ETV Bharat / state

ସୁସ୍ଥ ହୋଇସାରିଲେଣି ଚତୁର୍ଦ୍ଧାମୂର୍ତ୍ତି, ରାଜ ପ୍ରସାଦ ବିଜେ ନୀତି ନେଇ ଗଜପତିଙ୍କୁ କରାଗଲା ଅବଗତ - Raj Prasad Bije Rituals

author img

By ETV Bharat Odisha Team

Published : Jul 3, 2024, 1:21 PM IST

Updated : Jul 3, 2024, 4:52 PM IST

puri Lord jagannath Rath yatra 2024: ରଥଯାତ୍ରାକୁ ଆଉ ତିନିଦିନ । ଗତକାଲିଠାରୁ ସୁସ୍ଥ ହୋଇସାରିଲେଣି ମହାପ୍ରଭୁ । ଆଜି ମହାପ୍ରଭୁଙ୍କ ରାଜ ପ୍ରସାଦ ବିଜେ ନୀତି । ସୁସ୍ଥ ହୋଇସାରିଲେଣି ଶ୍ରୀଜିଉ । ଅଧିକ ପଢନ୍ତୁ

ଆଜି ମହାପ୍ରଭୁଙ୍କ ରାଜ ପ୍ରସାଦ ବିଜେ ନୀତି
ଆଜି ମହାପ୍ରଭୁଙ୍କ ରାଜ ପ୍ରସାଦ ବିଜେ ନୀତି (ETV Bharat Odisha)

ପୁରୀ: ଅଣସରର ଆଜି ଦ୍ୱାଦଶୀ ତିଥି । ଆଜି ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ଶ୍ରୀମନ୍ଦିରରେ ସକାଳଧୂପ ନୀତି ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି (ମଙ୍ଗଳବାର) ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ମଧ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା ।

ସୁସ୍ଥ ହୋଇସାରିଲେଣି ଚତୁର୍ଦ୍ଧାମୂର୍ତ୍ତି, ରାଜ ପ୍ରସାଦ ବିଜେ ନୀତି ନେଇ ଗଜପତିଙ୍କୁ କରାଗଲା ଅବଗତ (ETV Bharat Odisha)

ପରମ୍ପରା ଅନୁସାରେ, ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ପାଇଁ ଦଇତାପତି ଓ ବିଦ୍ୟାପତି ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ । ସେପଟେ ଆଉ ମାତ୍ର ତିନିଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଥିବାରୁ ତିନିରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ ରାଷ୍ଟ୍ରପତି ମଧ୍ୟ ଏହି ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ୍ ହେବାକୁ ଯାଉଛନ୍ତି । ତେଣୁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଉଛି ।

ଆସନ୍ତା ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଚଳିତବର୍ଷ ଗୁଣ୍ଡିଚା ଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ପଡୁଛି । ଏଣୁ ନୀତି ଅଧିକ ଥିବାରୁ ଚଳିତ ନବଯୌବନ ଦର୍ଶନକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଛି । ଚଳିତ ରଥଯାତ୍ରା ଦୁଇ ଦିନ ଅନୁଷ୍ଠିତ ହେବ । 7ତାରିଖ ଅପରାହ୍ନ 5ଟାରେ ରଥ ଟାଣିବେ ଭକ୍ତ । ପରଦିନ ଅର୍ଥାତ 8 ତାରିଖରେ ମଧ୍ୟ ପୁଣି ଭକ୍ତ ରଥ ଟାଣିବେ । ଦୁଇଦିନ ରଥ ଯାତ୍ରା ଅନୁଷ୍ଠିତ ହେବ ।

ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ‌ ନେଇ ପୁରୀ ଟାଉନ ହଲ ସମ୍ମିଳନୀ କକ୍ଷରେ ଗତକାଲି (ମଙ୍ଗଳବାର) ଅନୁଷ୍ଠିତ ତୃତୀୟ ସମନ୍ବୟ ବା ଶେଷ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଥଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ସମୀକ୍ଷା ବୈଠକରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ପୁରୀ ଜିଲ୍ଲାର‌ ସମସ୍ତ ବିଧାୟକ, ବିଭିନ୍ନ ବିଭାଗର ସଚିବ, ପୋଲିସ ଡିଜି, ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିଙ୍କ ସହ ବୁଦ୍ଧିଜୀବୀ ମାନେ ସାମିଲ୍ ହୋଇଥିଲେ। ଚଳିତ ବର୍ଷ ରଥଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଗୋଟିଏ ଦିନରେ ପଡୁଥିବାରୁ ଏହା ଏକ ବିରଳ ରଥଯାତ୍ରା ହେବାକୁ ଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ :- 8ରେ ଖୋଲିବନି ରତ୍ନଭଣ୍ଡାର ! ଚର୍ଚ୍ଚାକୁ ଗୁଜବ କହିଲେ ଆଇନମନ୍ତ୍ରୀ - PURI RATNA BHANDAR ISSUE

ଚଳିତ ବର୍ଷ ଦୁଇଦିନ ଧରି ରଥଟଣା ହେବ। ଗତ ୧୯୭୧ ମସିହାରେ ମଧ୍ୟ ଏଭଳି ସଂଯୋଗ ପଡିଥିଲା। ଏଣୁ ଚଳିତ ବର୍ଷ ଏହି ବିରଳ ରଥଯାତ୍ରାକୁ କିଭଳି ସଫଳ ଭାବେ ଆୟୋଜନ କରାଯାଇପାରିବ ସେନେଇ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୋହନ ସରକାର। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ରଥଯାତ୍ରାରେ ସାମିଲ୍ ହେବାକୁ ଯାଉଥିବାରୁ ଏହା ଏକ ଐତିହାସିକ ରଥଯାତ୍ରା ହେବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ଦୁଇଦିନ ରଥଟଣା ହେବାକୁ ଥିବାରୁ ଜୁଲାଇ ୭ ଓ ୮ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ପୁରୀ

Last Updated : Jul 3, 2024, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.