ETV Bharat / state

ପୁରୀରେ ରଥ ଟାଣିବେ ରାଷ୍ଟ୍ରପତି, 6 ତାରିଖରୁ 4 ଦିନିଆ ଓଡ଼ିଶା ଗସ୍ତ - President odisha visit

author img

By ETV Bharat Odisha Team

Published : Jun 26, 2024, 10:40 AM IST

Updated : Jun 26, 2024, 1:29 PM IST

President 4 days visit to Odisha: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । 6 ତାରିଖରୁ 4 ଦିନିଆ ଓଡିଶା ଗସ୍ତ । 7 ତାରିଖ ସକାଳେ ଯିବେ ପୁରୀ । 9 ତାରିଖ ସନ୍ଧ୍ୟାରେ ଫେରିଯିବେ ଦିଲ୍ଲୀ । ଅଧିକ ପଢନ୍ତୁ

6 ତାରିଖରୁ 4ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
6 ତାରିଖରୁ 4ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି (ETV Bharat Odisha)

ହାଇଦ୍ରାବାଦ: ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ସେ 6 ତାରିଖରୁ 4 ଦିନିଆ ରାଜ୍ୟ ଗସ୍ତରେ ଆସୁଛନ୍ତି । 6 ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ 7 ତାରିଖ ସକାଳେ ପୁରୀ ଗସ୍ତ କରିବେ । ରଥଯାତ୍ରାରେ ଅଂଶଗ୍ରହଣ ସମେତ 6ରୁ 9 ତାରିଖ ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି । 9 ତାରିଖ ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ଓଡ଼ିଶା ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ସୂଚନା ମିଳିନାହିଁ । ମାତ୍ର ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ରାଷ୍ଟ୍ରପତି ରଥଯାତ୍ରାରେ ଅଂଶଗ୍ରହଣ କରିବା ପରେ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏଥିପାଇଁ ଭୁବନେଶ୍ବର ଓ ପୁରୀରେ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବ । ବ୍ଲୁ-ବୁକ୍‌ ପ୍ରୋଟୋକଲ ଆଧାରରେ କମିଶନରେଟ୍‌ ପୋଲିସ ଓ ପୁରୀ ପୋଲିସ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବ । ନୂଆ ସରକାର ଗଠନ ହେବା ପରେ ରାଷ୍ଟ୍ରପତି ପ୍ରଥମ ଥର ରାଜ୍ୟ ଗସ୍ତ କରୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ସାକ୍ଷାତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ:- କେଜ୍ରିଓ୍ବାଲଙ୍କୁ ଗିରଫ କଲା ସିବିଆଇ, ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ - CBI ARRESTS ARVIND KEJRIWAL

7 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଘନ ଘନ ପ୍ରସ୍ତୁତି ବୈଠକ ମଧ୍ୟ ଜାରି ରହିଛି । ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରିଚାଳନା କମିଟିର ସଦସ୍ୟଙ୍କ ସହ ଆଲୋଚନା କରିସାରିଛନ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ପୁରୀ ଗସ୍ତ କରି ମନ୍ଦିର ଓ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା ବୈଠକ କରିସାରିଛନ୍ତି । ଆଜି ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକ ଜାରି ରହିଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଏଥର କିଛି ଭିନ୍ନ ନୀତି ନିର୍ଘଣ୍ଟ କାରଣରୁ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ନୂଆ ସରକାର ପାଇଁ ଆହ୍ବାନ ହେବ । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନକୁ ଅତିରିକ୍ତ ବିଶେଷ ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସରକାରୀ ଭାବେ ରାଷ୍ଟ୍ରପତି ଭବନରୁ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ କମିଶନରେଟ୍‌ ପୋଲିସ୍‌ ଓ ପୁରୀ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା କାମ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 26, 2024, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.