ETV Bharat / state

କେନ୍ଦୁଝରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉତ୍ପାଦିକା ସଂଘ ସହ ଆଲୋଚନା, ଜନଜାତି ସଂସ୍କୃତି କାର୍ଯ୍ୟକ୍ରମରେ ହେବେ ସାମିଲ - Mayurbhanj Rairangpur

President Droupadi Murmu At Her Residence: କେନ୍ଦୁଝରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତା ପୂର୍ବରୁ ରାଇରଙ୍ଗପୁରରେ ନିଜ ବାସଭବନରେ ଜଳଖିଆ କଲେ ଦ୍ରୌପଦୀ ମୁର୍ମୁ । ପ୍ରଜାପତି ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଭଉଣୀମାନଙ୍କ ସହ ମିଶିଲେ। ଅଧିକ ପଢନ୍ତୁ

President Droupadi Murmu
President Droupadi Murmu
author img

By ETV Bharat Odisha Team

Published : Feb 29, 2024, 10:20 AM IST

Updated : Feb 29, 2024, 10:39 AM IST

ନିଜ ବାସଭବନରେ ଜଳଖିଆ କଲେ ରାଷ୍ଟ୍ରପତି, ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଭଉଣୀମାନଙ୍କ ସହ କଥା ହେଲେ

ରାଇରଙ୍ଗପୁର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ । କେନ୍ଦୁଝର ଜିଲ୍ଲା ଗସ୍ତ ପୂର୍ବରୁ ରାଇରଙ୍ଗପୁର ପ୍ରଜାପିତା ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଭଉଣୀମାନଙ୍କୁ ଓ କିଛି ସମ୍ପର୍କୀୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ନିଜ ବାସଭବନରେ ଜଳଖିଆ କରିଛନ୍ତି । ମହାମହିମଙ୍କ ପାଇଁ ସୁସ୍ବାଦୁ ଖାଦ୍ୟ ଆଣିଥିଲେ ପ୍ରଜାପିତା ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଭଉଣୀମାନେ । ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରା ଯାଇଛି। ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି।

ମହାମହିମଙ୍କ କାରକେଡକୁ ତନ୍ନତନ୍ନ କରି ସନ୍ଧାନୀ କୁକୁର ଓ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି । ଆଜି ସକାଳ ସମୟରେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରଭାତି ବୈରିଗଞ୍ଜନ ନାମକ ଜଣେ ଅସହାୟ ମହିଳା ଆସି ରାଷ୍ଟ୍ରପତିଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି । ତାଙ୍କ ପୁଅର ହାତ ନ ଥିବାରୁ ଚାକିରି ନିମନ୍ତେ ରାଷ୍ଟ୍ରପତିଙ୍କ ନିକଟରେ ସୁରକ୍ଷା କର୍ମୀଙ୍କ ଜରିଆରେ ଏକ ଦାବି ପତ୍ର ଦେଇଛନ୍ତି । ବର୍ତ୍ତମାନ ରାଷ୍ଟ୍ରପତି କେନ୍ଦୁଝର ଜିଲ୍ଲାରେ ପହଞ୍ଚିଛନ୍ତି । ସେଠାରେ ଗୋନାସିକା ଗ୍ରାମକୁ ଯାତ୍ରା କରି ଉତ୍ପାଦିକା ସଂଘ ସହ ଆଲୋଚନା କରିବାର କାର୍ଯ୍ଯକ୍ରମ ରହିଛି। ପରେ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ଧରଣୀଧର ବିଶ୍ବବିଦ୍ୟାଳୟରରେ କେନ୍ଦୁଝର ଜନଜାତି ସଂସ୍କୃତି ଉପରେ ଆୟୋଜିତ ଜାତୀୟ ପାଠ୍ୟଚକ୍ର ରେ ରାଷ୍ଟ୍ରପତି ସାମିଲ ହେବେ । ସେହିପରି ଭୁବନେଶ୍ବର ଗସ୍ତ କରି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ-ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ, ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ

ଗସ୍ତର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ମୟୂରଭଞ୍ଜରର ଅଧିଷ୍ଠାତ୍ରୀ ଦେବୀ ଖିଚିଂସ୍ଥିତ ମା' କୀଚକେଶ୍ବରୀ ମନ୍ଦିରରେ ମା'ଙ୍କ ଦର୍ଶନ କରିବା ସହ ରାଇରଙ୍ଗପୁରର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ କେନ୍ଦ୍ର ସରକାରଙ୍କ ହୋଲିଡେ ହୋମ୍ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ହୋଲିଡେ ହୋମର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏଥି ସହିତ ଜିଲ୍ଲାର କିଛି ପ୍ରକଳ୍ପର ଶିଳାନ୍ୟାସ ଭର୍ଚ୍ଚୁଆଲ ମାଧ୍ୟମରେ କରିଥିଲେ। ପରେ ସେଠାରୁ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ଯାଇ ନିଜ ସାନ ଭାଇ ଭାଉଜଙ୍କ ସହିତ ବାସଭବନ ରେ ରାତ୍ରୀଭୋଜନ ଓ ରାତ୍ରୀଯାପନ କରିଥିଲେ। ଆଜି ସକାଳୁ ମହାମହିମ ନିଜ ବାସଭବନରେ ଜଳଖିଆ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Feb 29, 2024, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.