାତ୍ରେ ପହଞ୍ଚିବ ରାପିଡ୍‌ ରେସପନ୍ସ ଟିମ । ବନ ବିଭାଗର ରାପିଡ୍ ରେସପନ୍ସ ଟିମ ପାଇଁ ରକ୍ଷକ ଭେଇକିଲର ଶୁଭାରମ୍ଭ । ରାଜ୍ୟରେ ବନ୍ୟଜନ୍ତୁଙ୍କ ଉଦ୍ଧାରରେ ନିୟୋଜିତ ଏହି ସ୍ବତନ୍ତ୍ର ଗାଡ଼ିକୁ ଭରତପୁର ଜଙ୍ଗଲ ସଫାରୀଠାରେ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ରହି ଜଙ୍ଗଲ ଓ ପରିବେଶ ବିଭାଗର ଏସିଏସ୍ ସତ୍ୟବ୍ରତ ସାହୁ, ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ ଓ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହାକୁ ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୧୮ଟି ବନ ଡିଭିଜନରେ ନିୟୋଜିତ ହେବ ଏସବୁ ଭେଇକିଲ ।

ଏନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, "ଆମ ରାଜ୍ୟରେ ଅନେକ ସ୍ଥାନରେ ମଣିଷ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ଅନେକ ସମୟରେ ଦେଖିବାକୁ ମିଳୁଛି । କେବଳ ଓଡ଼ିଶାରେ ନୁହେଁ ଭାରତରେ ଅନେକ ରାଜ୍ୟରେ ଏଭଳି ସଂଘର୍ଷ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆରଆରଟି ଟିମ ସେଠାରେ ପହଞ୍ଚି ସମାଧାନ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଉଛି । ଏହା ସହ ପ୍ରତ୍ୟେକ ଡିଭିଜନକୁ ଆରଆରଟି ଟିମ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୧ଟି ଟିମ ଗାଡ଼ି ଶୁଭାରମ୍ଭ କରାଯାଇଛି । ପରବର୍ତ୍ତୀ ସମୟରେ ଆହୁରି ଅଧିକ ଦିଆଯିବ । ମୁଖ୍ୟ ଲକ୍ଷ୍ୟ ମନୁଷ୍ୟର ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ।" ଜନସାଧାରଣ ଓ ବନ୍ୟଜନ୍ତୁ ଏକାଠି ସନ୍ତୁଳିତ ଅବସ୍ଥାରେ ରହି ପ୍ରକୃତିର ବିକାଶ ହେଉ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ୫ ଫୁଟ ଉପରକୁ ଉଠିଲା ୨୦ ବର୍ଷ ତଳର ପୁରୁଣା ଘର

ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, "୧୮ଟି ଡିଭିଜନରେ ବନ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି । ଯଦି ଓଡ଼ିଶାରେ ଯେ କୌଣସି ସ୍ଥାନରେ ମନୁଷ୍ୟ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ଘଟେ ତେବେ ତୁରନ୍ତ ପହଞ୍ଚିବେ ରାପିଡ ରେସପନ୍ସ ଟିମ । ଏହି ଆରଆରଟି ଟିମ ପାଖକୁ ଭେଇକିଲ ଦିଆଯାଇଛି । ଯେଉଁଥିରେ ଲାଗିଛି ଅତ୍ୟାଧୁନିକ ଟେକ୍ନୋଲୋଜି । ଯାହା ଉଦ୍ଧାର କରିବା ପାଇଁ ସୁବିଧା ହୋଇପାରିବ । ଏହା ଜଙ୍ଗଲ ମଧ୍ୟରେ ହେଉ ବା ଜଙ୍ଗଲ ବାହାରେ ହେଉ ସବୁଠାରେ ଆରଆରଟି ଟିମ କାର୍ଯ୍ୟ କରିବ ।

ଆରଆରଟି ଭେଇକିଲ୍ ସୁବିଧା:

ଏହି ଭେଇକିଲ୍ ପଛପାଖରେ ହାଇଡ୍ରୋଲିକ ଲିଫ୍ଟ ରହିଛି । ହାତୀ ଭଳି ବନ୍ୟଜନ୍ତୁଙ୍କ ଉଠାଇବା ପାଇଁ ୪ ଟନର ବେଞ୍ଚ ରହିଛି । ଏହି ଗାଡ଼ିରେ ୪ ଜଣ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ରାତି ସମୟରେ ଗାଡ଼ିର ଚାରି ପାଖରେ ଲାଇଟର ବ୍ୟବସ୍ଥା କରାଯାଇଛି । ବନ୍ୟଜନ୍ତୁଙ୍କ ଉଦ୍ଧାର କରିବା ପାଇଁ ୧୦୦ ମିଟରର ତାର ବ୍ୟବସ୍ଥା ରହିଛି । ଗାଡ଼ିରେ ଯେଉଁ ଲିଫ୍ଟ ରହିଛି, ତାହା ସାଧାରଣ ଲିଫ୍ଟ ଭଳି ନୁହେଁ । କାରଣ ଯେତେବେଳେ ଲିଫ୍ଟଟି ତଳକୁ ଖସୁଥିବ ତେବେ ବନ୍ୟଜନ୍ତୁଙ୍କ ଠାରୁ ଦୂରେଇ ଯାଉଥିବ ଏବଂ ଯେତେବେଳେ ଉପରକୁ ଆସୁଥିବ ଲିଫ୍ଟ ସେତେବେଳେ ବନ୍ୟଜନ୍ତୁଙ୍କ ଶରୀରର ନିକଟତର ହେଉଥିବ । ଯାହା ଫଳରେ ବନ୍ୟଜନ୍ତୁଙ୍କ ଦୁର୍ଘଟଣା ମୁଖ୍ୟତଃ ହୋଇନଥାଏ । ଯାହା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଟେ । ଏହା ଭାରତର ପ୍ରଥମ, ଯାହା ଓଡ଼ିଶା ସରକାରଙ୍କ ପାଇଁ ତିଆରି କରାଯାଇଛି । ଏପଟେ ଟିମର ଜଣେ ସଦସ୍ୟ ଗାଲ୍ହାଇ ମୁର୍ମୁ କହିଛନ୍ତି, "ଯେଉଁ ସ୍ଥାନରେ ୱାଇଲ୍ଡ ଆନିମଲଙ୍କୁ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଯେଉଁଠାରେ ଲୋକାଲ ଟିମ ପାରିବେ ନାହିଁ ସେଠାରେ ଆମେ ଉଦ୍ଧାର କରିବୁ । ଏହା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 7, 2024, 8:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.