ETV Bharat / state

ସୁଜିତଙ୍କ କ୍ଷେତ୍ରରେ ମମତା କାର୍ଡ: ରାଜ୍ୟସଭା ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ - BJP RAJYA SABHA BYPOLL LIST

ରାଜ୍ୟସଭା ଉପ-ନିର୍ବାଚନରେ ଓଡ଼ିଶାରୁ ବିଜେପି ପ୍ରାର୍ଥୀ ହେଲେ ସୁଜିତ କୁମାର । ସେପ୍ଟେମ୍ବର ୬ ତାରିଖରେ ବିଜେଡି ସାଂସଦ ପଦରୁ ଦେଇଥିଲେ ଇସ୍ତଫା ।

Sujeet Kumar Files Nomination
Sujeet Kumar Files Nomination (ETV Bharat Odisha)
author img

By ETV Bharat Odisha Team

Published : Dec 9, 2024, 1:41 PM IST

Updated : Dec 9, 2024, 4:56 PM IST

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୁଜିତ କୁମାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସୁଜିତ ।

ସତ ହେଲା ଚର୍ଚ୍ଚା:

ଇସ୍ତଫା ଦିନରୁ ଯାହା ଚର୍ଚ୍ଚା ହେଉଥିଲା, ତାହା ହିଁ ସତ୍ୟ ହେଲା । ମମତା ମହନ୍ତଙ୍କ ଠାରୁ ଯେଉଁ ଧାରା ଆରମ୍ଭ ହୋଇଥିଲା, ସେହି ଧାରରେ ସାମିଲ ହେଲେ ସୁଜିତ କୁମାର । ବିଜୁ ଜନତା ଦଳ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ପଦ୍ମ ଧରିଥିବା ସୁଜିତ କୁମାରଙ୍କୁ ଆଜି ‘ବିଜେପି’ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କରିଥିଲା । ବିଜେପି ଆନ୍ଧ୍ର, ହରିୟାଣା ଓ ଓଡିଶାର 3 ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବା ପରେ ସୁଜିତଙ୍କୁ ନେଇ ଜାରି ରହିଥିବା ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ପ୍ରାର୍ଥୀପତ୍ର ଦାଖଲ ପରେ କଣ କହିଲେ ସୁଜିତ ?

Sujeet Kumar Files Nomination (ETV Bharat Odisha)

ପ୍ରାର୍ଥୀପତ୍ର ଦାଖଲ ସମୟରେ ସୁଜିତ କୁମାର କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡ୍ଡା, ପାର୍ଲାମେଣ୍ଟାରୀ ବୋର୍ଡ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ମୁକେଶ ମହାଲିଙ୍ଗ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ବିଶେଷ କରି ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ ମୋତେ ପ୍ରାର୍ଥୀ କରିଥିବାରୁ ମୁଁ ଧନ୍ୟବାଦ ଦେଉଛି । ବିଗତ ସାଢେ ୪ ବର୍ଷରେ ପାର୍ଲାମେଣ୍ଟରେ ମୁଁ ଓଡ଼ିଶା ବିଶେଷ କରି କେବିକେ ଅଞ୍ଚଳ ଓ କଳାହାଣ୍ଡି ଜିଲ୍ଲା ପାଇଁ ଯାହା ସବୁ ମୋର ପ୍ରୟାସ ରହିଛି ତାହା ପବ୍ଲିକ ଡୋମେନରେ ରହିଛି । ସେହି ପ୍ରୟାସ ଜାରି ରହିବ । କଳାହାଣ୍ଡି ବିଶେଷ କରି କେବିକେ ଅଞ୍ଚଳ କିଭଳି ଭାବେ ସମୃଦ୍ଧ ହୋଇପାରିବ ସେନେଇ ପ୍ରୟାସ ଜାରି ରହିବ ।"

  • ସୁଜିତଙ୍କ ବିଜୟ ସୁନିଶ୍ଚିତ !

