ETV Bharat / state

ଆସିବ ଜନମତ, ଗଣତି ପାଇଁ ବିଭିନ୍ନ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି - Vote Counting Preparations

author img

By ETV Bharat Odisha Team

Published : Jun 3, 2024, 11:07 PM IST

Vote Counting Preparations:ଭୋଟ ଗଣତି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଜାଣନ୍ତୁ କେଉଁଠି କିପରି ବ୍ୟବସ୍ଥା ରହିଛି ।

Vote Counting Preparations
Vote Counting Preparations (ETV Bharat Odisha)

ପୁରୀ/ବ୍ରହ୍ମପୁର/ଭଦ୍ରକ/କୋରାପୁଟ/ଜଗତସିଂହପୁର: ଆସନ୍ତାକାଲି ହେବ ଭୋଟ ଗଣତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ଗଣତି ପ୍ରକ୍ରିୟା କିପରି ସୁରୁଖୁରରେ ହେବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରିଛନ୍ତି ସମସ୍ତ ଜିଲ୍ଲାର ପ୍ରଶାସନ ।

ପୁରୀ: ପୁରୀ ଜିଲ୍ଲା ତଥା ଲୋକସଭା କ୍ଷେତ୍ରର 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟ ପରିସର, ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବ୍ରହ୍ମଗିରି, ନିମାପଡା,କାକଟପୁର ଓ ପିପିଲି ନିର୍ବାଚନ ମଣ୍ଡଳୀ ଭୋଟ ଗଣତି ହେବ । ତେବେ ଭୋଟ ଗଣତିକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ କାଉଣ୍ଟିଙ୍ଗ ସେଣ୍ଟର ଚତୁଃପାର୍ଶ୍ଵରେ ୧୪୪ ଧାରା ଜାରି କରାଯାଇଛି । କାଉଣ୍ଟିଂ ହଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ । ୩ଟି ହଲ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ, ୨ କମ୍ପାନୀ ସିଏପିଏଫ, ୨ ପ୍ଲାଟୁନ ସିଆରପିଏଫ ମୁତୟନ କରାଯାଇଛି । ବିଜୟ ଶୋଭାଯାତ୍ରା ଉପରେ ପ୍ରଶାସନ କଟକଣା ଲଗାଇଛି । ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି, ଯାହାକି ୯୦ ଦିନ ଅର୍ଥାତ୍ ଅଗଷ୍ଟ ୨୯ ତାରିଖ ଯାଏଁ ବଳବତ୍ତର ରହିବ ।

ବ୍ରହ୍ମପୁର: ଗଞ୍ଜାମର ୨ ଲୋକସଭା ଏବଂ ୧୩ ବିଧାନସଭା ପାଇଁ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରରେ ହେବ କଡା ସୁରକ୍ଷାରେ ହେବ ଭୋଟ୍ ଗଣତି । ସହରର ଉମାଚରଣ ପଟ୍ଟନାୟକ (ୟୁସିପି) ଇଞ୍ଜିନିୟରିଂ ସ୍କୁଲରେ ଗୋଟିଏ ଓ ସରକାରୀ ପଲିଟେକନିକ ୪ଟି ମିଶାଇ ମୋଟ ୫ ଟି , ଛତ୍ରପୁରର ଅନ୍‌ସ୍ଲୋ ସରକାରୀ ହାଇସ୍କୁଲରେ ୫ ଟି ଏବଂ ଭଞ୍ଜନଗର କେଏସ୍‌ୟୁବି କଲେଜଠାରେ ୩ ଟି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁରର ପଲିଟେକ୍ନିକରେ ବ୍ରହ୍ମପୁର, ଗୋପାଳପୁର, ଦିଗପହଣ୍ଡି ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି ହେବ । ଛତ୍ରପୁର ଅନ୍‌ସ୍କୋ ସରକାରୀ ହାଇସ୍କୁଲରେ କବିସୂର୍ଯ୍ୟନଗର, ଖଲ୍ଲିକୋଟ, ପୋଲସରା, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି ହେବ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ବିଧାୟକ ପାଇଁ ୮ଟି ଓ ସାଂସଦଙ୍କ ପାଇଁ ୮ଟି କାଉଣ୍ଟିଂ ଟେବୁଲ ରହିଛି । ରାଜନୈତିକ ଦଳର ଏଜେଣ୍ଟମାନଙ୍କ ଉପସ୍ଥିତିରେ ଗଣତି କରାଯିବ । ପ୍ରତ୍ୟେକ ଟେବୁଲରେ ୩ରୁ ୪ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗଣତି କେନ୍ଦ୍ର ଭିତରକୁ ମୋବାଇଲ୍ ନେବା ଉପରେ କଟକଣା ହୋଇଛି ।

