ETV Bharat / state

‘ଆସନ୍ତାକାଲି ଓଡିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ୟାତ୍ରା’ - ଭାରତ ଯୋଡ ନ୍ୟାୟ ୟାତ୍ରା

Rahul Gandhi Nyay Yatra: ଆସନ୍ତା କାଲି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ୟାତ୍ରା । ଏନେଇ ଚଳ ଚଞ୍ଚଳ ରାଜ୍ୟ କଂଗ୍ରେସ ଶିବିର। ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡ଼ିଶା କଂଗ୍ରେସ ପାଇଁ ଏକ ଗୁରୁତ୍ବ ବହନ କରୁଛି। 6 ତାରିଖ ସଂଧ୍ୟାରେ ରାହୁଲ ପଡୋଶୀ ଝାଡଖଣ୍ଡ ଦେଇ ଓଡିଶା ସୀମାବର୍ତୀ ଅଞ୍ଚଳ ବୀରମିତ୍ରପୁରରେ ପହଞ୍ଚିବେ। ଅଧିକ ପଢନ୍ତୁ

‘ଆସନ୍ତାକାଲି ଓଡିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ୟାତ୍ରା’

author img

By ETV Bharat Odisha Team

Published : Feb 5, 2024, 9:08 PM IST

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ୟାତ୍ରା । ଏନେଇ ଚଳଚଞ୍ଚଳ ରାଜ୍ୟ କଂଗ୍ରେସ ଶିବିର । ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡ଼ିଶା କଂଗ୍ରେସ ପାଇଁ ଏକ ଗୁରୁତ୍ୱ ବହନ କରୁଛି । 6 ତାରିଖ ସଂଧ୍ୟାରେ ରାହୁଲ ପଡୋଶୀ ଝାଡଖଣ୍ଡ ଦେଇ ଓଡିଶା ସୀମାବର୍ତ୍ତୀ ଅଞ୍ଚଳ ବୀରମିତ୍ରପୁରରେ ପହଞ୍ଚିବେ । ସେଠାରେ ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ।

ବୀରମିତ୍ରପୁର ବିଜବାହାଲ ରାମ୍ପଲରେ ସେ ରାତ୍ରି ଯାପନ କରିବେ । 7 ତାରିଖ ସକାଳେ ରାଉରକେଲାର ଉଦିତ ନଗରରୁ ପାନପୋଷ ଅଭିମୁଖେ ପଦଯାତ୍ରାରେ ବାହାରିବ । ଦିନ 10ଟାରେ ପାନପୋଷ ଛକରେ ଏକ ସାଧାରଣସଭା ଅନୁଷ୍ଠିତ ହେବ । ବିର୍ସା ମୁଣ୍ଡା ଗ୍ରାଉଣ୍ଡରେ ମଧ୍ୟାହ୍ନ ଭୋଜନ କରିବେ ରାହୁଲ ଗାନ୍ଧୀ । 2ଟାରେ ରାଜଗାଙ୍ଗପୁର ଅଭିମୁଖେ ଯାତ୍ରା କରିବେ । ସେଠାରେ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । କୁଟ୍ରା ଅଭିମୁଖେ ବାହାରି ବଡ଼ଗାଁଓ ରେ କିଛି ସମୟ ରହିବେ । ସାଢେ ଚାରିଟା ବେଳେ ସୁନ୍ଦରଗଡ ବସଷ୍ଟାଣ୍ଡରୁ ପଦଯାତ୍ରା ବାହାରି ଏସବିଆଇ ଛକ ଦେଇ ଝାରସୁଗୁଡା ଅମିଲିପାଲି ଗ୍ରାଉଣ୍ଡରେ ରାତ୍ରିଯାପନ କରିବେ ।

ଅଧିକ ପଢନ୍ତୁ- କାଲି ରାଉରକେଲାରେ ପହଞ୍ଚିବ ରାହୁଲଙ୍କ ନ୍ୟାୟ ଯାତ୍ରା, ଚଳଚଞ୍ଚଳ କଂଗ୍ରେସ ଶିବିର

ସେହିପରି 8 ତାରିଖ ସକାଳ ସମୟରେ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ଛକରୁ ପଦଯାତ୍ରାରେ ବାହାରି ବେହେରା ମାଳରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ଗୋବିନ୍ଦପୁର ମଧୁବନ ଢ଼ାବାରେ କିଛି ସମୟ ଅବସ୍ଥାନ କରିବେ । ସେହିଠାରୁ ଯାଇ କୁରେଇମଲରେ ମଧ୍ୟାହ୍ନ ଭୋଜନ କରିବେ ରାହୁଲ ଗାନ୍ଧୀ । ପରେ ଅପରାହ୍ନ 2 ଟାରେ କନକତୋରାରୁ ବାହାରି ଓଡିଶା ଛାଡି ଛତିଶଗଡରେ ପ୍ରବେଶ କରିବେ ।

ଭାରତ ଯୋଡ ଯାତ୍ରା ଦେଶରେ କଂଗ୍ରେସ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଥିଲା । ଜାତି ବର୍ଣ୍ଣ , ଧର୍ମ ନିର୍ବିଶେଷରେ ରାହୁଲ ଗାନ୍ଧୀଙ୍କ ପ୍ରତି ଜନସମର୍ଥନ ମିଳିଥିଲା । ତାର ସମ୍ପୂର୍ଣ ଫାଇଦା କିନ୍ତୁ ଦଳ ଉଠାଇ ପାରିଲା ନାହିଁ । ଆଗାମୀ ଦିନରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ଥିବାରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରୁ ରାଜ୍ୟ କଂଗ୍ରେସକୁ ଫାଇଦା ନେବାକୁ ଅଣ୍ଟା ଭିଡିଛି । ଦଳ ଏହାକୁ ଭୋଟରେ ପରିଣତ କରିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ଦଳୀୟ ନେତା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.