ଝାରସୁଗୁଡ଼ା: ନିର୍ବାଚନ ପାଇଁ ଜୋର ଧରିଛି ପ୍ରସ୍ତୁତି । ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ ବିଜେପି ଗତକାଲି ଝାରସୁଗୁଡାରେ ତା’ର ଶକ୍ତି ପ୍ରଦର୍ଶନ କରିଛି । ମନମୋହନ ସ୍କୁଲ ଖେଳ ପଡିଆରୁ ଏକ ବିଶାଳ ରାଲି ବାହାରିଥିଲା । ପ୍ରମୋଦ ତ୍ରିପାଠୀ, ସଂଜୁ ପଣ୍ଡିତ, ମଞ୍ଜିତ ସିଂଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା ଏହି ଶୋଭାଯାତ୍ରା । ଏଥିରେ ଝାରସୁଗୁଡ଼ାର ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ସହର ପରିକ୍ରମା କରି ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହାସହ ଝାରସୁଗୁଡା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ଆୟୋଜନ କରାଯାଇଥିଲା । ବହୁ ସଂଖ୍ୟାରେ କର୍ମୀମାନେ ବିଜେଡ଼ି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୋଦି ଗ୍ୟାରେଣ୍ଟିର ଭରସା କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ରାଜ୍ୟ ଉପ ସଭାପତି ନାଉରି ନାୟକ, ରାଜ୍ୟ ଉପ ସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ଜିଲ୍ଲା ସଭାପତି ସୁନିଲ ପଣ୍ଡl, ବିମଳେନ୍ଦୁ ଭୋଲ, ଦିଲେଶ୍ଵର ରାଓ, ଡମ୍ୱରୁ ଧର କଣ୍ଟା, ମୋଜୀଲାଲ ଦଂଶନା, ବବଲୁ ସିଂ ପ୍ରମୁଖ ସାମିଲ ଥିଲେ । ସେହିପରି ଲଳିତ ମଗର, ସନ୍ତୋଷ ଯାଦବ,ପ୍ରଶାନ୍ତ ପଟେଲ, ବବଲୁ ଦାଶ ଓ ପ୍ରମୋଦ ତ୍ରିପାଠୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ମିଶ୍ରଣ ପର୍ବରେ ଟଙ୍କଧର ତ୍ରିପାଠୀ ସ୍ଥାନୀୟ ବିଧାୟିକାକୁ ତୀବ୍ର ସମାଲୋଚନା କରି କହିଛନ୍ତି, "ଝାରସୁଗୁଡାର ଗରିବ ଲୋକଙ୍କ ପାଖରେ ପିଇବାକୁ ପାଣି ନାହିଁ, ରହିବାକୁ ଘର ନାହିଁ । ବେରୋଜଗାର ବଢୁଥିବାବେଳେ ଝାରସୁଗୁଡ଼ାର ବିଧାୟିକା ଧନୀ ବିଧାୟକଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ।
ଏହି ମିଶ୍ରଣ ପର୍ବରେ ଜୟନ୍ତୀ ଗରୁଡ଼, ନିଖିଲ ଶର୍ମା, ରୋଷନ ତନ୍ତୀ, ଯଶୋବନ୍ତି ସାହୁ, ଅହଲ୍ୟା ସେଠ୍, ଲକ୍ଷ୍ମୀ ପାଣ୍ଡେ, ଯଦୁମଣି ନାୟକ, ପ୍ରଫୁଲ୍ଲ ପଟେଲ, ସିର୍ଜୀତ ନାୟକ, କୈଳାସ ନାୟକ, ମନୋଜ ଧନ୍ୱର, ବସନ୍ତୁ ସାହୁ, ମୁନୁ ନାୟକ , ସନ୍ତୋଷ ମହନ୍ତ ପ୍ରମୁଖ କର୍ମୀମାନେ ବିଜେପିରେ ମିଶିଛନ୍ତି । ସେହିପରି ଫକିର ଜୟପୁରୀୟା, ଯଦୁମଣି ପିଙ୍ଗ, ହରି ସାହାଣୀ, ଜନନୀ ସତ୍ମନି ଓ ଗୋପୀ କିସନଙ୍କ ସମେତ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକ ଆଜି ବିଜେଡି ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଝାରସୁଗୁଡ଼ା