ETV Bharat / state

ବେକାରୀ ସମସ୍ୟା ନେଇ ବର୍ଷିଲା କଂଗ୍ରେସ, 'ଯୁବ ନ୍ୟାୟ' କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଲକ୍ଷ୍ୟ

author img

By ETV Bharat Odisha Team

Published : Mar 10, 2024, 10:08 PM IST

Congress Press Meet Over unemployment: ଆଜି କଂଗ୍ରେସ ଭବନରେ 'ଯୁବ ନ୍ୟାୟ' କାର୍ଯ୍ୟକ୍ରମର ପୋଷ୍ଟର ଉଦଘାଟନ କରାଯାଇଛି । ବେକାରୀ ଯୁବକ ଯୁବତୀଙ୍କ ସମସ୍ୟାକୁ ନେଇ ବର୍ଷିଛି ଦଳ । ଅଧିକ ପଢନ୍ତୁ

Congress Press Meet
Congress Press Meet
Congress Press Meet

ଭୁବନେଶ୍ବର: ବେକାରୀ ଯୁବକ ଯୁବତୀଙ୍କ ସମସ୍ୟାକୁ ନେଇ ବର୍ଷିଲା କଂଗ୍ରେସ । ପ୍ରେସମିଟ୍ ମାଧ୍ୟମରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ଦଳ । ଆଜି କଂଗ୍ରେସ ଭବନରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର 'ଯୁବ ନ୍ୟାୟ' କାର୍ଯ୍ୟକ୍ରମର ପୋଷ୍ଟର ଉଦଘାଟନ କରାଯାଇଛି । ଏନେଇ ଯୁବ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସୁଦୀପ ସାମଲ କହିଛନ୍ତି, "ଯୁବକମାନଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ ଗାନ୍ଧୀ । ଏହି ବାର୍ତ୍ତା ଘରେ ଘରେ ପହଞ୍ଚାଇବ ଯୁବ କଂଗ୍ରେସ । ଯୁବକ ଯୁବତୀମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ଉଭୟ ମୋଦି ଓ ନବୀନ ସରକାର ଭୋଟ ଲୁଟିନେଲେ । ନବୀନଙ୍କର ବର୍ଷକୁ ୨ ଲକ୍ଷ ଏବଂ ମୋଦିଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । କେନ୍ଦ୍ରରେ ଖାଲି ପଡ଼ିଥିବା ୧୦ଲକ୍ଷ ପଦବୀ ଏବଂ ଓଡ଼ିଶାରେ ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରିଲାନାହିଁ ।"

"ରାହୁଲ ଗାନ୍ଧୀଙ୍କର 'ଯୁବ ନ୍ୟାୟ' କାର୍ଯ୍ୟକ୍ରମ ଅଗଣିତ ବେକାର ଯୁବକ ଯୁବତୀଙ୍କ ମନରେ ଆଶା ସଞ୍ଚାର କରିଛି । କେନ୍ଦ୍ର ସରକାରରେ ୩୦ଲକ୍ଷ ପଦବୀ ସୃଷ୍ଟି ପାଇଁ ଏହି ଯୋଜନାରେ ଭରସା ପ୍ରଦାନ କରାଯାଇଛି । ଖାଲି ପଡ଼ିଥିବା ୧୦ଲକ୍ଷ କେନ୍ଦ୍ର ସରକାରଙ୍କ ପଦବୀ ତୁରନ୍ତ ପୂରଣ ହେବ । ପ୍ରତ୍ୟେକ ଶିକ୍ଷା ନବୀସ ଘରୋଇ ବା ସରକାରୀ ଉଦ୍ୟୋଗରେ ୨୫ ବର୍ଷରୁ କମ ବୟସର ଡିପ୍ଲୋମା ବା ସ୍ନାତକ ଡିଗ୍ରୀଧାରୀଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ବା ମାସକୁ ୮୫୦୦ ଟଙ୍କା ପ୍ରଦାନ କରାଯିବାର ଗ୍ୟାରେଣ୍ଟି ଦିଆଯାଇଛି । କଂଗ୍ରେସ ଦଳ ପ୍ରଥମ କରି ଶିକ୍ଷା ନବୀସଙ୍କର ଅଧିକାରକୁ ଆଇନରେ ପରିଣତ କରିବାକୁ ମାନ୍ୟତା ଦେଉଛି । ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଯୋଗାଇବା ଭରସା ମଧ୍ୟ ହେଉଛି । ୧୯୬୧ ମସିହା ଶିକ୍ଷା ନବୀସ ଆଇନରେ ଏହା ଉଲ୍ଲେଖ ରହିଛି । ଆମେ ୫୦ଲକ୍ଷ ଶିକ୍ଷା ନବୀସଙ୍କ ପାଇଁ ଟାର୍ଗେଟ ନେଇଛୁ । ଏବେ ଜାତୀୟ ଶିକ୍ଷା ନବୀସ ପ୍ରମୋଶନ ସ୍କିମରେ ୮ଲକ୍ଷ ଶିକ୍ଷା ନବୀସ ରହିଛନ୍ତି" ବୋଲି କହିଛି କଂଗ୍ରେସ ।

"ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ପ୍ରଘଟ ରୋକିବାପାଇଁ କଂଗ୍ରେସ ନୂଆ ଆଇନର ପ୍ରତିଶ୍ରୁତି ଦେଉଛି । ଏକ ଜାତୀୟ ଗଣମାଧ୍ୟମ ଗତ ୫ ବର୍ଷରେ ୧୫ଟି ରାଜ୍ୟରେ ନିଯୁକ୍ତି ପାଇଁ ପରୀକ୍ଷା କ୍ଷେତ୍ରରେ ୪୧ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାର ତଥ୍ୟ ଦେଇଛି । ଯାହାକି 1 କୋଟି ୪୦ଲକ୍ଷ ପରୀକ୍ଷାର୍ଥୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି । ଉତ୍ତରପ୍ରଦେଶ ପୋଲିସ କନେଷ୍ଟବଲ ପାଇଁ ୬୦ହଜାର ୨୪୪ ପଦବୀର ପୂରଣ ନିମନ୍ତେ ୪୮ଲକ୍ଷ ଯୁବକ ଯୁବତୀ ଆବେଦନ କରିଥିଲେ । ପ୍ରତ୍ୟେକ ସାଧାରଣ ବର୍ଗର ପିଲା ୪୦୦ ଟଙ୍କା ଲେଖାଏଁ ଦେଇଥିଲେ । ପ୍ରଶ୍ନପତ୍ର ପ୍ରଘଟ ପାଇଁ ପରୀକ୍ଷା ବନ୍ଦ ହୋଇଗଲା ଏବଂ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କର ଆଶା ଧୂଳିସାତ ହୋଇଗଲା । ଦେଶର ବିଭିନ୍ନ ଜିଲ୍ଲାରେ ୪୦ ବର୍ଷରୁ କମ ବେକାର ଯୁବକଯୁବତୀ ମାନେ ବ୍ୟବସାୟର ପ୍ରାରମ୍ଭରେ ଅର୍ଥ ସହାୟତା ଦେବାପାଇଁ କଂଗ୍ରେସ ଗ୍ୟାରେଣ୍ଟି ଦେଉଛି " ବୋଲି କହିଛନ୍ତି ଯୁବ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ।

ଏହା ମଧ୍ୟ ପଢନ୍ତୁ...‘ଦେଶରେ ବେରୋଜଗାରୀ ହାର ଗତ 40 ବର୍ଷରେ ସର୍ବାଧିକ, 73 ପ୍ରତିଶତ ଦେଶବାସୀ ଏବେ ଉପେକ୍ଷିତ’

ସେ ଆହୁରି ମଧ୍ୟ କହିଛନ୍ତି, "ଅସ୍ଥାୟୀ ଶ୍ରମିକ ଏବଂ କର୍ମଜୀବୀମାନଙ୍କର ସାମାଜିକ ସୁରକ୍ଷା ପାଇଁ କଂଗ୍ରେସ ଗ୍ୟାରେଣ୍ଟି ପ୍ରଦାନ କରିବ ଏବଂ ଏଥିପାଇଁ ନିର୍ଦ୍ଦିଷ୍ଟ ଆଇନ ପ୍ରସ୍ତୁତ କରିବ । ୨୦୧୯-୨୨ ମଧ୍ୟରେ ଗିଗ କର୍ମଜୀବୀଙ୍କର ରୋଜଗାର ଚାଲିଗଲା । ସେମାନଙ୍କର ରୋଜଗାର ମୁଖ୍ୟତଃ ଅନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଠାରୁ ବହୁତ କମ । କଂଗ୍ରେସ ୨୦୨୩ ମସିହାରେ 'ରାଜସ୍ଥାନ ପ୍ଲାଟଫର୍ମ' ଗିଗ(GIG) ଶ୍ରମିକ ଆଇନ ପାରିତ କରିଥିଲା । କର୍ଣ୍ଣାଟକରେ କଂଗ୍ରେସ ସରକାର ଜୀବନବୀମା କ୍ଷେତ୍ରରେ ଏବଂ ଦୁର୍ଘଟଣା ବୀମା କ୍ଷେତ୍ରରେ ସେମାନଙ୍କୁ 2 ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିଛି । ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ସରକାର ଏହି କ୍ଷେତ୍ରରେ ଦୁର୍ଘଟଣା ବୀମା ୫ଲକ୍ଷ ଟଙ୍କା ଏବଂ ସ୍ୱାସ୍ଥ୍ୟ ବୀମା ୧୦ଲକ୍ଷ ଟଙ୍କା ରାଜୀବ ଆରୋଗ୍ୟ ରାଶି ଯୋଜନା ମାଧ୍ୟମରେ ଦେଉଛି । ରାହୁଲ ଗାନ୍ଧୀଙ୍କ ପ୍ରତିଶ୍ରୁତିକୁ ସାରା ରାଜ୍ୟରେ ପ୍ରଚାର କରିବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର ସଂକଳ୍ପ ନେଇଛନ୍ତି । ଯୁବ କଂଗ୍ରେସ ଦ୍ୱାରା ନିକଟରେ ଆୟୋଜିତ କାର୍ଯ୍ୟକ୍ରମ 'ନବୀନ ହଟାଅ ଓଡ଼ିଶା ବଞ୍ଚାଅ' କାର୍ଯ୍ୟକ୍ରମ ସମସ୍ତ ସହର ଓ ଗ୍ରାମାଞ୍ଚଳରେ ଆୟୋଜିତ ହେବ ବୋଲି କହିଛି କଂଗ୍ରେସ।"

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.