ETV Bharat / state

ଆଜି ପାଇଁ ସରିଲା ରଥଟଣା, କାଲି ନୀତିକାନ୍ତି ଶେଷ ପରେ ପୁଣି ଗଡ଼ିବ - Ratha Yatra 2024 Live Updates

author img

By ETV Bharat Odisha Team

Published : Jul 7, 2024, 8:32 AM IST

Updated : Jul 7, 2024, 8:03 PM IST

CHARIOT FESTIVAL
CHARIOT FESTIVAL (ETV BHARAT ODISHA)

ପୁରୀ: ଆଜି ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟା ତିଥି ବା ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଦେଶ ବିଦେଶରୁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିଛନ୍ତି ଭକ୍ତ । ଗୋଟିଏ ଦିନରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା । ଏହି ଦିବ୍ୟ ମୁହୂର୍ତ୍ତରେ ସାକ୍ଷୀ ରହିବାକୁ ବଡଦାଣ୍ଡରରେ ଭକ୍ତଙ୍କ ଗହଳି । ଭଜନ କୀର୍ତ୍ତନ କାହାଳିରେ କମ୍ପି ଉଠିଛି ବଡଦାଣ୍ଡ । ବର୍ଷକୁ ଥରେ ଏହି ଦିନକୁ ଅପେକ୍ଷା କରିଥାନ୍ତି ଭକ୍ତ ଓ ଭଗବାନ । ରତ୍ନବେଦୀ ଛାଡି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ।

LIVE FEED

7:30 PM, 7 Jul 2024 (IST)

ଆଜି ପାଇଁ ସରିଲା ରଥଟଣା

ଆଜି ପାଇଁ ଶେଷ ହୋଇଛି ରଥଟଣା । ସନ୍ଧ୍ୟା ହୋଇଯିବାରୁ ଅଧାରେ ଅଟକିଲା ରଥ । ବଡ଼ ଠାକୁରଙ୍କ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ କିଛି ଦୂର ଟଣାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାତ୍ର 2 ପାଦ ଆଗେଇ ସିଂହଦ୍ବାରରେ ହିଁ ଅଟକି ରହିଛି । ଆଜି ନିର୍ଦ୍ଧାରିତ ସମୟ ସନ୍ଧ୍ୟା 5ଟାରେ ଟଣା ହୋଇଥିଲା ରଥ । ଆସନ୍ତାକାଲି ମହାପ୍ରଭୁଙ୍କ ନୀତିକାନ୍ତି ଶେଷ ହେବା ପରେ ସକାଳେ ପୁଣି ରଥଟଣା ଆରମ୍ଭ ହେବ । ଚଳିତ ବର୍ଷ ବିରଳ ରଥଯାତ୍ରା ଅନୁଷ୍ଠିତ ହୋଇଛି । 2 ଦିନ ଧରି ଚାଲିବ ରଥଯାତ୍ରା । ଆଜି ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ । ସେହିପରି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥିଲେ । ତେବେ ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ । ଏହାପରେ ପୁଣି ରଥଟଣା ଆରମ୍ଭ ହେବ ।

7:18 PM, 7 Jul 2024 (IST)

ରଥଟଣା ବେଳେ ଅଘଟଣ; ପୁରୁଷ ଶ୍ରଦ୍ଧାଳୁ ମୃତ, ଉପୁଜିଲା ଠେଲାପେଲା ସ୍ଥିତି

ରଥଟଣା ବେଳେ ଅଘଟଣ । କାଳିଆ ଆଗରେ ଚାଲିଗଲା ପୁରୁଷ ଶ୍ରଦ୍ଧାଳୁଙ୍କ ଜୀବନ । ଅଣନିଶ୍ବାସୀ ଯୋଗୁଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ମୁଖ୍ୟ ଚିକିତ୍ସାଳୟରେ ଶ୍ରଦ୍ଧାଳୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ସୂଚନା ଅନୁଯାୟୀ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥଟଣା ବେଳେ ହଠାତ୍ ଠେଲାପେଲା ସ୍ଥିତି ଉପୁଜିଥିଲା । ଫଳରେ ଅନେକ ଲୋକ ତଳେ ପଡିଯାଇଥିଲେ । ଜଣେ ବ୍ୟକ୍ତି ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତିଙ୍କ ବୟସ 50ରୁ ଅଧିକ ହେବ । ତାଙ୍କର ପରିଚୟ ଜଣାପଡିନାହିଁ ।

