ETV Bharat / state

ଦଶମ ପରୀକ୍ଷା ଫଳ, ୩୦୪ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୯୯.୯୪% ପାସ - BSE 10th Exam Result - BSE 10TH EXAM RESULT

Sikhya Vikas Samiti Press Meet: ରାଜ୍ୟର ୩୦୪ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୯୯.୯୪ ପ୍ରତିଶତ ପାସହାର ଥିବା ସୂଚନା ଦେଇଛନ୍ତି ଶିକ୍ଷା ବିକାଶ ସମିତି ଅଧକ୍ଷ ଏବଂ ସମ୍ପାଦକ । ଅଧିକ ପଢ଼ନ୍ତୁ,

Sikhya Vikas Samiti Press Meet
Sikhya Vikas Samiti Press Meet (ETV Bharat Odisha)
author img

By ETV Bharat Odisha Team

Published : May 27, 2024, 8:58 PM IST

ଭୁବନେଶ୍ବର: ରାଜ୍ୟର ୩୦୪ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୯୯.୯୪ ପ୍ରତିଶତ ପାସ । ଗତକାଲି ୨୦୨୪ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉକ୍ତ ପରୀକ୍ଷାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଦ୍ଵାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି । ୫୮୨ (୯୭%) ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି ବ୍ରହ୍ମପୁରର ନୀଳକଣ୍ଠ ନଗରର ଆୟୂଷ ଆଶୁତୋଷ ବେହେରା। ଯାହାର ସୂଚନା ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଶିକ୍ଷା ବିକାଶ ସମିତି ଅଧକ୍ଷ ଏବଂ ସମ୍ପାଦକ ଦେଇଛନ୍ତି।

Sikhya Vikas Samiti Press Meet (ETV Bharat Odisha)

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମେଧାବୀଙ୍କ ସଂଖ୍ୟା କମିଥିବା ସଭାରେ ଶିକ୍ଷା ବିକାଶ ସମିତି ପକ୍ଷରୁ ପ୍ରକାଶ କରାଯାଇଛି । ଗତବର୍ଷ ପାଖାପାଖି A1 ୧୫୦୦ରୁ ଅଧିକ ଗ୍ରେଡ ପାଇଥିବା ବେଳେ ଚଳିତ ବର୍ଷ A1 ମାତ୍ର ୫୪୪ ଜଣ ମେଧାବୀ ପାଇଛନ୍ତି । ରାଜ୍ୟରେ ମୋଟ ୩୦୪ଟି ଶିଶୁ ବିଦ୍ୟା ମନ୍ଦିରରୁ ମୋଟ ୧୫ ହଜାର ୬୨୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୧୫ ହଜାର ୬୧୬ ଜଣ (୯୯.୯୪%) ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଶିକ୍ଷାବର୍ଷ ୨୦୨୪ରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ପରୀକ୍ଷାରେ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରମାନେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି । ମୋଟ ୧ ହଜାର ୭୧୬ ଜଣ ପରୀକ୍ଷା ଦେଇଥିବା ବେଳେ ୧ ହଜାର ୭୦୮ ଜଣ (୯୯.୫୩%) ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ... ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର - BSC Odisha Class 10th Result

ସମଗ୍ର ରାଜ୍ୟର ସରସ୍ଵତୀ ବିଦ୍ୟା ମନ୍ଦିରର ଉତ୍ତୀର୍ଣ୍ଣ ଫଳାଫଳ ରହିଥିବା ସଭାରେ ଶିକ୍ଷା ବିକାଶ ସମିତି ପକ୍ଷରୁ ପ୍ରକାଶ କରାଯାଇଛି । ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧ ହଜାର ୭୮, ଦ୍ଵିତୀୟ ଶ୍ରେଣୀରେ ୨୨୦ ଏବଂ ତୃତୀୟ ଶ୍ରେଣୀରେ ୬୦ ଜଣ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ସେହିପରି ଭାବରେ ଯୁକ୍ତ ଦୁଇ ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୩୨ ଜଣ ଛାତ୍ର ଛାତ୍ରୀ, ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୭ ଜଣ । ସେହିପରି ଭାବରେ କଳା ବିଷୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୨୯ ଜଣ, ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୩୧ ଜଣ ଏବଂ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୫୧ ଜଣ ଛାତ୍ରଛାତ୍ରୀ । ତେବେ ବିଜ୍ଞାନରେ ପାସ ହାର ୯୯.୯୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୧୦୦ ପ୍ରତିଶତ ଏବଂ କଳାରେ ୯୬.୭୯ ପ୍ରତିଶତ ରେଜଲ୍ଟ ହୋଇଥିବା ଓଡ଼ିଶା ଶିକ୍ଷା ବିକାଶ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.