ETV Bharat / state

ଜେଲରେ ଫିଲ୍ମ ଦେଖିବେ କଏଦୀ, ଝାରପଡ଼ା ଜେଲରେ ଖୋଲିଲା ହଲ - MOVIES IN JHARPADA JAIL

ଫିଲ୍ମ ଦେଖିଲେ ହ୍ରାସ ହେବ ମାନସିକ ଚାପ । ଆଚରଣରେ ଆସିବ ସୁଧାର । କାଲି ଚାଲିଲା ସ୍ପେଶାଲ ସ୍କ୍ରିନିଂ । ମହିଳା କଏଦୀଙ୍କ ପାଇଁ ରବିବାର ।

ଜେଲ ଫିଲ୍ମ ଦେଖିବେ କଏଦୀ, ଝାରପଡ଼ା ଜେଲରେ ଖୋଲିଲା ନୁଆ ଫିଲ୍ମ ହଲ
ଜେଲ ଫିଲ୍ମ ଦେଖିବେ କଏଦୀ, ଝାରପଡ଼ା ଜେଲରେ ଖୋଲିଲା ନୁଆ ଫିଲ୍ମ ହଲ (ETV Bharat Odisha)
author img

By ETV Bharat Odisha Team

Published : Dec 11, 2024, 9:17 AM IST

ଭୁବନେଶ୍ବର: ଏଣିକି ଜେଲ ଭିତରେ କଏଦୀ ଦେଖିପାରିବେ ସିନେମା । ମନୋରଞ୍ଜନ ପାଇଁ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଖୋଲିଲା ନୁତନ ସିନେମା ହଲ । ଅନ୍ତର୍ଜାତୀୟ ମାନବାଧିକାର ଦିବସ ତଥା ରାଜ୍ୟ କଏଦୀ କାରାଗାର ପ୍ରତିଷ୍ଠା ଦିବସ ଅବସରରେ ଏହି ନୁତନ ସିନେମା ହଲର ଉଦଘାଟନ କରାଯାଇଛି ।ଯେଉଁଠି ଅନଲାଇନରେ ବିଗ-ସ୍କ୍ରିନରେ ସିନେମା ଦେଖିବା ପାଇଁ ସମସ୍ତ ସୁବିଧା ସୁଯୋଗ ମିଳିପାରିବ ।

  • ମାନସିକ ଚାପ ହ୍ରାସ ପାଇଁ ପ୍ରୟାସ

ଝାରପଡ଼ା ଜେଲ ସୁପରିଟେଣ୍ଡଣ୍ଟ ଏମ.ଆର ପ୍ରତିହାରୀ କହିଛନ୍ତି,‘‘ବିଗୁଡୁଥିବା କଏଦୀଙ୍କ ମାନସିକ ଚାପ ଓ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ମନୋରଞ୍ଜନର ସୁଯୋଗ ମିଳିଲେ ସେମାନଙ୍କର ମାନସିକ ସ୍ଥିତିରେ ସୁଧାର ଆସିବ । ସେମାନେ ନିଜକୁ ସଂସ୍କାରମୂଳକ ସ୍ଥିତିରେ କିପରି ପରିବର୍ତ୍ତନ କରିବେ, ସେନେଇ ଏଭଳି ଏକ ପଦକ୍ଷେପ ଜେଲ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଆଯାଇଛି । ଏନେଇ 100 କ୍ଷମତା ଥିବା କଏଦୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ସିନେମାର ହଲରେ ପ୍ରଥମ ଫିଲ୍ମ 12 ଟାରୁ 3ଟା ପର୍ଯ୍ୟନ୍ତ ସ୍କ୍ରିନଂ କରାଯାଇଛି । ଏନେଇ ପ୍ରତ୍ୟେକ ଦିନ ଏଭଳି ସିନେମା ପରିବେଷଣର ସୁବିଧା ହେବ । କେବଳ ରବିବାର ଦିନ ମହିଳା କଏଦୀଙ୍କ ପାଇଁ ସିନେମା ପରିବେଷଣ ପାଇଁ ସମୟ ସ୍ଥିରୀକୃତ କରାଯାଇଛି ।’’

ଜେଲରେ ଫିଲ୍ମ ଦେଖିବେ କଏଦୀ, ଝାରପଡ଼ା ଜେଲରେ ଖୋଲିଲା ହଲ
ଜେଲରେ ଫିଲ୍ମ ଦେଖିବେ କଏଦୀ, ଝାରପଡ଼ା ଜେଲରେ ଖୋଲିଲା ହଲ (ETV Bharat Odisha)
  • ଜେଲ ବିଭାଗରେ 30 ପ୍ରତିଶତ ପଦବୀ ଖାଲି

