ETV Bharat / state

ପଦାରେ ପଡିଲା ସରକାରୀ ବାହାସ୍ଫୋଟ, ଖଟିଆରେ ୨କିମି ବୁହା ହେଲେ ଆସନ୍ନ ପ୍ରସବା

author img

By ETV Bharat Odisha Team

Published : Mar 6, 2024, 10:36 PM IST

Pregnant woman carried on bed: ରାୟଗଡା ଜିଲ୍ଲାର ଭେଜାପଦର ଗାଁରେ ରାସ୍ତା ଟିଏ ନଥିବା ଯୋଗୁଁ ଗର୍ଭବତୀ ମହିଳା ୨ କିମି ଖଟିଆରେ ବୁହା ହେଲେ । ଭେଜାପଦର୍ ଗାଁ କୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି କଲିଆଚଞ୍ଚରା ଗାଁ ପାଖରେ ଅଟକି ରହିଥିଲା । ଅଧିକ ପଢନ୍ତୁ

ପଦାରେ ପଡିଲା ସରକାରୀ ବାହାସ୍ଫୋଟ, ଖଟିଆରେ ୨ କିମି ବୁହା ହେଲେ ଆସନ୍ନ ପ୍ରସବା

ରାୟଗଡା: ରାଜ୍ୟରେ ସରକାର ମୋ ହସ୍ପିଟାଲ, ବିଜୁ ସ୍ବାସ୍ଥ୍ୟ କାର୍ଡ ଭଳି ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରୁନି ଯୋଜନା । ଏହି କ୍ରମରେ ରାୟଗଡା ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମିବାର ନା ନେଉନାହିଁ । ଏଭଳି ଲଜ୍ୟାକର ଘଟଣା କୋଡ଼ିପାରି ପଞ୍ଚାୟତରୁ ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ଟିଏ ନଥିବା ଯୋଗୁଁ ଗର୍ଭବତୀ ମା ଟିଏ ୨ କିମି ଖଟିଆରେ ବୁହା ହେବାର ବିକଳଚିତ୍ର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କାଶିପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଭେଜାପଦର ଗାଁ ରେ ଜନ ମାଝି ନାମକ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ ... ବୌଦ୍ଧରେ ନାହାନ୍ତି ସ୍ପେଶାଲିଷ୍ଟ ଡାକ୍ତର, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ପ୍ରତିକ୍ରିୟା ରଖିଲେ ADMO

ଆମ୍ବୁଲାନ୍ସ ଆସିଥିଲା ସତ କିନ୍ତୁ ଭେଜାପଦର୍ ଗାଁ କୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି କଲିଆଚଞ୍ଚରା ଗାଁ ପାଖରେ ଅଟକି ରହିଥିଲା । ଫଳରେ କିଟି କିଟି ରାତି ଅନ୍ଧାରକୁ ପରିବାର ଲୋକଙ୍କ ସହ ଗ୍ରାମ ବାସୀ ଓ ଆଶା ଦିଦି ଦେବକୀ ନାଏକ ୨ କି.ମି ଖଟିଆରେ ପ୍ରସୂତିଙ୍କୁ ବୋହି ଭେଜାପଦର୍ ଠାରୁ କଲିଆଚଞ୍ଚରା ପର୍ଯ୍ୟନ୍ତ ଆଣଥିଲେ । ପରେ ଆମ୍ବୁଲାନ୍ସ ଯୋଗେ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତି କରାଯାଇଥିଲା ।

ସେଠାରେ ଜନ ମାଝିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାୟଗଡ଼ାକୁ ପଠାଇ ଦିଆଯାଇଛି । ସେଠାରେ ସେ ଗୋଟିଏ ଶିଶୁ ପୁତ୍ର ଜନ୍ମ କରିଥିବା କଥା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ମା ଓ ନବଜାତ ଶିଶୁପୁତ୍ର ଦୁହେଁ ସୁସ୍ଥ ରହିଥିବାର ଖବର ମିଳିଛି । ସୂଚନା ଥାଉକି ଭେଜାପଦର୍ ଗାଁ ପକ୍ଷରୁ ପ୍ରଶାସନ, ରାଜନେତାଙ୍କୁ ରାସ୍ତା ପାଇଁ ବାରମ୍ବାର ଗୁହାରି ପରେ ମଧ୍ୟ ନିଦ ଭାଙ୍ଗୁ ନ ଥିବାବେଳେ ଗାଁ ରୁ ମାତ୍ର ଅଳ୍ପ ଦୂରରେ ବାଫଳା ମାଳି ଖଣି ଅଛି । ତେବେ ଅଞ୍ଚଳର ବିକାଶ ପାଇଁ ସରକାର ଓ ଉତ୍କଳ ଆଲୁମିନା କମ୍ପାନୀକୁ ବାରମ୍ବାର ଗୁହାରି ପରେ ମଧ୍ୟ କର୍ଣ୍ଣପାତ କରୁନଥିବା କୋହିଛନ୍ତି ଗ୍ରାମ ବାସୀ । ଯଦି ସରକାର ପ୍ରତିଟି ଗାଁରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରି ପାରନ୍ତେ ତେବେ ଜନସାଧାରଣ ବହୁ ଉପକୃତ ହୁଅନ୍ତେ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.