ETV Bharat / state

କେନ୍ଦୁଝରରେ ରାଷ୍ଟ୍ରପତି, ଆଦିମ ଜନଜାତି ଜୁଆଙ୍ଗଙ୍କ ସହ କଲେ ଭାବ ବିନିମୟ - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

President Droupadi Murmu in Kendujhar: ଗୋନାସିକା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଦିମ ଜନଜାତି ଜୁଆଙ୍ଗଙ୍କ ସହ ଭାବବିନିମୟ କଲେ ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

କେନ୍ଦୁଝରରେ ରାଷ୍ଟ୍ରପତି
କେନ୍ଦୁଝରରେ ରାଷ୍ଟ୍ରପତି
author img

By ETV Bharat Odisha Team

Published : Feb 29, 2024, 3:44 PM IST

Updated : Feb 29, 2024, 4:16 PM IST

କେନ୍ଦୁଝରରେ ରାଷ୍ଟ୍ରପତି

କେନ୍ଦୁଝର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ । କେନ୍ଦୁଝର ଗସ୍ତ କରିଥିଲେ ମାଡାମ୍ ପ୍ରେସିଡେଣ୍ଟ । ତେବେ ଗସ୍ତ ସମୟରେ ଆଦିମ ଜନଜାତି ଜୁଆଙ୍ଗଙ୍କ ସହ ଭାବବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମସ୍ତେ ପାଠ ପଢ଼ି ଶିକ୍ଷିତ ହେଲେ ନିଜର ନିଜ ଅଞ୍ଚଳର ଉନ୍ନତି ହେବା ସହ ଦେଶର ଉନ୍ନତି ହେବ ବୋଲି କହିଥିଲେ ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ମଧ୍ୟ ଉପସ୍ଥିତ ରହିଛଡନ୍ତି ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଦିନ ୧୦ ଟା ୫ ମିନିଟ୍ ସମୟରେ ରାଇସୁଆଁରେ ବିମାନ ଯୋଗେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ଆସି ୧୦ଟା ୫୨ ମିନିଟରେ ଗୋନାସିକା ସରକାରୀ ଉଚ୍ଚ ବିଦ୍ୟାଳୟ ସଭାସ୍ଥଳୀରେ ଯୋଗ ଦେଇଥିଲେ । ମହାମହିମ ରାଷ୍ଟ୍ରପତି ପହଞ୍ଚି ପରେ ରାଷ୍ଟ୍ରପତିଙ୍କୁ ଜୁଆଙ୍ଗ ସଂପ୍ରଦାୟର ପାରମ୍ପରିକ ଚାଙ୍ଗୁ, ବାଦ୍ୟ ବଜାର ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ ସଭାରେ ଉପସ୍ଥିତ ୫ଟି ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଲୋକଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ଏହି ସମୟରେ ଗ୍ରାମର ଉନ୍ନତି ବିଷୟରେ ଅବଗତ କରାଇଥିଲେ ସ୍ଥାନୀୟ ବାସିନ୍ଦା ।

ଜୁଆଙ୍ଗ ଜନଜାତି କହିଥିଲେ, "ପୂର୍ବରୁ ଗ୍ରାମକୁ ରାସ୍ତା ନଥିଲା । ଏବେ ଗ୍ରାମକୁ ଭଲ ରାସ୍ତା ହୋଇ ପାରିଛିି । ଆଙ୍ଗନବାଡି ଅଛି ଏବଂ ଗ୍ରାମର ମଧ୍ୟ ଉନ୍ନତି ହୋଇଛି । " ଏହା ପରେ ରାଷ୍ଟ୍ରପତି ଉପସ୍ଥିତ ଜନଜାତିର ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ । କେତେ ଲୋକ କେତେ ପାଠ ପଢ଼ିଛନ୍ତି ପଚାରି ବୁଝିଥିଲେ । କିଏ ରାଜନୀତି କରୁଛନ୍ତି, କିଏ ଚାକିରି ବ୍ୟବସାୟ କରୁଛନ୍ତି ବୋଲି ପଚାରି ବୁଝିଥିଲେ ରାଷ୍ଟ୍ରପତି । ଏହାପରେ ସେମାନେ କିଭଳି ଉନ୍ନତି କରିବ ସେ ବିଷୟରେ ଉପଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: କେନ୍ଦୁଝରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉତ୍ପାଦିକା ସଂଘ ସହ ଆଲୋଚନା, ଜନଜାତି ସଂସ୍କୃତି କାର୍ଯ୍ୟକ୍ରମରେ ହେବେ ସାମିଲ

ପାଠ ପଢାକୁ ନେଇ ଅନେକ ଉପଦେଶ ଦେଇଥିଲେ ଦ୍ରୌପଦୀ ମୁର୍ମୁ । ସମସ୍ତେ ପାଠ ପଢ଼ି ଶିକ୍ଷିତ ହେବାକୁ ଉପଦେଶ ଦେଇଥିଲେ । ସମସ୍ତେ ପାଠ ପଢ଼ି ଶିକ୍ଷିତ ହେଲେ ନିଜର ନିଜ ଅଞ୍ଚଳର ଉନ୍ନତି ହେବା ସହ ଦେଶର ଉନ୍ନତି ହେବ ବୋଲି କହିଥିଲେ । ରାଷ୍ଟ୍ରପତି ଜନଜାତି ସଂପ୍ରଦାୟଙ୍କ ପାଇଁ ନିଜ ଜମି ଦାନ କରିଥିବା କହିଥିଲେ । ଶେଷରେ ଜୁଆଙ୍ଗ ସର୍ଦ୍ଦାରମାନଙ୍କୁ ବିର୍ଷା ମୁଣ୍ଡା, ରାମ ଲକ୍ଷ୍ମଣ ଆଦିଙ୍କ ପ୍ରତିମୂର୍ତ୍ତି ଓ ଉପଢୌକନ ପ୍ରଦାନ କରିଥିଲେ । ଏହା ପରେ ରାଷ୍ଟ୍ରପତି ସର୍କିଟ ହାଉସ ଯାଇ ସେଠାରେ ବିଶ୍ରାମ ନେଇ କେନ୍ଦୁଝରରେ ଧରଣୀଧର ବିଶ୍ବବିଦ୍ୟାଳୟରେ ଜନଜାତିଙ୍କର ଏକ ୨ ଦିନିଆ ପ୍ରଦର୍ଶନୀ ଓ ଆଲୋଚନାଚକ୍ରକୁ ଉଦଘାଟନ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

Last Updated : Feb 29, 2024, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.