7:05 PM, 7 Jul 2024 (IST)

ଗଡ଼ିଲା ନନ୍ଦିଘୋଷ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ବଡ଼ଦାଣ୍ଡ

ଶରଧାବାଲି ଅଭିମୁଖେ ଗଡିଲା ନନ୍ଦିଘୋଷ । ସାନ ଭଉଣୀଙ୍କ ପରେ ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଛି । ଏହି ସମୟରେ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ ।

ଗଡ଼ିଲା ନନ୍ଦିଘୋଷ
ଗଡ଼ିଲା ନନ୍ଦିଘୋଷ (ETV Bharat Odisha)

6:29 PM, 7 Jul 2024 (IST)

ରଥ ଟାଣିଲେ ରାଷ୍ଟ୍ରପତି

ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପବିତ୍ର ଘୋଷଯାତ୍ରା ଲାଗି ରାଷ୍ଟ୍ରପତି ପୁରୀରେ ପହଞ୍ଚିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ବସି ରଥଯାତ୍ରା ଦେଖିଛନ୍ତି । ଆଉ କିଛି ସମୟ ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣାଯିବ ।

ରଥ ଟାଣିଲେ ରାଷ୍ଟ୍ରପତି
ରଥ ଟାଣିଲେ ରାଷ୍ଟ୍ରପତି (ETV Bharat Odisha)

6:18 PM, 7 Jul 2024 (IST)

ଗଡ଼ିଲା ଦେବୀ ସୁଭଦ୍ରାଙ୍କ ରଥ

ବଡ଼ ଭାଇ ଆଗକୁ ବଢିବା ପରେ ପଛେ ପଛେ ଜନ୍ମବେଦୀ ଅଭିମୁଖେ ସାନ ଭଉଣୀ ଦେବୀ ସୁଭଦ୍ରା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ହୋଇଥିବା ବେଳେ ଏବେ ଆରମ୍ଭ ହୋଇଛି ଦର୍ପଦଳନ ରଥଟଣା । ମଝିରେ ରହିଛନ୍ତି ଦେବୀ ସୁଭଦ୍ରା । ଏହା ପରେ ପରେ ବାହାରିବେ କାଳିଆ ଠାକୁର ।

ଗଡ଼ିଲା ଦେବୀ ସୁଭଦ୍ରାଙ୍କ ରଥ
ଗଡ଼ିଲା ଦେବୀ ସୁଭଦ୍ରାଙ୍କ ରଥ (ETV Bharat Odisha)

5:01 PM, 7 Jul 2024 (IST)

ଆରମ୍ଭ ହେଲା ରଥଟଣା

ତିନି ରଥରେ ଛେରା ପହଁରା ନୀତି ଶେଷ ହେବା ପରେ ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ଆଗକୁ ବଢିଲା ବଡ଼ ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ବଜ ରଥ । ରଥଟାଣିବା ଲାଗି ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଘର୍‌ ଘର୍‌ ହୋଇ ଗଡ଼ିବ ରଥ । ରଥକୁ ଟାଣିନେବେ ଲକ୍ଷ ଲକ୍ଷ ଭକ୍ତ ।

ଆରମ୍ଭ ହେଲା ରଥଟଣା
ଆରମ୍ଭ ହେଲା ରଥଟଣା (ETV Bharat Odisha)

4:53 PM, 7 Jul 2024 (IST)