ରାଜ୍ୟରେ ବିଜେପି କ୍ଷମତାରେ ରହିଛି । ତେଣୁ ସଂଖ୍ୟାଦୃଷ୍ଟିରୁ ସୁଜିତ ରାଜ୍ୟସଭାକୁ ନିର୍ବାଚିତ ହେବାରେ କୌଣସି ସମସ୍ୟା ନାହିଁ । ମମତା ମହନ୍ତଙ୍କ ପରି ସେ ମଧ୍ୟ ପାର୍ଟି ବଦଳାଇ ବିଜେପି ଟ୍ୟାଗରେ ଏବେ ରାଜ୍ୟସଭାରେ ଏଣ୍ଟ୍ରି କରିବା ପ୍ରାୟତଃ ସ୍ପଷ୍ଟ । ପୂର୍ବରୁ ବିଜେପି ଦୁଇ ସାଂସଦ, ଅଶ୍ବିନୀ ବୈଷ୍ଣବ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇଥିବା ବେଳେ ଏବେ ସୁଜିତଙ୍କ ସହ ଏହି ସଂଖ୍ୟା ତିନିକୁ ବୃଦ୍ଧି ପାଇବାକୁ ଯାଉଛି ।

Sujeet Kumar Files Nomination
Sujeet Kumar Files Nomination (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

ମମତା ମହାନ୍ତ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ; ମୁଖ୍ୟମନ୍ତ୍ରୀ ମୋହନ କହିଲେ ଦିଲ୍ଲୀରେ ସାଜିବେ ଓଡିଶାର ସ୍ୱର - Mamata elected to Rajya Sabha

ରାଜ୍ୟସଭାରେ ଦୁର୍ବଳ ହେଉଛି ବିଜେଡି, ବିଜେପିର ବଳ ସାଜୁଛନ୍ତି ଦଳ ଡିଆଁ ନେତା - Politics On Sujeet Quits BJD

  • ସାଂସଦ ପଦ ଓ ବିଜେଡିରୁ ଦେଇଥିଲେ ଇସ୍ତଫା:-

ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସଦସ୍ୟତା ସହ ବିଜେଡିର ସାଧାରଣ ସଦସ୍ୟତାରୁ ସୁଜିତ କୁମାର ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାର ମାତ୍ର ଘଣ୍ଟାଏ ପରେ ବିଜେପିରେ ମିଶିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତୃହରି ମହତାବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ସୁଜିତ କୁମାର ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ସୁଜିତ 2020ରୁ ବିଜେଡି ଟିକେଟରେ ରାଜ୍ୟସଭା ଯାଇଥିଲେ । ତାଙ୍କର କାର୍ଯ୍ୟକାଳ ଆଉ ପ୍ରାୟ ୨ ବର୍ଷ ରହିଥିଲା ।

  • ଏହା ମଧ୍ୟ ପଢନ୍ତୁ:- Sujeet Kumar joins BJP: ମମତାଙ୍କ ପରେ ସୁଜିତ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବହିଷ୍କାର କଲେ ନବୀନ - BJD MP Sujeet Kumar resignation

ମମତାଙ୍କ ରାସ୍ତାରେ ସୁଜିତ:

ଉପନିର୍ବାଚନରେ ସୁଜିତ କୁମାରଙ୍କ ନାମ ନେଇ ଚର୍ଚ୍ଚା ହୋଇ ଆସୁଥିଲା । ଏହା ପୂର୍ବରୁ ସମାନ ଢଙ୍ଗରେ ରାଜ୍ୟସଭା ସଦସ୍ୟତା ଓ ବିଜେଡି ସଦସ୍ୟତାରୁ ମମତା ମହନ୍ତ ଇସ୍ତଫା ଦେଇଥିଲେ । ପରେ ଉପନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥିନୀ କରିବା ସହ ସେ ବିଜୟୀ ମଧ୍ୟ ହୋଇଥିଲେ । ଏବେ ସୁଜିତ ମଧ୍ୟ ସମାନ ଧାରାରେ ଅଛନ୍ତି । ବିଜେପିର ଏହି ରଣନୀତି ବିଜେଡି ପାଇଁ ଆଗକୁ ବେଶ ଆହ୍ବାନ ସୃଷ୍ଟି କରିବାକୁ ଯାଉଛି । କାରଣ ଚଳିତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ 20ଟି ଆସନରେ କ୍ଲିନସ୍ବିପ କରିଥିଲା ବେଳେ ବିଜେଡି ପ୍ରତିନିଧିତ୍ବ ହରାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 9, 2024, 4:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.