ETV Bharat / state

ଅପରାଧ ରୋକିବାକୁ ପୁରୀରେ ସ୍ପେଶାଲ ଡ୍ରାଇଭ, ଗଳି କନ୍ଦି ବୁଲି ଲୋକଙ୍କ ମତାମତ ନେଉଛି ପୋଲିସ

Puri SP Seeks Suggestion From Locals: ବିଭିନ୍ନ ସାହି ବୁଲି ଲୋକଙ୍କ ମତାମତ ନେଉଛନ୍ତି ଏସପି ପିନାକ ମିଶ୍ର । ଅପରାଧରେ ରୋକ୍ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛି ପୁରୀ ପୋଲିସ । ଅଧିକ ପଢନ୍ତୁ

Puri SP Seeks Suggestion
Puri SP Seeks Suggestion
author img

By ETV Bharat Odisha Team

Published : Feb 9, 2024, 10:08 PM IST

Puri SP Seeks Suggestion

ପୁରୀ: ଅପରାଧ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡରେ ନୂଆ ଏସପି । ବିଭିନ୍ନ ସାହି ବୁଲି ଲୋକଙ୍କ ମତାମତ ନେଉଛନ୍ତି ଏସପି ପିନାକ ମିଶ୍ର । ପର୍ଯ୍ୟଟନ ସହର ପୁରୀରେ ନିଶା କାରବାର ଓ ଅନ୍ୟାନ୍ୟ ଅପରାଧିକ ମାମଲା ବଢି ଚାଲିଛି । ଏଭଳି ସ୍ଥିତିରେ ଅପରାଧରେ ରୋକ୍ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ନୂଆ କରି ଦାୟିତ୍ବ ନେଇଥିବା ଏସପି ପିନାକ ମିଶ୍ର । ଏଣୁ ସେ ସହରର ବିଭିନ୍ନ ଗଳିକନ୍ଦି ବୁଲି ସହରବାସୀଙ୍କ ମତାମତ ଲୋଡିଛନ୍ତି ।

ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, "ଧାର୍ମିକ ତଥା ଆଧ୍ୟାତ୍ମିକ ସହର ପୁରୀରେ ଅପରାଧିକ କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଅପରାଧୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏଥିରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ସେ ଚେତାବନୀ ଦେଇଛନ୍ତି । ପୁରୀ ଏସପି ପିନାକ ମିଶ୍ର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ବିଭିନ୍ନ ପ୍ରମୁଖ ରାସ୍ତା ଓ ବସ୍ତିରେ ନିଜେ ଚାଲି ଚାଲି ବୁଲିବା ସହ ଲୋକଙ୍କ ମତାମତ ନେଉଛନ୍ତି । ପୁରୀର ନୂତନ ଏସପିଙ୍କ ଏଭଳି ଅଭିନବ ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି । "ପର୍ଯ୍ୟଟନ ସହର ପୁରୀରେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଯୁବପିଢି ନିଶା କବଳରେ ପଡ଼ି ପଥ ଭ୍ରଷ୍ଟ ହୋଇ ଅନେକ ଅପରାଧ ଘଟାଉଛନ୍ତି । ଏଣୁ ସହରରେ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଏସପି କଡ଼ା ପଦକ୍ଷେପ ନିଅନ୍ତୁ" ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ପୂର୍ବରୁ କଟକ ଡିସିପି ଭାବେ କାର୍ଯ୍ୟକରି ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି ଆଇପିଏସ ପିନାକ ମିଶ୍ର । ତେବେ ପୁରୀରେ ନିଶା କାରବାରକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ୍ ଏସପି ଗଠନ କରିଛନ୍ତି ଏସପି । ଗତ ଦୁଇଦିନ ତଳେ ୫୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ଦୁଇ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀ ପୋଲିସ । "ପୁରୀ ହେଉଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ପ୍ରାଣର କେନ୍ଦ୍ର‌ । ଏଠାରେ କାର୍ଯ୍ୟ କରିବା ଏକ ଭାଗ୍ୟର ବିଷୟ" ବୋଲି ଏସପି ପିନାକ ମିଶ୍ର କହିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ସମ୍ପୂର୍ଣ୍ଣ ଜିଲ୍ଲାରେ ନିଶା କାରବାର ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପ୍ରାଥମିକ କାର୍ଯ୍ୟ ହେବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଆକ୍ସନ ମୋଡରେ ପୁରୀର ନୂଆ ଏସପି, ୨ ଡ୍ରଗ୍ସ ମାଫିଆ ଗିରଫ

ଜିଲ୍ଲାର ଯେକୌଣସି ବ୍ୟକ୍ତି ପୁରୀ ପୋଲିସର ସୋସିଆଲ ମିଡିଆ ସାଇଟରୁ ତାଙ୍କ ଫୋନ ନମ୍ୱର ନେଇ ସିଧାସଳଖ ଫୋନ କରି ଅଭିଯୋଗ କରିପାରିବେ ବୋଲି ଏସପି ପିନାକ ମିଶ୍ର କହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ସହିତ ସ୍ନାନ ଯାତ୍ରା ଓ ରଥଯାତ୍ରା ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରହିଛି । ଏଣୁ ପୁରୀ ସହର ସହିତ ସମ୍ପୂର୍ଣ୍ଣ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ହେବ । ତେଣୁ ଜନସାଧାରଣଙ୍କ ସହଯୋଗ ନେଇ କାର୍ଯ୍ୟ କରିଲେ ପୋଲିସର କାର୍ଯ୍ୟ ଅଧିକ ସଫଳ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.