ETV Bharat / state

ବଢୁଛି ତାତି, ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବାକୁ ବୌଦ୍ଧରେ ପ୍ରସ୍ତୁତି

author img

By ETV Bharat Odisha Team

Published : Mar 2, 2024, 7:57 AM IST

Preparatory Meeting For Summer Season: ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ଋତୁକୁ ମୁକାବିଲା କରିବା ପାଇଁ ପ୍ରଶାସନ ତରଫରୁ ବସିଲା ବୈଠକ । ବ୍ୟକ୍ତିଗତ ସ୍ତରରେ ସଚେତନ ରହିବାକୁ ପରାମର୍ଶ ଦେଲା ପ୍ରଶାସନ ।ଅଧିକ ପଢନ୍ତୁ

ବୌଦ୍ଧରେ ବଢୁଛି ତାତି , ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଉତ୍ତାପ । ମହାନଦୀ କୂଳରେ ଅବସ୍ଥିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲ ସମ୍ପଦ ଦିନକୁ ଦିନ ହ୍ରାସ ପାଉଥିବାରୁ ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପ ବୃଦ୍ଧି ପାଉଛି । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାସହ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରେ ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ । ବର୍ତ୍ତମାନ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ଋତୁର ଉତ୍ତାପ ଆରମ୍ଭ ହୋଇଗଲାଣି । ଜିଲ୍ଲାର ଗୋଟିଏ ପଟରେ ମହାନଦୀର ବାଲୁକା ଶଯ୍ୟା ଉତ୍ତାପ ବୃଦ୍ଧିରେ ସହାୟକ ହେଉଥିବା ବେଳେ ଜିଲ୍ଲାର ଅନ୍ୟଭାଗକୁ ଘେରି ରହିଥିବା ଜଙ୍ଗଲ ସମ୍ପଦ ଦିନକୁ ଦିନ ହ୍ରାସ ପାଉଥିବାରୁ ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପ ବୃଦ୍ଧି ପାଉଛି । ଏହାଛଡା ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବନାଗ୍ନି ଯୋଗୁଁ ଏଭଳି ଉତ୍ତାପ ବୃଦ୍ଧି ପାଉଛି ।

ବୌଦ୍ଧ ବନଖଣ୍ଡ ପକ୍ଷରୁ ଗତକାଲି ଠାରୁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବନାଗ୍ନି ରୋକିବାକୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଋତୁରେ ପାନୀୟଜଳକୁ ନେଇ ସମସ୍ୟା ଲାଗି ରହୁଥିବା ବେଳେ ଜଙ୍ଗଲ ଅଞ୍ଚଳରେ ଜଳସ୍ତର ହ୍ରାସ ଯୋଗୁଁ ବନ୍ୟଜନ୍ତୁଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ । ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଗ୍ରୀଷ୍ମ ପ୍ରବାହକୁ କିଭଳି ମୁକାବିଲା କରାଯାଇ ପାରିବ ସେଥିପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଠିକ ଗ୍ରୀଷ୍ମ ଋତୁ ସମୟରେ ସାଧାରଣ ନିର୍ବାଚନ ଥିବା ହେତୁ କିଭଳି ପାନୀୟଜଳ ଓ ସ୍ଵାସ୍ଥ୍ୟସେବା ଲୋକଙ୍କୁ ମିଳିପାରିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ......ଶୁଆକାଠି ଗୁହାଲଡ଼ିହି ରେଳ ପ୍ରକଳ୍ପକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ

ସେହିପରି ଅଂଶୁଘାତକୁ କିପରି ମୁକାବିଲା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି । ଚଳିତ ବର୍ଷ ନିର୍ବାଚନୀ ବର୍ଷ ରହିଥିବାରୁ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ସଚେତନ ରହିବାକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସାନ । ସରକାରୀ ସ୍ତରରେ ମଧ୍ୟ ସଚେତନା କାର୍ଯ୍ୟକ୍ରମ କରାଯିବ । ସେହିପରି ସକାଳ ୧୦ଟାରୁ ଅପରାହ୍ନ ୩ ପର୍ଯ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନ ବାହାରିବା ପଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.