ETV Bharat / state

ହୋଲିରେ ରଙ୍ଗୀନ ହେବ ରାଉରକେଲା, ରଙ୍ଗ ଦୋକାନରେ ପ୍ରବଳ ଭିଡ଼ - holi preparations in rourkela

author img

By ETV Bharat Odisha Team

Published : Mar 24, 2024, 8:58 PM IST

Holi Preparation In Rourkela: ରଙ୍ଗର ପର୍ବ ପାଇଁ ରାଉରକେଲାବାସୀଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ। ରଙ୍ଗ କିଣିବା ପାଇଁ ବଜାରରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Holi Preparation In Rourkela
Holi Preparation In Rourkela
Holi Preparation In Rourkela

ରାଉରକେଲା: ହୋଲି ପାଇଁ ଉତ୍ସବମୁଖର ଦେଶ । ରାଜ୍ୟରେ ମଧ୍ୟ ଖୁବ ଧୁମଧାମରେ ପାଳନ ହେବ ଏହି ପର୍ବ । ରଙ୍ଗର ପର୍ବକୁ ଧୁମଧାମରେ ପାଳିବେ ରାଜ୍ୟବାସୀ । ତେବେ ଭାଇଚାରାର ପ୍ରତୀକ ଏହି ରଙ୍ଗର ପର୍ବ ପାଇଁ ରାଉରକେଲାବାସୀଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ । ଏହାକୁ ନେଇ ରଙ୍ଗର ଦୋକାନରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି । ରାଉରକେଲା ସହରର ବଜାରରେ ବିଭିନ୍ନ ପ୍ରକାରର ରଙ୍ଗର ପସରା ଦେଖିବାକୁ ମିଳିଛି । ଭଳିକି ଭଳି ରଙ୍ଗ ମଧ୍ୟରେ ବର୍ତ୍ତମାନ ହର୍ବାଲ ରଙ୍ଗର ଚାହିଦା ଅଧିକ ରହିଛି । ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢି ସମସ୍ତେ ନୂଆ ଲୋକଙ୍କୁ ହର୍ବାଲ ରଙ୍ଗ କିଣି ନେଉଥିବା ଦେଖିବାକୁ ମିଳିଛି ।

ହର୍ବାଲ ରଙ୍ଗର ଚାହିଦା ଅଧିକ ଥିବାରୁ ଏହାକୁ ନଜରରେ ରଖି ଭଲ ରୋଜଗାର ଆଶାରେ ବ୍ୟବସାୟୀ । ସେମାନେ ଏଥର ବିଭିନ୍ନ କିସମର ହର୍ବାଲ ରଙ୍ଗ ରଖିଥିବା କହିଛନ୍ତି । ବିଶେଷ କରି ଚଳିତ ବର୍ଷ ହର୍ବାଲ ରଙ୍ଗର ଚାହିଦା ଅଧିକ ରହିଛି । ସୂଚନା ଅନୁସାରେ, ରାଉରକେଲାର ଡେଲି ମାର୍କେଟ୍, ଉଦିତନଗର, ବାସନ୍ତୀ କଲୋନୀ, ଛେଣ୍ଡ, ସେକ୍ଟର-୧୮ ମାର୍କେଟ୍, ଇସ୍ପାତ ମାର୍କେଟ୍, ସେକ୍ଟର-୨ ମାର୍କେଟ୍, କୋଏଲ ନଗର, ଶକ୍ତିନଗର, ଝିରପାଣି, ବନ୍ଧମୁଣ୍ଡା ଅଞ୍ଚଳରେ ପଡିଛି ରଙ୍ଗର ଷ୍ଟଲ । ଦୋକାନରେ ବିଭିନ୍ନ ବ୍ରାଣ୍ଡର ଅବିର ସହ ଟୋପି, ଟି-ସାର୍ଟ, ମାସ୍କ ଓ ପିଚକାରୀ ଆଦି ବିକ୍ରି ହେଉଛି । ଛୋଟଠାରୁ ବଡ଼ ପ୍ୟାକେଟ୍ ପର୍ଯ୍ୟନ୍ତ ହର୍ବାଲ ରଙ୍ଗର ଦାମ ୪୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ହର୍ବାଲ ହୋଲିର ଆସର; କମଳା, ପାଳଙ୍ଗ ବିଟ୍ ରୁଟରୁ ପ୍ରସ୍ତୁତ ହେଲା ରଙ୍ଗ - Herbal Holi In Rourkela

ଏଥର ସ୍ବଦେଶୀ ରଙ୍ଗକୁ ଦିଆଯାଇଛି ଗୁରୁତ୍ବ । ଚାଇନା ପିକ୍‌କାରୀ ବିକ୍ରି ଖୁବ କମ୍ ପରିମାଣରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ରଙ୍ଗ ଖେଳିବାକୁ ସହରବାସୀ ପ୍ରସ୍ତୁତ ହେଉଥିବାବେଳେ ଅନ୍ୟପକ୍ଷରେ ଆଜି (ରବିବାର) ରାତି ୧୨ଟା ପରେ ହୋଲିକା ଦହନ କାର୍ଯ୍ୟକ୍ରମ ଚାଲିବ । ସେହିପରି ବିଭିନ୍ନ ସଂଗଠନ ପକ୍ଷରୁ ହୋଲି ପର୍ବ ପାଳନ ଲାଗି ଅନେକ ସ୍ଥାନରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ବର୍ତ୍ତମାନ ରାଉରକେଲା ରଙ୍ଗର ଉତ୍ସବରେ ରଙ୍ଗେଇ ହେବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ବଜାରରେ ଥିବା ରଙ୍ଗ ଦୋକାନରେ ଲୋକଙ୍କ ଭିଡ଼ ଜମିବା ସହ ବିକ୍ରିବଟା ଚାଲିଛି । ଯେଉଁଠି ହର୍ବାଲ ହୋଲିର ଚାହିଦା ଅଧିକ ରହିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.