ରାଜ୍ୟରେ ମୋଟ 87ଟି ଜେଲରେ ଏବେ 30 ପ୍ରତିଶତ କର୍ମଚାରୀ ପଦବି ଖାଲି ପଡ଼ିଛି । ବିଭିନ୍ନ ଜେଲ ଓ ସବ-ଜେଲରେ କର୍ମଚାରୀ ଅଭାବରୁ କିଛି ଜେଲକୁ ସମିଶ୍ରଣ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ । ଏହି ଅନୁପାତରେ ଦେଖିଲେ, 1856 ଓ୍ବାର୍ଡର କ୍ଷମତାରୁ 466 ଟି ପଦବୀ ଖାଲି ପଡ଼ିଛି । ସେହିପରି 266 ଟି ଚିପ ଓ୍ବାର୍ଡର ମଧ୍ୟରୁ 166ଟି ପଦବି ଖାଲି ପଡ଼ିଛି । ଖାଲି ସେତିକି ନୁହେଁ, ଅଧିକାଂଶ ଜିଲ୍ଲା ଜେଲ ଓ ସର୍କଲ ଜେଲ ବିଶେଷ କରି ଜେଲ ସୁପରିଟେଣ୍ଡଣ୍ଟଙ୍କ ତତ୍ତ୍ବାବଧାନରେ ଚାଲିଥାଏ ସେମାନଙ୍କ ସଂଖ୍ୟା ମଧ୍ୟ 27 ଥିବା ବେଳେ ଏବେ 16 ଟି ପଦବୀ ଖାଲି ପଡ଼ିଛି । ଅର୍ଥାତ୍ ମାତ୍ର 11 ଜଣ ଜେଲ ସୁପରିଟେଣ୍ଡଣ୍ଟ ଏବେ କାର୍ଯ୍ୟରତ ରହିଛନ୍ତି ।

ଜେଲ ଫିଲ୍ମ ଦେଖିବେ କଏଦୀ, ଝାରପଡ଼ା ଜେଲରେ ଖୋଲିଲା ନୁଆ ଫିଲ୍ମ ହଲ
ଜେଲ ଫିଲ୍ମ ଦେଖିବେ କଏଦୀ, ଝାରପଡ଼ା ଜେଲରେ ଖୋଲିଲା ନୁଆ ଫିଲ୍ମ ହଲ (ETV Bharat Odisha)
  • କଏଦୀ ସଂଖ୍ୟା କମ ଥିବା ଜେଲର ମିଶ୍ରଣ କରିବାକୁ ଯୋଜନା

ସେହିପରି ଯଦି ଦେଖିବେ 25 ଗୋଟି ଜେଲରେ କଏଦୀ ସଖ୍ୟା ମାତ୍ର 20ରୁ 25 ରହିଛି । ସେହି ସବୁ ଜେଲକୁ ଅନ୍ୟ ଜେଲ ସହିତ ମିଶ୍ରଣ କରିବାପାଇଁ ଜେଲ ବିଭାଗ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛି ।ତା’ମଧ୍ୟରେ ଅଧିକାଂଶ ଜେଲରେ ମାତ୍ର 7ଜଣ ଲେଖାଏଁ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଯାହକି ତିନି ସିଫ୍ଟରେ ଜେଲ ପରିଚାଳନା କରିବା ଅସମ୍ଭବ ହୋଇପଡୁଛି । ଏନେଇ‌ ସେହି ସବୁ ଜେଲକୁ ନିକଟସ୍ଥ ଜେଲ ସହିତ ମିଶ୍ରଣ କରିବା ପାଇଁଁ ଯୋଜନା ଚାଲିଛି । ତା’ମଧ୍ୟରୁ ନରସିଂହପୁର ଜେଲରେ 23 ଜଣ କଏଦୀ, ନୀଳଗିରିରେ 24 ଜଣ, ରଣପୁର 22 ଜଣ, ପାଲଲହଡ଼ାରେ 12 ଜଣ, ହିନ୍ଦୋଳରେ 11 ଜଣ ଲେଖାଏଁ କଏଦୀ କ୍ଷମତା ରହିଛି । ତେଣୁ ସେସବୁ ଜେଲ ଚଳାଇବା କଷ୍ଟକର ବ୍ୟାପାର ହୋଇପଡିଛି ।

ବିଶେଷ କରି କାରଗାରରେ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ମଧ୍ୟ କେତେକ ଜେଲରେ ହସ୍ପିଟାଲ ବା ଡାକ୍ତର ସୁବିଧା ରହିଛି । ଏଥିସହ ଅତ୍ୟାଧୁନିକ ମେସିନ୍‌ ମଧ୍ୟ ବ୍ୟବସ୍ଥା ରହିଛି । ତୁରନ୍ତ ଚିକିତ୍ସା ପାଇଁ 45ଟି ଆମ୍ବୁଲାନସର ଆବଶ୍ୟକତା ରହିଛି । ଏନେଇ 15ଟି ଆମ୍ବୁଲାନ୍ସ ରହିଥିଲା।ଆହୁରି 10ଟି ଆମ୍ବୁଲାନ୍ସ ଅଣାଯାଇଛି।ବର୍ତମାନ 25ଟି ଆମ୍ବୁଲାନ୍ସ କ୍ଷମତା ଥିବା ବେଳେ‌ଆଗକୁ ଆହୁରି 20ଟି ଆମ୍ବୁଲାନ୍ସ ଆଣିବା ପାଇଁ ମଧ୍ୟ ଯୋଜନା ଚାଲିଥିବା ଜେଲ ଡିଜି ଅରୁଣ ରାୟ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.