ETV Bharat / state

ଶ୍ରୀମନ୍ଦିର ମହାପ୍ରସାଦ ମାନ ଯାଞ୍ଚ ନିଷ୍ପତ୍ତିକୁ କଡା ବିରୋଧ, ପ୍ରସ୍ତୁତି ପୂର୍ବରୁ ସାମଗ୍ରୀର ହେଉ ଯାଞ୍ଚ - Opposed To Mahaprasad Quality Check

author img

By ETV Bharat Odisha Team

Published : 2 hours ago

Opposed To Conduct Quality Check Mahaprasad: ଶ୍ରୀମନ୍ଦିର ମହାପ୍ରସାଦର ମାନ ଯାଞ୍ଚକୁ ବିରୋଧ । ସେବାୟତ ଓ ଭକ୍ତ କହିଲେ ପ୍ରସ୍ତୁତି ପୂର୍ବରୁ ସାମଗ୍ରୀର ହେଉ ଯାଞ୍ଚ । ଅଧିକ ପଢ଼ନ୍ତୁ

Opposed To Conduct Quality Check Of Puri Srimandir Mahaprasad
Opposed To Conduct Quality Check Of Puri Srimandir Mahaprasad (ETV Bharat Odisha)

ପୁରୀ: ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପରେ ଏହାର ମାନ ଯାଞ୍ଚ ହେବ । ମାନ ପରୀକ୍ଷା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତ ହେବେ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଭଳି କହିବା ପରେ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରାଯାଇଛି । ମହାପ୍ରସାଦର ମାନ ଯାଞ୍ଚ ନିଷ୍ପତ୍ତି ହେଉଛି ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ବିରୋଧି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଆଦୋ ଗ୍ରହଣ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ କହିଛି ।

ମହାପ୍ରସାଦ ମାନ ଯାଞ୍ଚକୁ ବିରୋଧ:

ଶ୍ରୀମନ୍ଦିର ରୋଷଘରେ ପ୍ରସାଦ ପ୍ରସ୍ତୁତି ପରେ ଏହା ମହାପ୍ରଭୁଙ୍କ ଠାରେ ଲାଗି ହୋଇଥାଏ । ଏହି ପ୍ରସାଦ ଶ୍ରୀମହାପ୍ରସାଦରେ ପରିଣତ ହୋଇଯାଏ । ମହାପ୍ରଭୁଙ୍କ ମହାପ୍ରସାଦ କାଣିଚାଏ ମିଳିଗଲେ ମହାପୂଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ମହାପ୍ରସାଦ ହେଉଛି କୋଟି କୋଟି ଜଗନ୍ନାଥ ପ୍ରୀମୀଙ୍କ ଆସ୍ଥା ଓ ଭକ୍ତିର ପ୍ରତୀକ । ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ମହାପ୍ରସାଦର ମାନ ଯାଞ୍ଚ ନେଇ ଚିନ୍ତା କରିବା ମହାପାପ । ତେଣୁ ମହାପ୍ରସାଦର ମାନ ଭଲ ରହିବା ପାଇଁ ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଶ୍ରୀମନ୍ଦିରକୁ ଯାଉଥିବା ଚାଉଳ, ପନିପରିବା, ଘିଅ ଏବଂ ଅନ୍ୟାନ୍ୟ ସାମଗ୍ରୀର ଯାଞ୍ଚକୁ କଡ଼ାକଡ଼ି କରାଯାଉ । ଅତୀତରେ ଗଜପତି ମହାରାଜାଙ୍କ ଦ୍ଵାରା ମହାପ୍ରସାଦ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଯାଞ୍ଚ ପାଇଁ ସ୍ବତନ୍ତ୍ର ସେବାୟତମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେଣୁ ମହାପ୍ରସାଦର ମାନ ଖରାପ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସୁଆର ମହାସୁଆର ନିଯୋଗ କହିଛି । ସେହିପରି ମହାପ୍ରସାଦର ମାନ ଯାଞ୍ଚକୁ ଅନ୍ୟ ସେବାୟତ ଓ ଭକ୍ତ ମଧ୍ୟ ବିରୋଧ କରୁଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଭକ୍ତ ଓ ସେବାୟତ କହିଛନ୍ତି ।

