ETV Bharat / state

୭ରେ ରଥଯାତ୍ରା; ସରିଲା ରଥନିର୍ମାଣ, ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର - Ratha Yatra Preparation

author img

By ETV Bharat Odisha Team

Published : Jul 5, 2024, 10:34 AM IST

Updated : Jul 5, 2024, 2:33 PM IST

Puri Ratha Yatra 2024 Preparation: ରବିବାର ଦିନ ଅର୍ଥାତ୍ ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଯାହାକୁ ନେଇ ଏବେ ଠାରୁ ଚଳଚଞ୍ଚଳ ପୁରୀ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ରଥ ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଅଧିକ ପଢନ୍ତୁ,

୭ରେ ରଥଯାତ୍ରା; ସରିଲା ରଥନିର୍ମାଣ କାର୍ଯ୍ୟ, ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର
୭ରେ ରଥଯାତ୍ରା; ସରିଲା ରଥନିର୍ମାଣ କାର୍ଯ୍ୟ, ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର (ETV Bharat Odisha)

ପୁରୀ: ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ଆସନ୍ତାମାସ ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ରଥ ନିର୍ମାଣ କାର୍ଯ୍ୟ ଶେଷ ହେଇଥିବା ବେଳେ ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଶେଷ ସ୍ପର୍ଶ ଦିଆଯାଉଛି । ଗତକାଲି ତିନି ରଥରେ କଳସ,ଓଲଟ ଶୁଆ ଏବଂ ଅଁଳା ସ୍ଥାପନ ସହ ପ୍ରଭାରେ ରୂପ ଖୋଦେଇ ଶେଷ ହୋଇଥିଲା । ଏଥିସହ ଚିତ୍ରକାର ସେବକଙ୍କ ଦ୍ଵାରା ପ୍ରଭା ରେ ରଙ୍ଗ କାର୍ଯ୍ୟ ଆରମ୍ଭ ସହ ତିନି ରଥର ଦୁଆର ବେଢ଼ା ରେ କନା ପକାକାର୍ଯ୍ୟ ଆରମ୍ଭ ହୋଇଛି ।

୭ରେ ରଥଯାତ୍ରା; ସରିଲା ରଥନିର୍ମାଣ, ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର (ETV Bharat Odisha)

ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକ ମାନେ ମିଶି ତିନି ରଥର ସମ୍ମୁଖ ଭାଗକୁ ଛାଡି ପ୍ରତି ପାର୍ଶ୍ୱରେ ତିନୋଟି ଲେଖାଏଁ ୯ ଗୋଟି ପାର୍ଶ୍ଵ ଦେବ ଦେବୀ ଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି, ଶିଖର ଡମ୍ବରୁ ସଂଯୋଗ କରିଛନ୍ତି । ଚିତ୍ରକାର ସେବକ ମାନେ ତିନି ରଥ ପ୍ରଭା ଗୁଡ଼ିକର ରୂପ ଖୋଦେଇ ଅଂଶରେ ରଙ୍ଗ ଚିତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ନନ୍ଦି ଘୋଷ ରଥ ବେଦୀ ସିଂହାସନ ଚାରି ପଟେ ଗାଈ ଗୋଠ ଚିତ୍ର ଅଙ୍କନ ଶେଷ ହେବାସହ ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ବେଦୀ ସିଂହାସନ ଚାରିପାଖରେ ଗାଈ ଗୋଠ ଚିତ୍ର ଅଙ୍କନ ଜାରି ରହିଛି ।

୭ରେ ରଥଯାତ୍ରା; ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
୭ରେ ରଥଯାତ୍ରା; ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ (ETV Bharat Odisha)

ସେହିପରି ଚିତ୍ର କାର ସେବକ ମାନେ ତିନି ରଥର ଘୋଡ଼ା, ସାରଥି, ସକ୍ଷୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ ସମେତ ତିନି ରଥର ବାହ୍ୟ ଅଂଶର ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନି ରଥର ଦୁଇଟି ଲେଖାଏଁ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ଵ ଆବଶ୍ୟକୀୟ ମରାମତି ସହ ଲାଗିଥିବା ରବର ମ୍ୟାଟ ବଦଳାଯାଇ ନୂଆ ରବର୍ ମ୍ୟାଟ ପଡ଼ି କଣ୍ଟା ପଡ଼ିବା ଶେଷ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ରଥଯାତ୍ରାରେ ପୁରୀକୁ ଗଡିବ ୩୧୫ଟି ସ୍ବତନ୍ତ୍ର ଟ୍ରେନ, AI ଆଧାରିତ ସିଷ୍ଟମରେ ଚାଲିବ ଟ୍ରେନ

ସେପଟେ ଦରଜୀ ସେବକ ମାନେ ରଥ କନା କାର୍ଯ୍ୟ ଶେଷ କରି, ରଥ ଉପରେ କନା ପଡ଼ିବା ପାଇଁ କନା ଯୋଡଣି କାର୍ଯ୍ୟ ଶେଷ କରି, ଉଡା ଛନ୍ଦୁଆ, ସାରଥି ପୋଷାକ, ବିଜେ ଚକାପାଇଁ ବାନାରସି ଜରି କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପଶ୍ଚାତ ଭାଗ ପାଇଁ ଅପସର ତକିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ପ୍ରଭା ବିଡିଆ କଣ୍ଟା ,ବ୍ରେକ କଣ୍ଟା ସହ ଭୋଇ ସେବକ ଏବଂ କୋଠ ସୁଆଁସିଆ ସେବକ ମାନଙ୍କ ପାଇଁ ଆବଶ୍ୟକୀୟ କଟୁରୀ ନିର୍ମାଣ ଶେଷ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 5, 2024, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.