ଭଦ୍ରକ: ଜିଲ୍ଲା ପ୍ରଶାସନ ପକ୍ଷରୁ 2 ଟି ସ୍ଥାନରେ ସ୍ଵତନ୍ତ୍ର ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଲୋକସଭା ଆସନ ରେ ଥିବା 257 ବୁଥର 514 ଟି ଇଭିଏମ ଏବଂ ଭିଭିପାଟ ପାଇଁ ସଂସ୍କୃତି ଭବନରେ ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା କରାଯାଇଛି। ଗଣତି ପାଇଁ ଏହି ଷ୍ଟ୍ରଙ୍ଗ ରୁମ୍ ଦ୍ୱୟକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ଯ ନଜର ରଖାଯାଇଛି। ଆସନ୍ତାକାଲି ସକାଳ 8 ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ ଗଣା ଯିବା ପରେ ଇଭିଏମରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ କରାଯିବ ।

କୋରାପୁଟ: କୋରାପୁଟ ସରକାରୀ ମହାବିଦ୍ୟାଳୟ ରେ କୋରାପୁଟ, ପଟ୍ଟାଙ୍ଗି, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସମେତ ଲୋକ ସଭା ପାଇଁ ଭୋଟ ଗଣତି କରାଯିବ l ଆସନ୍ତାକାଲି ସକାଳ 8 ଟାରୁ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ କରାଯିବ ବୋଲି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ସୂଚନା ଦେଇଛନ୍ତି l ଜିଲ୍ଲା ପୋଲିସ, ରାଜ୍ୟ ସୁରକ୍ଷା ବାହିନୀଙ୍କ ସମେତ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ l ପ୍ରତି ନିର୍ବାଚନ ମଣ୍ଡଳୀର ଭୋଟ ଗଣତିରେ ବିଏସଏଫର ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ଆଜି ସନ୍ଧ୍ୟାରୁ ଷ୍ଟ୍ରଙ୍ଗ ରୁମ ଠାରୁ 200 ମିଟର ଭିତରେ 144 ଜାରି କରାଯାଇଛି l ଗେଟ ଭିତରକୁ ପ୍ରବେଶ କରିବା ସମୟରେ ବିନା ପରିଚୟ ପତ୍ରରେ ପ୍ରବେଶ ଉପରେ ନିଷେଧ ରହିଛି l ସକାଳ 6 ଟାରୁ ପ୍ରଶାସନିକ, ପୋଲିସ, ଏଜେଣ୍ଟମାନେ ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ l ଆସନ୍ତାକାଲି ସକାଳ 8 ଟାରୁ ଭୋଟ ଗଣତି ଆରମ୍ଭ କରାଯିବ l ପ୍ରୋସେସନ ପାଇଁ କଟକଣା ଜାରି କରାଯାଇଛି ବୋଲି ଏସପି ଅଭିନବ ସୋନକର ସୂଚନା ଦେଇଛନ୍ତି l

ଏହା ବି ପଢନ୍ତୁ...BJB କ୍ୟାମ୍ପସରେ ଭୋଟ ଗଣତି: LED ସ୍କ୍ରିନ ଓ DJରେ ହେବ ଫଳାଫଳ ଘୋଷଣା - Special Arrangement For Counting

ଜଗତସିଂହପୁର: ଇଭିଏମ ଭିଭିପ୍ୟାଟ ଗୁଡିକ ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରେ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ସିଲ କରାଯାଇ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଆସନ୍ତାକାଲି ସକାଳ ୮ ଟାରୁ ପୋଷ୍ଟାଲ ବାଲଟ ଓ ୮ଟା୩୦ରେ କଣ୍ଟ୍ରୋଲ ୟୁନିଟ୍ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନସାଧାରଣଙ୍କ ଅବଗତି ନିମନ୍ତେ କଲେଜ ମୁଖ୍ୟ ଫାଟକ ନିକଟରେ ଫଳାଫଳ ଘୋଷଣାର ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରତ୍ୟେକ ରାଉଣ୍ଡର ଫଳାଫଳ LED ସ୍କ୍ରିନ୍ ମାଧ୍ୟମରେ ମୁଖ୍ୟ ଫାଟକ ନିକଟରେ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି। କାଉଣ୍ଟିଂ ସେଣ୍ଟର ମଧ୍ୟକୁ କୌଣସି ବ୍ୟକ୍ତି ବିଶେଷ ମୋବାଇଲ ନେବାକୁ ବାରଣ କରାଯାଇଛି ।ଗଣମାଧ୍ୟମ ପ୍ରତିନିଧିମାନେ ମିଡିଆ ସେଲ ମଧ୍ୟରେ ମୋବାଇଲ ବ୍ୟବହାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଇଟିଭି ଭାରତ, ପୁରୀ/ବ୍ରହ୍ମପୁର/ଭଦ୍ରକ/କୋରାପୁଟ/ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.