ଶ୍ରୀମନ୍ଦିରକୁ ଯାଉଥିବା ସାମଗ୍ରୀର ମାନ ଯାଞ୍ଚ ହେଉ:

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, "ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗଜପତି ମହାରାଜାଙ୍କ ପୂର୍ବରୁ ରହିଆସିଛି । ବିଭିନ୍ନ ସେବାୟତଙ୍କୁ ଏଥିପାଇଁ ନିଯୁକ୍ତି ଦିଆଯାଇଛି । ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ହେଉଥିବା ସମସ୍ତ ସାମଗ୍ରୀ ଚାଉଳ, ଡାଲି, ଘିଅ, ପରିବାକୁ ଯାଞ୍ଚ କରାଯାଇଥାଏ । ଏହାକୁ ସରକାର କଡ଼ାକଡ଼ି ଯାଞ୍ଚ କରିପାରିବେ । ଉତ୍ତମ ଗୁଣବତ୍ତା ଥିବା ସାମଗ୍ରୀ ଗଲେ ଭଲ ମାନର ମହାପ୍ରସାଦ ଭକ୍ତମାନେ ପାଇପାରିବେ । ମହାପ୍ରଭୁଙ୍କୁ ଲାଗି ପରେ ମହାପ୍ରସାଦର ଯାଞ୍ଚ କଦାପି ଗ୍ରହଣୀୟ ନୁହେଁ । ମହାପ୍ରସାଦ ହେଉଛି କୈବଲ୍ୟ । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରତୀକ । ମହାପ୍ରସାଦ ହେବା ପରେ ଏହାର ମାନ ଯାଞ୍ଚ କରିବା କୌଣସି ଆବଶ୍ୟକତା ନାହିଁ । ମହାପ୍ରସାଦ ପ୍ରସ୍ତୁତି ପାଇଁ ଯାଉଥିବା ପ୍ରତ୍ୟେକ ସାମଗ୍ରୀର ଯାଞ୍ଚ ସରକାର କରିବା ଉଚିତ ।"

ମହାପ୍ରସାଦକୁ ଯାଞ୍ଚ ନିଷ୍ପତ୍ତି ହାସ୍ୟାସ୍ପଦ କଥା:

ସେହିପରି ବରିଷ୍ଠ ସେବାୟତ ଶରତ ମହାନ୍ତି କହିଛନ୍ତି, "ମହାପ୍ରସାଦକୁ ଯାଞ୍ଚ କରିବା ନିଷ୍ପତ୍ତି ଏକ ହାସ୍ୟାସ୍ପଦ କଥା । ଯେଉଁ ମହାପ୍ରସାଦ ଉଚ୍ଚାରଣରେ ହିଁ ମନୁଷ୍ୟ ସାଯୁଜ୍ୟ ଲାଭ କରେ, ସେହି ମହାପ୍ରସାଦର ଦୋଷ ଦୁର୍ବଳତା ବାଛିବା ମୂର୍ଖତାର କାର୍ଯ୍ୟ । ଏହା ଭାବିବା ହିଁ ପାପ । ଯଦି ଯାଞ୍ଚ କରିବାର ଅଛି ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଶ୍ରୀମନ୍ଦିରକୁ ଯାଉଥିବା ସାମଗ୍ରୀର ମାନ ଯାଞ୍ଚ ହେଉ । ମହାପ୍ରସାଦ ଯାଞ୍ଚ ନିଷ୍ପତ୍ତି ଅଧିକାର କିଏ ଦେଲା । ଯେଉଁ ମହାପ୍ରସାଦ ପାଇବା ପାଇଁ ଶଙ୍କର ଭଗବାନ, ମା' ବିମଳା ଚାହିଁ ବସିଥାନ୍ତି । ସେହି ମହାପ୍ରସାଦକୁ କ'ଣ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରିବ ?"

