ETV Bharat / state

ଆସିଲା ରେଳ ବଜେଟ ଅଙ୍କ: ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ରେକର୍ଡ ପ୍ୟାକେଜ, UPAଠୁ ୧୨ ଗୁଣା ଅଧିକ, ଶତ ପ୍ରତିଶତ ବିଦ୍ୟୁତକରଣର ହିସାବ ଦେଲେ ଅଶ୍ବିନୀ ବୈଷ୍ଣବ - Railway Budget for Odisha - RAILWAY BUDGET FOR ODISHA

RAILWAY BUDGET FOR ODISHA: ରେଳ ବଜେଟରେ ଓଡିଶାକୁ ମିଳିଛି ସାଢେ 10 ହଜାର କୋଟି । ଅଧିକ ପଢନ୍ତୁ

Union Budget 2024: Railway Minister Ashwini Vaishnaw says odisha to gets more than 10,000 crore in Railway Budget
Union Budget 2024: Railway Minister Ashwini Vaishnaw says odisha to gets more than 10,000 crore in Railway Budget (ETV Bharat Odisha)
author img

By ETV Bharat Odisha Team

Published : Jul 24, 2024, 4:27 PM IST

Updated : Jul 24, 2024, 5:41 PM IST

ଭୁବନେଶ୍ବର: ଗତକାଲି ଉପସ୍ଥାପିତ ହୋଇଛି ମୋଦି ସରକାର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଏଥିରେ ଓଡିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ । ଯାହା ଗତ ବାର୍ଷିକ ଅନୁଦାନଠାରୁ ପ୍ରାୟ 5ଶହ କୋଟି ଅଧିକ । ଆଜି ପ୍ରେସମିଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେବା ସହ ଏହା ଏକ ରେକର୍ଡସଂଖ୍ୟକ ଅନୁଦାନ ବୋଲି କହିଛନ୍ତି । ଓଡିଶାର ରେଳ ଭିତ୍ତିଭୂମି ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ଫୋକସ ରହିଛି କହିଛନ୍ତି ରେଳମନ୍ତ୍ରୀ ।

ଓଡ଼ିଶାକୁ ରେଳ ବଜେଟ ସମ୍ପର୍କରେ ରେଳମନ୍ତ୍ରୀଙ୍କ ପ୍ରେସମିଟ୍‌ (ETV Bharat Odisha)

ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, କଂଗ୍ରେସ ନେତୃତ୍ବାଧୀନ ‘ଉପା’ ସରକାର ବେଳେ ରାଜ୍ୟକୁ ବାର୍ଷିକ ୮୩୮ କୋଟିର ରେଳ ଅନୁଦାନ ମିଳୁଥିଲା । ଏବେ ଓଡ଼ିଶାକୁ ‘ୟୁପିଏ’ ସରକାର ତୁଳନାରେ ୧୨ଗୁଣା ଅଧିକ ଅନୁଦାନ ମିଳୁଛି । ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ କାର୍ଯ୍ୟ ମଧ୍ୟ ସରିଛି । ରାଜ୍ୟରେ ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ଅଣ୍ଡର ପାସ୍‌ ନିର୍ମାଣ ହୋଇଛି । ରାଜ୍ୟରେ 59ଟି ରେଳ ଷ୍ଟେସନର ଭିତ୍ତିଭୂମି ସୁଦୃଢୀକରଣ କାର୍ଯ୍ୟ ଚାଲୁ ରହିଛି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ରେକର୍ଡ ପ୍ୟାକେଜ
ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ରେକର୍ଡ ପ୍ୟାକେଜ (ETV Bharat Odisha)

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଟ 48 ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥି ବା ବେଳେ ଏଥିରେ ରେଳବାଇକୁ 2.62 ଲକ୍ଷ କୋଟିର ବ୍ୟୟବରାଦ ମିଳିଛି । 2024-25 ଆର୍ଥିକବର୍ଷ ପାଇଁ ଓଡିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର 10,536 କୋଟି ଟଙ୍କା ଆବଣ୍ଟନ କରିଛି । ଯାହା ଗତ ବର୍ଷର ବଜେଟରେ ଅନୁମୋଦିତ ରାଶିଠାରୁ 524କୋଟି ଟଙ୍କା ଅଧିକ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି ।

ପୂର୍ବତଟ ରେଳବାଇ ସର୍ବାଧିକ ଦୂରତା ଓଡିଶା ଦେଇ ଅତିକ୍ରମ କରିଛି । ଭୁବନେଶ୍ବର ପୂର୍ବତଟ ରେଳବାଇର ମୁଖ୍ୟାଳୟ ମଧ୍ୟ । ଗତ ତିନି ବର୍ଷ ମଧ୍ୟରେ ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ଓଡିଶା ପାଇଁ ବାର୍ଷିକ ହାରାହାରି ପ୍ରାୟ 10,000 କୋଟି ଟଙ୍କା ବ୍ୟୟବରାଦ କରିଆସୁଛନ୍ତି । ତେବେ ଏଥର ଅନୁଦାନ ରାଶି ପ୍ରାୟ 5ଶହ କୋଟି ବୃଦ୍ଧି ପାଇଛି । ଚଳିତ ବଜେଟ ପରିମାଣକୁ ରେଳମନ୍ତ୍ରୀ କଂଗ୍ରେସ ସରକାର ସହ ତୂଳନା କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶା ଓ ପୂର୍ବ ଭାରତର ରେଳ ଭିତ୍ତିଭୂମିକୁ ସ୍ବତନ୍ତ୍ର ଫୋକସ ଦେଇଛନ୍ତି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ବର୍ଷ 2009 ରୁ 2014 ମଧ୍ୟରେ ରାଜ୍ୟ ପାଇଁ ବାର୍ଷିକ ହାରାହାରି ଖର୍ଚ୍ଚ ପ୍ରାୟ 838 କୋଟି ଟଙ୍କା ଥିଲା । ଏବେ ମୋଦି ସରକାରରେ ରାଜ୍ୟ ପାଇଁ ଆବଣ୍ଟନ ପରିମାଣ ପ୍ରାୟ 12ଗୁଣ ବୃଦ୍ଧି ପାଇଥିବା କଥା କହିଛନ୍ତି ଅଶ୍ବିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2024, 5:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.