ETV Bharat / state

10ରେ ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ, ପ୍ରସ୍ତୁତିରେ ଲାଗିଛନ୍ତି କାରିଗର - Sri Mandira

Prepartion for Padma Besa Of Lord Jagannath : ଆସନ୍ତା ୧୦ ତାରିଖ (ଶନିବାର)ରେ ହେବାକୁ ଯାଉଛି ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ଯାହା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କାରିଗର । ଅଧିକ ପଢନ୍ତୁ

ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ
ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ
author img

By ETV Bharat Odisha Team

Published : Feb 6, 2024, 6:42 PM IST

ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆସନ୍ତା ୧୦ ତାରିଖ (ଶନିବାର)ରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ଏହାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କାରିଗର । ପଦ୍ମବେଶ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ବେଶ କାରିଗରମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ବେଶ ନିଷ୍ଠାର ସହ ହବିଷାନ୍ନ ଗ୍ରହଣ କରି କାରିଗରମାନେ ବେଶ ନିର୍ମାଣରେ ଲାଗିଛନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ ଦର୍ଶନ କରିବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଭକ୍ତ ।

୧୦ ତାରିଖ ଶନିବାର ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ । କିମ୍ୱଦନ୍ତୀ ଅନୁଯାୟୀ ସନ୍ଥ ମନୋହର ଦାସଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବେଶରେ ଦର୍ଶନ ଦେଇଥିଲେ । ସେବେଠାରୁ ଭାଦ୍ରବ ଶୁକ୍ଳ ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଆସୁଛି । ପଣ୍ତୁ ପୂର୍ଣ୍ଣିମାଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତି ଆରମ୍ଭ ହୋଇଛି । ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଉଛି । ଏହି ବେଶ ନିର୍ମାଣ କାର୍ଯ୍ୟରେ ଦରଜି ଓ ଚିତ୍ରକାର ସେବକ ମଧ୍ୟ ନିୟୋଜିତ ହୋଇଥାନ୍ତି । ଆବଶ୍ୟକ ସୋଲ ସଂଗ୍ରହ କରାଯାଇ ତାକୁ କଟାଯିବା ପରେ ପରସ୍ତ ପରସ୍ତ କରି ଯୋଡ଼ାଯାଇ ଶ୍ରୀମୁଖ ପଦ୍ମ ଆକୃତିର ପ୍ରସ୍ତୁତ କରାଯାଏ । କରପଲ୍ଲଭ, ହଂସ ଓ ଡାଳିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଶ୍ରୀମୁଖ ପଦ୍ମ ଯୋଡ଼ାଯିବା କାର୍ଯ୍ୟ ଖୁବଶୀଘ୍ର ଶେଷ ହୋଇଯିବ ବୋଲି ଶ୍ରୀମନ୍ଦିର ପାରମ୍ପାରିକ ବେଶ କାରିଗର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..... ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ; ପରିକ୍ରମା ପ୍ରକଳ୍ପରେ ଭକ୍ତ ଦେଖିବେ କାଳିଆର ୨୫ ବେଶ

କିମ୍ୱଦନ୍ତୀ ଅନୁଯାୟୀ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ମନୋହର ଦାସ ଶୀତ ଦିନରେ ପୁଷ୍କରିଣୀରୁ ପଦ୍ମ ଫୁଲ ନିଜ ଗାମୁଛାରେ ସଂଗ୍ରହ କରି ମହାପ୍ରଭୁଙ୍କ ଲାଗି ପାଇଁ ଆଣିଥିଲେ । ତେବେ ସେହି ଫୁଲଗୁଡ଼ିକ ସବୁ ମଳିନ ପଡ଼ିଯାଇଥିବାରୁ ସେଠାରେ ଥିବା ପଣ୍ତାମାନେ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ । କିନ୍ତୁ ଲୀଳାମୟ ଠାକୁର ମହାପ୍ରଭୁ କାଳିଆ ସାଆନ୍ତଙ୍କ ଲୀଳା ହେଉଛି ଅପାର । ସେହିଦିନ ରାତିରେ ଗଜପତିଙ୍କୁ ମହାପ୍ରଭୁ ସ୍ୱପ୍ନାଦେଶ ଦେଇ କହିଥିଲେ ସନ୍ଥ ମନୋହର ଦାଶ ମୋର ଭକ୍ତ । ସେ ଶ୍ରଦ୍ଧାରେ ଆଣିଥିବା ପଦ୍ମ ଫୁଲକୁ ଆଣି ତାଙ୍କ ଠାରେ ଲାଗି କରିବା ପାଇଁ । ପରେ ରାଜା ସନ୍ଥ ମନୋହର ଦାସଙ୍କୁ ସସମ୍ମାନରେ ଆଣି ସେ ଆଣିଥିବା ପଦ୍ମ ଫୁଲକୁ ନେଇ ମହାପ୍ରଭୁଙ୍କ ବଡ ସିଂହାର ବେଶରେ ଲାଗି କରିଥଲେ । ସେହି ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିବର୍ଷ ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହେଉଛି । ଅନ୍ୟପଟେ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆସନ୍ତା ୧୦ ତାରିଖ ସଂନ୍ଧ୍ୟା ସମୟରେ ଏହି ବେଶ ଶ୍ରୀମନ୍ଦିରକୁ ନିଆଯିବ । ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ସଜ୍ଜିତ ହେବାକୁ ଥିବାବେଳେ ୧୧ ତାରିଖ ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.