ସରିଲା ଛେରା ପହଁରା ନୀତି; ଶ୍ରୀନଅରକୁ ଫେରିଲେ ଗଜପତି

ସରିଲା ଛେରା ପହଁରା ନୀତି । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ସେବା ଶେଷ କରି ଶ୍ରୀନଅର ଫେରିଛନ୍ତି । ସେପଟେ ଚାରମାଳ ଫିଟା ଯାଇଥିବା ବେଳେ ଅଶ୍ବ ବନ୍ଧା ଚାଲିଛି । ଅପରାହ୍ନ 5ଟାରେ ରଥଟଣା ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା । ତେବେ ରଥଟଣା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା ।

4:47 PM, 7 Jul 2024 (IST)

ନନ୍ଦିଘୋଷ ପରେ ଦର୍ପଦଳନ ରଥରେ ଗଜପତିଙ୍କ ଛେରା ପହଁରା ନୀତି

ବଡ଼ରୁ ସାନ କ୍ରମରେ ଛେରା ପହଁରା ନୀତି ସମ୍ପାଦନ କରିଛନ୍ତି ପୁରୀ ଗଜପତି ମହାରାଜ । ଏବେ ନନ୍ଦିଘୋଷ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଗଜପତିଙ୍କ ଛେରା ପହଁରା ନୀତି ସମ୍ପାଦନ କରିଛନ୍ତି ।

ଦର୍ପଦଳନ ରଥରେ ଗଜପତିଙ୍କ ଛେରା ପହଁରା ନୀତି
ଦର୍ପଦଳନ ରଥରେ ଗଜପତିଙ୍କ ଛେରା ପହଁରା ନୀତି (ETV Bharat Odisha)

4:42 PM, 7 Jul 2024 (IST)

ନନ୍ଦିଘୋଷ ରଥରେ ଗଜପତିଙ୍କ ଛେରା ପହଁରା

ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରା ପହଁରା କରିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରା ପହଁରା ସେବା କଲେ ଗଜପତି ମହାରାଜ । ଏହାପରେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥରେ ସେବା କରିବେ ।

ନନ୍ଦିଘୋଷ ରଥରେ ଗଜପତିଙ୍କ ଛେରା ପହଁରା
ନନ୍ଦିଘୋଷ ରଥରେ ଗଜପତିଙ୍କ ଛେରା ପହଁରା (ETV Bharat Odisha)

4:04 PM, 7 Jul 2024 (IST)

ବଡ଼ ଠାକୁର ବଳଭଦ୍ରଙ୍କ ରଥରେ ଛେରା ପହଁରା କଲେ ଗଜପତି

ମହାପ୍ରଭୁଙ୍କ ସେବା ପାଇଁ ତାନଜାନ ବିମାନରେ ବସି ନଅରରୁ ଆସି ଗଜପତି ମହାରାଜ ପୁରୀରେ ପହଞ୍ଚିଛନ୍ତି । ଏହାପରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ବଜରେ ପହଞ୍ଚି ଆରମ୍ଭ କରିଛନ୍ତି ଛେରାପହଁରା ସେବା । ବଡ଼ରୁ ସାନ କ୍ରମରେ ଛେରାପହଁରା ସେବା କରିବେ ପୁରୀ ଗଜପତି ଦିବ୍ୟସିଂହ ମହାରାଜ । ଛେରାପହଁରା ନୀତି ସରିବା ପରେ ରଥଟଣା ଆରମ୍ଭ ହେବ ।

ବଡ଼ ଠାକୁର ବଳଭଦ୍ରଙ୍କ ଛେରା ପହଁରା କଲେ ଗଜପତି
ବଡ଼ ଠାକୁର ବଳଭଦ୍ରଙ୍କ ଛେରା ପହଁରା କଲେ ଗଜପତି (ETV Bharat Odisha)

3:42 PM, 7 Jul 2024 (IST)

