ETV Bharat / state

ବଡ଼ଦାଣ୍ଡରେ ଭିନ୍ନ ଦୃଶ୍ୟ; କାଳିଆ ଦୂଆରେ ସମସ୍ତେ ଏକାକାର, ମଞ୍ଚ ତଳକୁ ଆସି ନବୀନଙ୍କୁ ପାଛୋଟି ନେଲେ ଧର୍ମେନ୍ଦ୍ର - Ratha Yatra 2024

author img

By ETV Bharat Odisha Team

Published : Jul 7, 2024, 5:52 PM IST

Updated : Jul 7, 2024, 6:04 PM IST

Puri Ratha Yatra 2024: ରଥଯାତ୍ରାରେ ବଡ଼ଦାଣ୍ଡରେ ହୋଇଥିବା ଏକ ମଞ୍ଚରେ ଦେଖିବାକୁ ମିଳିଛି ଓଡିଆ ସଂସ୍କୃତିର ଝଲକ । ଏକାଠି ହେଲେ ଶାସକ ବିରୋଧୀ । ମଞ୍ଚ ଉପରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଛୋଟି ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

Ratha Yatra 2024
Ratha Yatra 2024 (ETV Bharat Odisha)

ଭୁବନେଶ୍ବର: ନବୀନଙ୍କୁ ପାଛୋଟି ନେଲେ ଧର୍ମେନ୍ଦ୍ର । ରାଷ୍ଟ୍ରପତିଙ୍କୁ ଦେଖି ନମସ୍କାର କଲେ ନବୀନ । ମଞ୍ଚ ଉପରୁ ଧାଇଁ ଆସି ପାଛୋଟି ନେଲେ ଧର୍ମେନ୍ଦ୍ର । ରଥଯାତ୍ରାରେ ଦେଖିବାକୁ ମିଳିଲା ରାଜନେତାଙ୍କ ନିଆରା ଦୃଶ୍ୟ । ପୁରୀ ବଡ଼ଦାଣ୍ଡରେ ଏକ ଭିନ୍ନ ଦୃଶ୍ୟ । ଏକାଠି ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକ । ମଞ୍ଚ ତଳକୁ ଆସି ନବୀନଙ୍କୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜ୍ୟପାଳ ରଘୁବର ଦାସ ।

Ratha Yatra 2024 (ETV Bharat Odisha)

ଆଜି ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ମହାବାହୁଙ୍କ ଏହି ପବିତ୍ର ଯାତ୍ରାରେ ନାଁ ଅଛି ବାଛ ବିଚାର ନାଁ ଧନୀ ଗରିବ କି ରାଗ ଋଷାର ପ୍ରଭେଦ । ସବୁକିଛିକୁ ପଛରେ ପକାଇ ଭକ୍ତ ଭଗବାନ ଏକାକାର ହୋଇଯାଆନ୍ତି । ଓଡ଼ିଶା ଜଗନ୍ନାଥ ସଂସ୍କୃତିର ଦେଶ । ଏଠି ଯେତେ ରାଗ ଅଭିମାନ ଥିଲେ ବି କାଳିଆ ଦୂଆରେ ସବୁକିଛି ଭୁଲି ସମସ୍ତେ ଏକାକାର ହୋଇଯାଆନ୍ତି । ଆଜି ଏହି ପବିତ୍ର ରଥଯାତ୍ରାରେ ପୁରୀ ବଡଦାଣ୍ଡରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ରାଜନୀତିର ଆରୋପ ପ୍ରତ୍ୟାରୋପକୁ ଭୁଲି ଏକାଠି ହୋଇଛନ୍ତି ଶାସକ ଓ ବିରୋଧୀ । କାରଣ ଉତ୍କଳ ପ୍ରଦେଶ ଏହି ବାର୍ତ୍ତା ଦିଏ ଯେ, କେହି କ୍ଷମତାରେ ରହୁ କିମ୍ବା କ୍ଷମତାଚ୍ୟୁତ, ଜଣେ ଅନ୍ୟ ଜଣଙ୍କୁ ଶ୍ରଦ୍ଧା ଓ ସମ୍ମାନ କରିଥାଏ । ଯାହା ଆମ ଓଡ଼ିଆ ସଂସ୍କୃତି ସାରା ବିଶ୍ବକୁ ସିଖାଏ । ଆଉ ଏହି ସଂସ୍କୃତିର ଝଲକ ଆଜି ରଥଯାତ୍ରାରେ ଦେଖିବାକୁ ମିଳିଛି ।

ଆଜି ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ପହଞ୍ଚିଥିଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ବଡ଼ଦାଣ୍ଡରେ ହୋଇଥିବା ଏକ ମଞ୍ଚରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ନେତୃବୃନ୍ଦ ମଞ୍ଚାସୀନ ଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବସିଥିବା ମଞ୍ଚ ନିକଟକୁ ଆସିଥିଲେ ନବୀନ । ନବୀନ ମଞ୍ଚ ତଳେ ଥାଇ ସମସ୍ତଙ୍କୁ ହାତଯୋଡ଼ି ଅଭିନନ୍ଦନ ଜଣାଇଥିଲେ । ଏହି ସମୟରେ ଦେଖିବାକୁ ମିଳିଥିବା ଓଡ଼ିଆ ସଂସ୍କୃତି ଭାଇଚାରାର ଝଲକ । ରାଜନୀତିର ସମସ୍ତ ବାଦ ବିବାଦକୁ ପଛରେ ପକାଇ ମଞ୍ଚ ଉପରେ ଥିବା ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ତଳକୁ ଧାଇଁ ଆସି ନବୀନଙ୍କୁ ଆଦର ସହକାରେ ମଞ୍ଚ ଉପରକୁ ପାଛୋଟି ନେଇଥିଲେ ।

ତେବେ ଧର୍ମେନ୍ଦ୍ର ତଳକୁ ଆସିବା ପରେ ନବୀନଙ୍କ ସହ କିଛି ସମୟ କଥା ହୋଇଥିଲେ । ପରେ ତାଙ୍କ ହାତ ଧରି ମଞ୍ଚ ଉପରକୁ ନେଇଯାଇଥିଲେ । ମଞ୍ଚରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଠିଆ ହୋଇ ନବୀନଙ୍କୁ ବସିବା ପାଇଁ ଇଙ୍ଗିତ କରିଥିଲେ । ମଞ୍ଚ ଉପରେ ଉପସ୍ଥିତ ଥିବା ବଶିଷ୍ଟ ବ୍ୟକ୍ତିମାନଙ୍କୁ ନବୀନ ପ୍ରଣାମ କରିବା ସହ ଧର୍ମେନ୍ଦ୍ର ନବୀନଙ୍କୁ ତାଙ୍କ ବସିବା ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏହି ସମୟରେ ସମସ୍ତଙ୍କ ମୁହଁରେ ଖୁସିର ଝଲକ ପରିଲକ୍ଷିତ ହୋଇଥିଲା । ନବୀନ ମଧ୍ୟ ବହୁତ ଖୁସିଥିବା ଦେଖିବାକୁ ମିଳିଥିଲେ । ତେବେ ରଥଯାତ୍ରାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2024, 6:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.