ETV Bharat / state

ଭିତର ଭଣ୍ଡାରରୁ ସରିଲା ରତ୍ନ ସ୍ଥାନାନ୍ତର, ଥିଲା ଏତିକି ଅଳଙ୍କାର ଭରା ଆଲମିରା - Puri Sri Mandir Ratna Bhandar

author img

By ETV Bharat Odisha Team

Published : Jul 18, 2024, 7:01 PM IST

Updated : Jul 18, 2024, 8:06 PM IST

Ratna Bhandar Opening: ଭିତର ଭଣ୍ଡାରରୁ ରତ୍ନ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଦୀର୍ଘ ସାଢେ 7 ଘଣ୍ଟା ପରେ ଶ୍ରୀମନ୍ଦିରରୁ ବାହାରି ଭିତର ରତ୍ନ ଭଣ୍ଡାର ସମ୍ପର୍କରେ ଏହା କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ । ଅଧିକ ପଢନ୍ତୁ

Ratna Bhandar Opening
Ratna Bhandar Opening (ETV Bharat Odisha)

ପୁରୀ: ସରିଲା ଭିତର ରତ୍ନ ଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା । ଦୀର୍ଘ ସାଢେ 7 ଘଣ୍ଟା ପରେ ଭିତର ରତ୍ନ ଭଣ୍ଡାରରୁ ବାହାରିଲେ 11 ଜଣିଆ କମିଟି । ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲି ଭିତର ଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା । ସମସ୍ତ ଆଲମାରି ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର କରାଯାଇଛି । ଯେଉଁ ସିନ୍ଦୁକରେ ଯେମିତି ଯାହା ଥିଲା, ସେମିତି ସେହି କ୍ରମରେ ରଖାଯାଇଛି । ଏସ୍‌ଓପି ଅନୁଯାୟୀ ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଛି ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି ।

ଭିତର ଭଣ୍ଡାରରୁ ବାହାରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ତଦାରଖ କମିଟି ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା (ETV Bharat Odisha)
ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ପ୍ରତିକ୍ରିୟା (ETV Bharat Odisha)

ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସୁରୁଖୁରୁରେ ଶେଷ ହୋଇଛି । ଭିତର ରତ୍ନ ଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଛି ।" ସେହିପରି ଏ ନେଇ ଜଷ୍ଟିସ ରଥ କହିଛନ୍ତି, " ଆମେ 9ଟା 51ରେ ଚାବି ଖୋଲାଯାଇଥିଲା । ଦୀର୍ଘ ସାଢେ 7ଘଣ୍ଟା ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଛି । ସମସ୍ତଙ୍କ ସହାୟତାରେ ଅକ୍ଳାନ୍ତ ପରିଶ୍ରମ ଦ୍ବାରା ଏହି କାର୍ଯ୍ୟ ଶେଷ ହୋଇଛି । କେବଳ ବିଦ୍ୟୁତ କର୍ମଚାରୀଙ୍କ ସହାୟତା ଆବଶ୍ୟକ ପଡ଼ିଥିଲା । ଅନ୍ୟ କାହାର ଆବଶ୍ୟକତା ପଡ଼ିନି । ଭିତର ରତ୍ନ ଭଣ୍ଡାରରେ ଯେଉଁଭଳି ରତ୍ନ ଅଳଙ୍କାର ଥିଲା ସେହିପରି ଭାବରେ ସ୍ଥାନାନ୍ତର କରାଯାଇଛି ।"

Puri Sri Mandir Ratna Bhandar
Puri Sri Mandir Ratna Bhandar (ETV Bharat Odisha)

ଭିତର ରତ୍ନଭଣ୍ଡାରରେ ଏତିକି ଥିଲା ଅଳଙ୍କାର:-

ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା ଅନୁସାରେ, 3 ସିନ୍ଦୁକ ଓ 4 ଆଲମାରୀରେ ଅଳଙ୍କାର ଥିଲା । ଭିତର ରତ୍ନଭଣ୍ଡାରରେ ମୋଟ ୭ଟି ସିନ୍ଦୁକ ଓ ଆଲମାରୀ ଥିଲା । ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା । ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା । ଯେଉଁ ସିନ୍ଦୁକରେ ଯେମିତି ଯାହା ଥିଲା, ସେମିତି ସେହି କ୍ରମରେ ରଖାଯାଇଥିଲା । ଏସ୍‌ଓପି ଅନୁଯାୟୀ ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଥିଲା ।"

'ଗୁପ୍ତ ସୁଡଙ୍ଗ ମନଗଢା କଥା'

ଭିତର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ନେଇ ବଡ଼ ଖୁଲାସା କରିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ । ଗୁପ୍ତ ସୁଡ଼ଙ୍ଗ ଏକ ମନଗଢା କଥା ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ । ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ନାହିଁ ବୋଲି କହିଛନ୍ତି ଜଷ୍ଟିସ ରଥ ।

'ସାପ ବାହାରିବା କଥା ମିଛ'

ରତ୍ନ ଭଣ୍ଡାରରୁ ସାପ ବାହାରିବା ଗୁଜବ ପ୍ରସଙ୍ଗ । କୌଣସି ସାପ ବାହାରି ନଥିବା କହିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ । ଆଜି ବି ରତ୍ନ ଭଣ୍ଡାରକୁ ତାଙ୍କୁ ଡକାଯାଇନାହିଁ । ସାପ ବାହାରିବା କଥା ସମ୍ପୂର୍ଣ୍ଣ ମିଛ ବୋଲି କହିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ କହିଛନ୍ତି ।

ସୂଚନା ଥାଉ କି ପୂର୍ବରୁ ଗତ ୧୪ ତାରିଖ ଦିନ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ମାତ୍ର ୧୧ ଜଣିଆ ପ୍ରତିନିଧି ଦଳ ଭିତର ଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମିରା ଖୋଲିନଥିଲେ । ତେଣୁ ଆଜି ପୂର୍ବ ଏସଓପି ଅନୁସାରେ ଆଉ ଥରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟି ନିଷ୍ପତ୍ତି ନେଇଥିଲା ।

ପଢନ୍ତୁ ଅନ୍ୟ କିଛି ଖବର

ସାଢ଼େ ସାତ ଘଣ୍ଟା ପରେ ସରିଲା ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର, ଉଡା ଖବର ପରିବେଷଣ ନକରିବାକୁ ଅନୁରୋଧ କଲେ ଜଷ୍ଟିସ ରଥ

କୁଆଡେ ଗଲା ଗୁପ୍ତ ସୁଡ଼ଙ୍ଗ ? ତୁରନ୍ତ ଠାବ କରିବାକୁ ସେବାୟତଙ୍କ ଦାବି, ଗଜପତି କହିଲେ ଏମିତି

ଇଟିଭି ଭାରତ, ପୁରୀ

Last Updated : Jul 18, 2024, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.