ସେବା ପାଇଁ ପହଞ୍ଚିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ

ସେବା ପାଇଁ ପହଞ୍ଚିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ । କରିବେ ଛେରାପହଁରା ଓ ଆଳତି । ଆଉ କିଛି ସମୟ ପରେ ଲକ୍ଷ ଲକ୍ଷ ଜନତାଙ୍କ ସମ୍ମୁଖରେ ତିନିରଥ ଉପରେ ଗଜପତି ମହାରାଜାଙ୍କ ଆରମ୍ଭ ହେବ ଛେରାପହଁରା ସେବା । ଶ୍ରୀନଅରରୁ ପଟୁଆରରେ ଆସି ଛେରାପହଁରା ପାଇଁ ରଥ ନିକଟରେ ପହଞ୍ଚିଛନ୍ତି ଗଜପତି ମହାରାଜ ।

ସେବା ପାଇଁ ପହଞ୍ଚିଲେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ (ETV Bharat Odisha)

3:32 PM, 7 Jul 2024 (IST)

ଶ୍ରୀଜିଉଙ୍କୁ ରଥରେ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ତିନି ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ । ଆଉ କିଛି ସମୟ ପରେ ଆରମ୍ଭ ହେବ ଛେରା ପହଁରା ନୀତି ।

ଶ୍ରୀଜିଉଙ୍କୁ ରଥରେ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ (ETV Bharat Odisha)

3:21 PM, 7 Jul 2024 (IST)

ପୁରୀରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଦେଖିବାକୁ ପୁରୀରେ ପହଞ୍ଚିଲେ ନବୀନ । ହାତ ହଲାଇ ପ୍ରଶଂସକଙ୍କୁ ଜଣାଇଲେ ଅଭିବାଦନ ।

ପୁରୀରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ETV Bharat Odisha)

3:08 PM, 7 Jul 2024 (IST)

ପୁରୀରେ ପହଞ୍ଚିଲେ ମହାମହିମ

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପବିତ୍ର ଘୋଷଯାତ୍ରା ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାମହିମ ପୁରୀରେ ପହଞ୍ଚିଛନ୍ତି । ସାଥୀରେ ଅଛନ୍ତି ରାଜ୍ୟପାଳ ରଘୁବର ଦାସ ।

ପୁରୀରେ ପହଞ୍ଚିଲେ ମହାମହିମ
ପୁରୀରେ ପହଞ୍ଚିଲେ ମହାମହିମ (ETV Bharat Odisha)

1:49 PM, 7 Jul 2024 (IST)

ରଥାରୁଢ ତିନି ଠାକୁର

ପୁରୀ: ମୁଣ୍ଡରେ ଟାହିଆ, ମଥାରେ କିରଟ ଲଗାଇ ଝୁଲି ଝୁଲି ଆସି ରଥାରୁଢ ହେଲେ ଜଗନ୍ନାଥ । ଭକ୍ତ ଓ ଭଗବାନଙ୍କ ହେଲା ମହାମିଳନ । ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଭକ୍ତ ଭଗବାନ ଏକାକାର । ଚକା ଆକି ଦେଖି ଧନ୍ୟ ହେଲା ଚର୍ମଚକ୍ଷୁ, ପ୍ରାଣ ପାଇଲା ଶରୀର, ମୋକ୍ଷ ପାଇଗଲା ମନ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡିରେ ଆସି ରଥରେ ବସିଥିଲେ । ସନ୍ଧ୍ୟାରେ ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାପ୍ରଭୁ । ସେନାପଟାଲାଗି, ରଥ ପ୍ରତିଷ୍ଠା, ମଙ୍ଗଳର୍ପଣ ପରେ ପହଣ୍ଡି ଆରମ୍ଭ ହୋଇଥିଲା ।

12:56 PM, 7 Jul 2024 (IST)

