ETV Bharat / state

୧୨ରେ ନୂଆ ସରକାର ଶପଥ ଗ୍ରହଣ ଉତ୍ସବ, VVIPଙ୍କ ପାଇଁ ବିମାନବନ୍ଦରରେ ଜୋରଦାର ପ୍ରସ୍ତୁତି - Biju Patnaik International Airport

Biju Patnaik International Airport Authorities: ଆସନ୍ତା 12 ତାରିଖରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବେ ନୂତନ ମନ୍ତ୍ରୀ ପରିଷଦ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ VVIP ଯୋଗଦେବେ । ଯାହାକୁ ନେଇ ଭୁବନେଶ୍ବର ବିମାନବନ୍ଦର ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଅଧିକ ପଢ଼ନ୍ତୁ

Biju Patnaik International Airport
Biju Patnaik International Airport (ETV Bharat Odisha)
author img

By ETV Bharat Odisha Team

Published : Jun 10, 2024, 5:54 PM IST

ଭୁବନେଶ୍ବର: ରାଜ୍ୟରେ ଗଢ଼ିବ ନୂଆ ସରକାର । ଆସନ୍ତା 12ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବେ ନୂତନ ମନ୍ତ୍ରୀ ପରିଷଦ । ଏନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି । ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ VVIP ଆସିବାକୁ ଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଏସଓପି (SOP) ଅନୁସାରେ ପଦକ୍ଷେପ ନିଆଯାଉଛି । ରାଜ୍ୟ ପ୍ରଶାସନ ଓ ବିଭିନ୍ନ ସୁରକ୍ଷା ଏଜେନ୍ସି ସହ ମିଳିତ ସହଯୋଗରେ କାମ କରାଯାଉଛି ।

୧୨ରେ ନୂଆ ସରକରା ଶପଥ ଗ୍ରହଣ ଉତ୍ସବ (ETV Bharat Odisha)

ଏନେଇ ଭୁବନେଶ୍ଵର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, "ପୂର୍ବରୁ ଆମେ ୧୦ ତାରିଖ ପାଇଁ ପ୍ରସ୍ତୁତ ଥିଲୁ । କିନ୍ତୁ ଏବେ ୧୨ ତାରିଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ ବୋଲି ଶୁଣିବାକୁ ମିଳୁଛି । ତେଣୁ ସେଥିପାଇଁ ମଧ୍ୟ ବିମାନବନ୍ଦର ପ୍ରସ୍ତୁତ ରହିଛି । ବିମାନବନ୍ଦରରୁ ସହର ଭିତରକୁ VVIPଙ୍କ ଯାତାୟାତ ଯେପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଏହାରି ମଧ୍ୟରେ କୌଣସି ଯାତ୍ରୀଙ୍କ ଯେପରି ବିମାନବନ୍ଦରକୁ ପ୍ରବେଶ ଏବଂ ପ୍ରସ୍ଥାନ କରିବାକୁ ଅସୁବିଧା ନହୁଏ ସେନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଉଛି । ଏହାସହ ବିମାନ, ଚାଟାର୍ଡ ବିମାନ ଓ ହେଲିକପ୍ଟର ଆଦି ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଇଲେକ୍ସନ ସମୟରେ କେନ୍ଦ୍ରରୁ ଅନେକ ବିଜେପି ନେତା ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶା ଗସ୍ତରେ ଆସିଛନ୍ତି ।"

ସୂଚନା ଅନୁଯାୟୀ, ରାଜ୍ୟରେ ନୂଆ ସରକାର ଗଢ଼ିବ ବିଜେପି । ଏହାସହ ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଖିବେ ରାଜ୍ୟବାସୀ । ଏନେଇ ଆସନ୍ତା ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜୟୀ ବିଧାୟକମାନେ ମଧ୍ୟ ଶପଥ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏଥିସହ ଭୁବନେଶ୍ୱରରେ ରୋଡ୍‌ ସୋ’ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ଏହି ରୋଡ୍‌ ସୋ’ କରାଯିବାର କାର୍ଯ୍ୟକ୍ରମ ରହିଛି । ରୋଡ୍‌ ସୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢୁଛି ସସପେନ୍ସ, ଲମ୍ବୁଛି ତାଲିକା: ଆସିଲା ଶପଥ ସମାରୋହ ସୂଚୀ - Odisha CM Race Suspense

ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ଜନତା ମୈଦାନରେ କରାଯାଉଛି । ସେଥିପାଇଁ ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍‌ ପୋଲିସ୍‌ । ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ କଡା ସୁରକ୍ଷା ବଳୟ ମଧ୍ୟରେ ରହିବ ରାଜଧାନୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.