ETV Bharat / state

ନିର୍ବାଚନ ପାଇଁ ରାଜ୍ୟ ପୋଲିସ ତୟାର: ଅରୁଣ ଷଡ଼ଙ୍ଗୀ

author img

By ETV Bharat Odisha Team

Published : Feb 1, 2024, 3:52 PM IST

Odisha Police: ନିର୍ବାଚନ ପାଇଁ ପ୍ରସ୍ତୁତ ଓଡ଼ିଶା ପୋଲିସ । ଶାନ୍ତି ଶୃଙ୍ଖଳାରେ 2024 ନିର୍ବାଚନ ସାରିବାକୁ ତୟାର ଥିବା କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ,

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରାଜ୍ୟ ପୋଲିସ

କଟକ : ନିର୍ବାଚନ ପାଇଁ ପ୍ରସ୍ତୁତ ହୋଉଛି ଓଡିଶା ପୋଲିସ । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ହେଉଛି ପୋଲିସର ମୁଖ୍ୟ କର୍ତ୍ତବ୍ୟ । ସେଥିପାଇଁ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନିର୍ବାଚନ ପ୍ରସ୍ତୁତି ପାଇଁ ତତ୍ପରତା ଦେଖାଇଛନ୍ତି ଅରୁଣ ଷଡ଼ଙ୍ଗୀ । କିପରି ସୁରୁଖୁରୁରେ ନିର୍ବାଚନ ହେବ ସେନେଇ ଆଲୋଚନା କରିଛନ୍ତି । ଆସନ୍ତା ନିର୍ବାଚନକୁ ଆଖିଆଗରେ ରଖି ଅରୁଣ ତାଙ୍କ ଟିମ ସହିତ ଏକ ବୈଠକ କରିଥିଲେ । ଯେଉଁଥିରେ ନିର୍ବାଚନ ପାଇଁ ପୋଲିସ ଏନଫୋର୍ସମେଣ୍ଟକୁ ବୃଦ୍ଧି କରାଯିବ। ୱାରେଣ୍ଟ ଥିବା ଅପରାଧୀମାନଙ୍କୁ ଧରିବା ସହ ମାଦବ ଦ୍ରବ୍ୟ ଉପରେ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।

୫ ଦିନ ଭିତରେ ୩୦ଟି ଜିଲ୍ଲାରେ ପାଖାପାଖି ୩ ହଜାର ୱାରେଣ୍ଟ କାର୍ଯ୍ୟକାରୀ କରିଛନ୍ତି। ଯାହା ଆଗକୁ ଅସାମାଜିକତାକୁ ମୁକ୍ତ କରିବା ସହ ନିର୍ବାଚନ ସମୟରେ ଅପରାଧ ମୁକ୍ତ ହୋଇ ପାରିବ ବୋଲି କହିଛନ୍ତି ଓଡ଼ିଶା ପୋଲିସ ମହା ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ପୂର୍ବରୁ କଟକ ପୋଲିସ ଡିଜି ମୁଖ୍ୟାଳୟରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସବୁ ଏସପିଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ନିର୍ବାଚନ ପୁର୍ବରୁ ପ୍ରାକ୍ ପୋଲିସ ପ୍ରସ୍ତୁତି ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଓ୍ବାରେଣ୍ଟ ଡ୍ରାଇଭ ,ପେସାଦାର ଅପରାଧୀଙ୍କ ତାଲିକା ପ୍ରସ୍ତୁତି, ନିଜ ଅଞ୍ଚଳର ସମ୍ବେଦନଶୀଳ ଅଞ୍ଚଳ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.... ବଲାଙ୍ଗୀର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଗୌରବ ଶିବାଜୀ ଇସଲୱାର, କହିଲେ ବିକାଶ କାର୍ଯ୍ୟକୁ ଗୁରୁତ୍ବ ଦେବି

ଏହାସହ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଇନଶୃଙ୍ଖଳା ପରିସ୍ଥିତି, ଭିଭିଆଇପି ଓ ଭିଆଇପିଙ୍କ ପାଇଁ କ‘ଣ ସବୁ ବ୍ୟବସ୍ଥା କରାଯାଇଛି , ସେନେଇ ସମସ୍ତ ପ୍ରକାର ଦିଗକୁ ନେଇ ଆଲୋଚନା ହୋଇଥିଲା । ଏପରିକି ବାଟାଲିୟନ ପୋଲିସ ଡିପ୍ଲୋୟମେଣ୍ଟ ଆଦି ଉପରେ ଆଲୋଚନା ଶେଷ ହୋଇଛି। ଏହାସହ ସୋସିଆଲ ମିଡିଆ ନିର୍ବାଚନୀ ଅପରାଧ, ମାଓ ଅଞ୍ଚଳରେ ନିର୍ବାଚନୀ ହିଂସା ରୋକିବା, ବେଆଇନ ମଦ କାରବାର, ବେଆଇନ ମାରଣାସ୍ତ୍ର ଚାଲାଣ , NDPS ମମମାଲ ଆଦି ଉପରେ ଆଲୋଚନା ହୋଇଥିଲା । ତେବେ ଏନେଇ ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି ଯେ, ‘‘ଦାଇତ୍ୱ ନେଲା ପରେ ସବୁ ଜିଲ୍ଲାର ଏସପି, ଡିଆଇଜି, ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରାଯାଇଛି । ମଦ ସହିତ ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ କରାଯିବ । ୱାରେଣ୍ଟ ଥିବା ଅପରାଧୀମାନଙ୍କୁ ଧରିବା ପାଇଁ ବ୍ୟବସ୍ଥା କରାଯିବ । ଯାହାକି ଆସନ୍ତା ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସହାୟକ ହେବ ।’’

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.