ଜନ୍ମବେଦୀକୁ ଯିବାକୁ ବ୍ୟାକୁଳ ମନ, ଧାଡି ପହଣ୍ଡିରେ ଆସୁଛି କାଳିଆ

ପୁରୀ: ବଳଭଦ୍ର ଓ ସୁଭଦ୍ରାଙ୍କ ପରେ ଧାଡି ପହଣ୍ଡିରେ ଝୁଲି ଝୁଲି ଆସୁଛି କାଳିଆ । ଜନ୍ମବେଦୀକୁ ଯିବାକୁ ବ୍ୟାକୁଳ ମନ । ସିଂହଦ୍ବାରରୁ ବାହାରି ଭକ୍ତଙ୍କୁ କଣେଇ କଣେଇ ଚାହୁଁଛି ଜଗା । ତାର ଚକା ଆଖି ଦେଖି ଓଦା ହୋଇଛି ଭକ୍ତର ଆଖି । ଖୋଲା ଆକାଶ ତଳେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଏହି ମୁହୁର୍ତ୍ତକୁ ପ୍ରତି ବର୍ଷ ଚାହିଁ ରହିଥାନ୍ତି ବିଶ୍ବବାସୀ । ଜଗା ଆସିବ, ଭକ୍ତଙ୍କୁ ଦେଖିବ, ରଥରେ ବସି ଶ୍ରୀଗୁଣ୍ଡିଚା ଯିବ ।

CHARIOT FESTIVAL
CHARIOT FESTIVAL (ETV BHARAT ODISHA)

12:31 PM, 7 Jul 2024 (IST)

ରଥାରୁଢ ହେଲେ ବଡ ଠାକୁର ବଳଭଦ୍ର

ପୁରୀ: ଧାଡି ପହଣ୍ଡିରେ ଆସି ରଥାରୁଢ ହେଲେ ବଡ ଠାକୁର ବଳଭଦ୍ର । ମୁଣ୍ଡରେ ଚାହିଆ ଓ ମଥାରେ ଟାହିଆ ଲଗାଇ ଝୁଲି ଝୁଲି ଆସି ରଥରେ ବସିଲେ ବଳଭଦ୍ର । ପ୍ରଥମେ ଶ୍ରୀସୁଦର୍ଶନ ରଥାରୁଢ ହୋଇଥିଲେ । ଏହାପରେ ବଳଭଦ୍ରଙ୍କ ପଣ୍ଡି ଆରମ୍ଭ ହୋଇଥଲା । ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି । ଶେଷରେ କାଳିଆ ଠାକୁର ପହଣ୍ଡିରେ ଆସି ରଥରେ ବସିବେ ।

11:50 AM, 7 Jul 2024 (IST)

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି

ପୁରୀ: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରଥଯାତ୍ରାରେ ସାମିଲ ହେବାକୁ ପୁରୀରେ ପହଞ୍ଚିଲେ । ଆଜି ରଥଟାଣିବେ ମହାମହିମ । ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ମୁର୍ମୁ । ସେ ଏକ୍ସରେ ଲେଖିଛନ୍ତି, ‘‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ଆଜି ଦେଶ ତଥା ବିଶ୍ଵର ଅଗଣିତ ଜଗନ୍ନାଥପ୍ରେମୀ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିରହିଛନ୍ତି । ଏହି ମହାପର୍ବ ଅବସରରେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ଜୟ ଜଗନ୍ନାଥ !’’

CHARIOT FESTIVAL
CHARIOT FESTIVAL (@rashtrapatibhvn)

11:43 AM, 7 Jul 2024 (IST)

ଦରୁଦିଅଁଙ୍କ ପହଣ୍ଡି ଆରମ୍ଭ

ପୁରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି । ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ଆସି ରଥାରୁଢ ହେବେ ତିନି ଠାକୁର । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡିରେ ଆସି ରଥରେ ବସିବେ । ପରେ ନବଦିନିତ୍ମକ ଯାତ୍ରାରେ ବାହାରିବେ । ସେନାପଟାଲାଗି,ରଥ ପ୍ରତିଷ୍ଠା,ମଙ୍ଗଳର୍ପଣ ପରେ ପହଣ୍ଡି ଆରମ୍ଭ ହୋଇଥିଲା ।