ମହାପ୍ରସାଦକୁ ଯାଞ୍ଚ ଗ୍ରହଣୀୟ ନୁହେଁ:

ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ତିରୁପତି ମନ୍ଦିରରେ ଅପମିଶ୍ରିତ ଘିଅକୁ ନେଇ ଆଲୋଡନ ସୃଷ୍ଟି ହେବା ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଯାଉଥିବା ସାମଗ୍ରୀର ମାନ ଯାଞ୍ଚ ନେଇ ଭକ୍ତ ଓ ସେବାୟତ ସମର୍ଥନ କରୁଛନ୍ତି । କିନ୍ତୁ ଯେତେବେଳେ ପ୍ରସାଦ ମହାପ୍ରଭୁଙ୍କ ଠାରେ ଲାଗି ହୋଇ ମହାପ୍ରସାଦ ହୋଇଯାଏ ତାହାର ମାନ ଯାଞ୍ଚର ପ୍ରଶ୍ନ ଉଠୁନାହିଁ । ମଣିଷ ପାଖରେ ସେ ଶକ୍ତି ନାହିଁ ସେ ମହାପ୍ରସାଦର ମାନ ଯାଞ୍ଚ କରିବ । ଏହାକୁ ପାଟିରେ ଧରିବା ମହାପାପ । ଏହା ଗ୍ରହଣୀୟ ନୁହେଁ । ଯଦି ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ ନ କରନ୍ତି ଘୋର ବିରୋଧ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ,'ମହାପ୍ରଭୁଙ୍କ ମହାପ୍ରସାଦ ମାନ ହେବ ପରୀକ୍ଷଣ, ବ୍ୟବହାର ହେଉନି ନକଲି ଘିଅ' - Mahaprasad and ghee quality check

ଏହା ମଧ୍ୟ ପଢ଼ନ୍ତୁ...ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ, ଜିଲ୍ଲାପାଳ କହିଲେ ଯାଞ୍ଚ ହେବ - Srimandir Ghee Quality

ଏହା ମଧ୍ୟ ପଢ଼ନ୍ତୁ...ଲୁହା କଡ଼େଇରେ ମହାପ୍ରଭୁଙ୍କ ମହାପ୍ରସାଦ ! ଶ୍ରୀମନ୍ଦିର ରୋଷଶାଳରେ ଅଭାବ ରହିଛି କି ମାଟି କୁଡୁଆ ? - Mahaprasad In Iron kadhai

ଏହା ମଧ୍ୟ ପଢ଼ନ୍ତୁ...ତିରୁପତି ଲଡୁ ବିବାଦ; 11 ଦିନ ଉପବାସରେ ପୱନ କଲ୍ୟାଣ, କନକ ଦୁର୍ଗା ମନ୍ଦିରର କଲେ ଶୁଦ୍ଧିକରଣ - Tirumala Laddu Issue

ମହାପ୍ରସାଦକୁ ଭଗବାନ ପାଉଛନ୍ତି, ଭକ୍ତ ପାଇଲେ କିଛି ଅସୁବିଧା ନାହିଁ:

ସେହିପରି ଶ୍ରୀମନ୍ଦିରକୁ ଆସିଥିବା ଜଣେ ଭକ୍ତ କହିଛନ୍ତି, "ସବୁଆଡେ ପ୍ରସାଦ ମିଳୁଥିବା ବେଳେ ବିଶ୍ଵ ଏକମାତ୍ର ସ୍ଥାନ ଶ୍ରୀମନ୍ଦିର ଯେଉଁଠି ମହାପ୍ରସାଦ ମିଳିଥାଏ । ଏହାକୁ ମଣିଷ ପାଇଲେ ମୁକ୍ତି ପାଇଯାଏ । ଏହାର ଯାଞ୍ଚ କରିବା ନିଷ୍ପତ୍ତି ଠିକ୍ ନୁହେଁ । ମହାପ୍ରଭୁଙ୍କ ଠାରେ ଭୋଗ ଲାଗିବା ପରେ ଏହାର ମାନ ଯାଞ୍ଚ ଠିକ୍ ନୁହେଁ । ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଏହା ପାଇଁ ଆସୁଥିବା ସାମଗ୍ରୀର କଡ଼ା ଯାଞ୍ଚ ହେବା ଦରକାର୍ । ଯେଉଁଠି ମହାପ୍ରସାଦକୁ ଭଗବାନ ପାଉଛନ୍ତି ସେଠାରେ ଆମେ ଭକ୍ତ ପାଇଲେ କିଛି ଅସୁବିଧା ନାହିଁ । ଥରେ ଭୋଗ ଲାଗିବା ପରେ ମହାପ୍ରସାଦ ମାନ ଯାଞ୍ଚ ଗ୍ରହଣୀୟ ନୁହେଁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.