ETV Bharat / state

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ଗୋଟିଏ ପରିବାର, ସହାୟତାର ହାତ ବଢାଇଲେ ବିଜେପି ପ୍ରାର୍ଥୀ - Fire breaks out in Boudh

author img

By ETV Bharat Odisha Team

Published : Apr 22, 2024, 7:10 AM IST

Fire breaks out: ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ହଠାତ୍ ନିଆଁ ଲାଗି ଗୋଟିଏ ପରିବାରର ସବୁକିଛି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଅଧିକ ପଢ଼ନ୍ତୁ,

Fire breaks out
Fire breaks out
Fire breaks out

ବୌଦ୍ଧ: ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ହୋଇଗଲା ପରିବାର। ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତର କୁଶାସିଙ୍ଗା ଗ୍ରାମର ଗଗନ କଲତାଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ସୂଚନା ମୁତାବକ, ଅପରାହ୍ନରେ ଖାଇ ସାରି ଘର ଭିତରେ କଲତାଙ୍କ ପରିବାରର ଚାରିଜଣ ସଦସ୍ୟ ଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ସେଠାରେ ଗାଁ ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡର ଭୟାବହ ଏତେ ଥିଲା ଯେ ଘରର କୌଣସି ସାମଗ୍ରୀ କଢ଼ା ଯାଇପାରି ନଥିଲା । ଫଳରେ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଅଗ୍ନିକାଣ୍ଡରେ କାରଣ ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପଟେ ବିଜେପି ବିଧାୟକ ପ୍ରାର୍ଥୀ ତାଙ୍କୁ ସହାୟତାର ହାତ ବଢ଼ାଇଥିବା ସୂଚନା ମିଳିଛି।

ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟ କ୍ଷତି ହେଉଛି । ଆଉ ଏଭଳି ସମୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନାଗ୍ନି ଯୋଗୁଁ ବନ୍ୟଜନ୍ତୁ ବିପଦରେ ପଡ଼ିଛନ୍ତି । ଆଜି ଏଭଳି ଏକ ଅଗ୍ନିକାଣ୍ଡରେ ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇ ଯାଇଥିବା ସୂଚନା ମିଳିଛି । ଗଗନ କଲତା, ତାଙ୍କ ସ୍ତ୍ରୀ, ତାଙ୍କ ଝିଅ ଏବଂ ତାଙ୍କ ଜ୍ବାଇଁ ଖରେ ଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେବେ ପରିବାରର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘରର ଆସବାପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏପରିକି ଡାଲି, ଚାଉଳ ଠାରୁ ନେଇ ଟଙ୍କା ସୁନା ସବୁକିଛି ଜଳି ପୋଡି ପାଉଁଶ ହୋଇଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ତଥା ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଅସହାୟ ପରିବାର ନିକଟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସମବେଦନା ଜଣାଇବା ସହିତ ସର୍ବସ୍ବାନ୍ତ ହୋଇ ଯାଇଥିବା ଏହି ଅସହାୟ ପରିବାରକୁ ବିଜେପି ବିଧାୟକ ପ୍ରାର୍ଥୀ ସହାୟତାର ହାତ ବଢ଼ାଇଥିଲେ ।

ଏହା ମଧ୍ୟ ପଡ଼ନ୍ତୁ... ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଚିହ୍ନଟ ହେଲାଣି ୧୩ ଫାୟାର ପଏଣ୍ଟ - Shimilipal Sanctuary

ସେପଟେ ବୌଦ୍ଧ ଜିଲ୍ଲାର କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ବନ୍ୟ ପ୍ରାଣୀମାନେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରି ନଥିବା ବେଳେ ଶିକାରୀ ଓ ଦୁର୍ବୃତ୍ତଙ୍କ ଦ୍ଵାରା ଏଭଳି କାର୍ଯ୍ୟ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏବେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ କଲବଲ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ପାର ହୋଇ ଦେଶର ଅନ୍ୟତମ ଉତ୍ତପ୍ତ ଅଞ୍ଚଳ ପାଲଟିଛି । ଯାହାଫଳରେ ବିଶ୍ବପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ସ୍ଥିତି ସୃଷ୍ଟି ହୋଇଛି । ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ତେବେ ଶିମିଳିପାଳ ଅଭୟାରଣ୍ୟର ୧୩ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ କରିଛି ବନବିଭାଗ । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.