CHARIOT FESTIVAL
CHARIOT FESTIVAL (@SJTA_Puri)

11:26 AM, 7 Jul 2024 (IST)

ଧାଡି ପହଣ୍ଡିରେ ରଥକୁ ବିଜେ କଲେ ସୁଦର୍ଶନ

ପୁରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି । ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ । ଧାଡି ପହଣ୍ଡିରେ ରଥକୁ ବିଜେ କଲେ ସୁଦର୍ଶନ । ଏହାପରେ ରାମକୃଷ୍ଣଙ୍କ ପହଣ୍ଡି ବିଜେ ହେବ । ପରେ ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହେବ ।

11:03 AM, 7 Jul 2024 (IST)

କାଳିଆ ପ୍ରେମରେ ବିଦେଶୀ ଭକ୍ତ

ପୁରୀ: କାଳିଆ ପ୍ରେମରେ ବିଭୋର ଭକ୍ତ । ରଥଯାତ୍ରା ପାଇଁ ପୁରୀକୁ ଛୁଟିଛି ବିଦେଶୀ ଭକ୍ତଙ୍କ ସୁଅ । ଆଜି ପରି ଏକ ବଡ ଦିନରେ ବଡଦାଣ୍ଡରେ ଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ବିଦେଶୀ ଭକ୍ତ । ପ୍ରତିବର୍ଷ ରଥଯାତ୍ରା ସମୟରେ ବିଦେଶରୁ ଅନେକ ଭକ୍ତ ପୁରୀକୁ ଧାଇଁଆସିଥାନ୍ତି । ଖୋଲା ଆକାଶ ତଳେ ଆଖି ଖୋଲି ଜଗାକୁ ଦର୍ଶନ କରିବାକୁ । ନୀଳକନ୍ଦରରୁ ବାହାରି ବଡଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀବିଗ୍ରହ । ଘଣ୍ଟଘଣ୍ଟା, ଶଙ୍ଗନାଦ, ଭଜନ କୀର୍ତ୍ତନ କାହାଳିରେ ଝୁଲିଝୁଲି ଆସି ରଥାରୁଢ଼ ହେବେ ତିନି ଠାକୁର । ବାଙ୍କ ଚାହାଣୀରେ ଭକ୍ତଙ୍କୁ ଦେଖିବ କାଳିଆ । ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମହାମିଳନ ।

CHARIOT FESTIVAL
CHARIOT FESTIVAL (ETV BHARAT ODISHA)

10:20 AM, 7 Jul 2024 (IST)

ମହାବାହୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ: ବର୍ଷକ ଥରେ ନବଦିନାତ୍ମକ ଯାତ୍ରା କରିବେ ଦାରୁଦିଆ । କାଳିଆ ବସିବ ନନ୍ଦିଘୋଷରେ । ବଳିଆ ବସିବ ତାଳଧ୍ବଜରେ ଓ ସୁଭଦ୍ରା ବସିବେ ଦର୍ପଦଳନ ରଥରେ । ରଥାରୁଢ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିବେ ତିନି ଠାକୁର । ପାବନ ପୁରୁଷୋତ୍ତମ କ୍ଷେତ୍ରରେ ଗଡିବ ରଥ । ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ନେବେ ଭକ୍ତ । ଘଣ୍ଟଘଣ୍ଟା ଶଙ୍ଖନାଦରେ ଝୁଲି ଝୁଲି ଆସି ରଥରେ ବସିବେ ଶ୍ରୀଜିଉ । ଅପେକ୍ଷା ସେହି ଦିବ୍ୟ ମୁହୁର୍ତ୍ତକୁ । ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । କାଳିଆକି ଚର୍ମଚକ୍ଷୁରେ ଦେଖି କୃତ୍ୟକୃତ୍ୟ ହେବେ ଭକ୍ତ ଗଣ ।

