ETV Bharat / state

ସୁନ୍ଦରଗଡ଼ ଓ ଝାରସୁଗୁଡାରୁ ହିଟୱେଭ ମାମଲା ଅଧିକ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ - Heat Wave alert

author img

By ETV Bharat Odisha Team

Published : Jun 3, 2024, 1:49 PM IST

Heat Wave Odisha: ରାଜ୍ୟରେ ସୁନ୍ଦରଗଡ ଓ ଝାରସୁଗୁଡାରୁ ଅଧିକ ହିଟଓ୍ବେଭ ମାମଲା ଆସୁଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Heat Wave alert
Heat Wave alert (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ଅସ୍ୱାଭାବିକ ଓ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ରାଜ୍ୟର ସୁନ୍ଦରଗଡ ଓ ଝାରସୁଗୁଡାରୁ ଏହି ମାମଲା ଅଧିକ ଦେଖାଯାଉଥିବା ନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି । ଆଉମଧ୍ୟ ଏନେଇ ମିଳିତ ତଦନ୍ତ ଜାରି ରହିଛି ଓ ଜିଲ୍ଲାପାଳ ଏବଂ ସିଡିଏମଓମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Heat Wave Odisha (ETV Bharat Odisha)

ପ୍ରେସମିଟ କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ସୁନ୍ଦରଗଡ଼ ଓ ଝାରସୁଗୁଡାରୁ ଅଧିକ ହିଟୱେଭ ମାମଲା ଆସୁଛି । ଚଳିତ ଥର ଗ୍ରୀଷ୍ମ ଋତୁରେ ଗତକାଲି (ରବିବାର) ସୁଦ୍ଧା ୨୬ ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି । ଏଥିରୁ ୨୦ ମାମଲା ରାଉରକେଲାର । ସେମାନଙ୍କ ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଛି । ଆଉ କିଛି ମୃତକଙ୍କ ପୋଷ୍ଟମର୍ଟମ ଚାଲିଛି । ଯୁଗ୍ମ ତଦନ୍ତ ଚାଲିଛି । ବର୍ଷା ପାଇଁ ହିଟୱେଭ ସାମାନ୍ୟ କମିଛି । ତେବେ ଏବେ କିଛି ଅଂଶୁଘାତ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପାଳ ଓ CDMO ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । କାରଣ ଭବିଷ୍ୟତରେ ହିଟୱେଭର ସମ୍ଭାବନା ଅଛି । ଖଣି ଅଂଚଳରୁ ହିଟୱେଭ ମାମଲା ଅଧିକ ଅଛି । ସେଠି ସତର୍କ ରହିବାକୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଅଂଶୁଘାତ ନା ଆଉ କିଛି ! ରାଜ୍ୟରେ ଅସ୍ବାଭାବିକ ଭାବେ ଗଲାଣି 30ରୁ ଊର୍ଦ୍ଧ୍ବ ଜୀବନ - Unnatural Deaths In Odisha

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ବିଶେଷ କରି ରାଉରକେଲାରେ ଏଭଳି ଅସ୍ବାଭାବିକ ମୃତ୍ୟୁ ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ରାଉରକେଲାରେ ରହିଛନ୍ତି । ଏହି ଟିମରେ ଜନସ୍ବାସ୍ଥ୍ୟ ବିଭାଗର ୩ ୱିଙ୍ଗ୍‌ ସଦସ୍ୟ, ସୁନ୍ଦରଗଡ଼ର ୨ ଜଣ ଫରେନସିକ୍‌ ସଦସ୍ୟ ଏବଂ ସମ୍ବଲପୁର କମ୍ୟୁନିଟି ମେଡିସିନ ବିଭାଗର ଜଣେ ସଦସ୍ୟ ରହିଛନ୍ତି । ତେବେ ହାଇଏକ୍ସପୋଜରରେ ବାହାରକୁ ନବାହାରିବା ପାଇଁ ପୂର୍ବରୁ ଜନସାଧାରଣଙ୍କୁ ଅପିଲ କରାଯାଇଛି । ଅତି ଆବଶ୍ୟକ ପଡିଲେ, ସତର୍କତା ଅବଲମ୍ବନ କରି ଘରୁ ବାହାରିବାକୁ କୁହାଯାଇଛି । ହେଲେ ଲୋକ ହିଟଷ୍ଟ୍ରୋକ୍ ଶିକାର ହେବା ମାତ୍ରେ, ତୁରନ୍ତ ହସ୍ପିଟାଲ ଆସିବା ଆବଶ୍ୟକ । ଯଦି ଅଧିକ ରୋଗୀ ଆସିବେ, ବିକଳ୍ପ ବ୍ୟବସ୍ଥା ବି କରାଯିବ । ଏନେଇ ସ୍ବାସ୍ଥ୍ୟ ସଚିବ ମଧ୍ୟ ବିଭିନ୍ନ ହସ୍ପିଟାଲ ସିଡିଏମ୍‌ଓଙ୍କୁ ଚିଠି ଲେଖି ଏହି ବାବଦରେ ସଜାଗ ରହିବା ପାଇଁ ଅବଗତ କରାଇଛନ୍ତି । ଅଂଶୁଘାତଜନିତ ମୃତ୍ୟୁ ହାରକୁ ହ୍ରାସ କରିବା ପାଇଁ ତୁରନ୍ତ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.