CHARIOT FESTIVAL
CHARIOT FESTIVAL (@SJTA_Puri)

9:59 AM, 7 Jul 2024 (IST)

ରଙ୍ଗବେରଙ୍ଗ ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର

ପୁରୀ: ରଥଯାତ୍ରାରେ ଚଳଚଞ୍ଚଳ ବଡଦାଣ୍ଡ । ରଙ୍ଗବେରଙ୍ଗ ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର । ଗେଣ୍ଡୁ, ଫୁଲ, ଗୋଲାପ ଫୁଲରେ ମନ୍ଦିରକୁ ସାଜସଜ୍ଜା କରାଯାଇଛି । ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । ବର୍ଷକୁ ଥରେ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଆସୁଛନ୍ତି ମଣିମା । ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉନାହିଁ ବରଂ ଭଗବାନ ନିଜର ଅସଂଖ୍ୟ ଭକ୍ତଙ୍କୁ ଦର୍ଶନ ଦେବାପାଇଁ, ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ଭାଇ ଭଉଣୀଙ୍କୁ ସାଥିରେ ଧରି ବଡଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ଜଗତର ନାଥ । ପ୍ରଭୁଙ୍କର ଦର୍ଶନ ପାଇବାକୁ ବ୍ୟାକୁଳ ଭକ୍ତ ହେଲେ ମନମୋଟିଆ ମହାବାହୁ ମନ ହେଲେ ଝୁଲି ଝୁଲି ଆସିବ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କର ଟିକିଏ ଦର୍ଶନ ମିଳିଗଲେ ଧନ୍ୟ ହୋଇଯିବ ଚର୍ମଚକ୍ଷୁ, ପ୍ରାଣ ପାଇଯିବ ଶରୀର, ମୋକ୍ଷ ପାଇଯିବ ମନ । ଭାବଭକ୍ତିରେ ଏକାକାର ହୋଇଯିବେ ଭକ୍ତ ଓ ଭଗବାନ ।

CHARIOT FESTIVAL
CHARIOT FESTIVAL (ETV BHARAT ODISHA)

9:32 AM, 7 Jul 2024 (IST)

ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ

ପୁରୀ: ରଥଯାତ୍ରା ପାଇଁ ଦୋଶର କୋଣ ଅନୁକୋଣରୁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ସକାଳୁ ସକାଳୁ ଶ୍ରୀମନ୍ଦିର ଆଗରେ ଲାଗିଛି ଭକ୍ତଙ୍କ ଗହଳି । ହାଜାର ହଜାର ଭକ୍ତ ମନ୍ଦିର ଆଗରେ ଭିଡ ଜମାଇଛନ୍ତି । ଦିନ ଯେତେ ଗଡିବ ଭକ୍ତଙ୍କ ଗହଳି ସେତେ ବଢିବ । କାଳିଆକୁ ଦେଖିବାକୁ ଆତୁର ଭକ୍ତର ମନ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବଡଦାଣ୍ଡରେ ପାଣି ସ୍ପ୍ରେ କରାଯାଉଛି । ଭଜନକୀର୍ତ୍ତନରେ କମ୍ପୁଛି ବଡଦାଣ୍ଡ । ବର୍ଷକୁ ଥରେ ଏହି ଦିନକୁ ଅପେକ୍ଷା କରିଥାନ୍ତି ଭକ୍ତ ଓ ଭଗବାନ । ରତ୍ନବେଦୀ ଛାଡି ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୁର୍ତ୍ତି ।

CHARIOT FESTIVAL
CHARIOT FESTIVAL (ETV BHARAT ODISHA)

9:32 AM, 7 Jul 2024 (IST)

ଟ୍ରାଫିକକୁ ନିୟନ୍ତ୍ରଣ ପାଇଁ ଏଆଇ ଟେକ୍ନୋଲୋଜି ଡ୍ରୋନ

ପୁରୀ: ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶୃଙ୍ଖଳିତ ଟ୍ରାଫିକ କିଭଳି କାର୍ଯ୍ୟକାରୀ ହୋଇପାରିବ ସେନେଇ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଜାତୀୟ ରାଜପଥ ଏବଂ ପୁରୀର ସମସ୍ତ ପ୍ରବେଶ ପଥ ଗୁଡ଼ିକରେ ପାଖାପାଖି ୪୦ ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ଏହାଦ୍ବାରା ଟ୍ରାଫିକକୁ ନିୟନ୍ତ୍ରଣ କରାଯାଇପାରିବ । ପ୍ରଥମ ଥର ପାଇଁ ଏଆଇ ଟେକ୍ନୋଲୋଜିର ଡ୍ରୋନ ବ୍ୟବହାର କରାଯିବ । ଲୋକଙ୍କୁ ସୂଚନା ଦେବା ପାଇଁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲ୍ ଗେଟ୍, ମାଳତିପାଟପୁର ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡିକରେ ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି । ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ପୁରୀକୁ ଆସୁଥିବା ଭକ୍ତମାନେ କେଉଁ ସ୍ଥାନରେ ପାର୍କିଂ କରିବେ, ଟ୍ରାଫିକର ସ୍ଥିତି କ'ଣ ରହିଛି, କେଉଁ ରାସ୍ତା ଦେଇ ଯିବେ ସେନେଇ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ । ସେହିପରି ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟକାରୀ କରାଯିବ ।

CHARIOT FESTIVAL
CHARIOT FESTIVAL (@SJTA_Puri)

8:59 AM, 7 Jul 2024 (IST)

ରଥଯାତ୍ରାର ବିଭିନ୍ନ ନାମ

ପୁରୀ: ଏହି ଯାତ୍ରା ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ 60ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଘଣ୍ଟଘଣ୍ଟା ଶଙ୍ଗନାଦ, ଭଜକ କିର୍ତ୍ତନ କାହାଳିରେ ଝୁଲିଝୁଲି ଆସି ରଥାରୁଢ ହେବେ ତିନି ଠାକୁର । ବାଙ୍କ ଚାହାଣୀରେ ଭକ୍ତଙ୍କୁ ଦେଖିବ କାଳିଆ । ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମହାମିଳନ । ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟା ତିଥିରେ ପଡେ ମହାପ୍ରଭୁଙ୍କ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ।

CHARIOT FESTIVAL
CHARIOT FESTIVAL (ETV BHARAT ODISHA)

8:08 AM, 7 Jul 2024 (IST)

ସେନାପଟାଲାଗି ନୀତି ଆରମ୍ଭ

ପୁରୀ: ଘୋଷଯାତ୍ରା ପାଇଁ ରାତି 2ଟାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ପ୍ରଥମେ ମଙ୍ଗଳ ଆଳତି ପରେ, ମଇଲମ, ଅବକାଶ, ଦଶଅବତାର ଠାକୁର ବାହୁଡା଼ ବିଜେ,ତାଟି ଫିଟିବା, ଧୂଆଧୂଇ ହୋଇ ଚୂନ ପଡିବା, ଦଇତାପତି ସର୍ବାଙ୍ଗ, ବନ୍ଦାପନା, ନେତ୍ରୋତ୍ସବ ବନ୍ଦାପନା, ରୋଷହୋମ ନୀତି ଶେଷ ହୋଇଛି । ସନ୍ଧ୍ୟା 7ଟା 30ରୁ 12ଟା 30 ପର୍ଯ୍ୟନ୍ତ ସେନାପଟାଲାଗି ନୀତି ହେବ । ଦିନ 11ଟାରେ ରଥ ପ୍ରତିଷ୍ଠା ପରେ ଦିନ 1ଟା 10ରେ ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ହେବା ପରେ ମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବିଜେ ଓ ଛେରାପହଁରା ହେବ । ସନ୍ଧ୍ୟା 5ଟାରେ ରଥଟଣା ହେବ ।

Last Updated : Jul 7, 2024, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.