ETV Bharat / state

ସାତସପନ ମହାନଦୀର ମଧୁର ମାଛ; ମତ୍ସ୍ୟଜୀବୀଙ୍କ ପେଟପାଟଣା ଉପରେ ପ୍ରଭାବ - Fishermens Livelihood Crisis - FISHERMENS LIVELIHOOD CRISIS

Polluted Mahanadi Water: ବିଷ ବଳୟରେ ମହାନଦୀ । ଲୁପ୍ତପ୍ରାୟ ଅନେକ ପ୍ରଜାତିର ମତ୍ସ୍ୟ ସମ୍ପଦ । ମହାନଦୀର ସେ ମଧୁର ମାଛ ଆଉ ମିଳୁନାହିଁ । ଅଧିକ ପଢ଼ନ୍ତୁ

Polluted Mahanadi Water
Polluted Mahanadi Water (ETV Bharat Odisha)
author img

By ETV Bharat Odisha Team

Published : Jun 28, 2024, 9:18 PM IST

ବୌଦ୍ଧ: ଚିନ୍ତାରେ ମତ୍ସଜୀବୀ । ମହାନଦୀରେ ଦିନକୁ ଦିନ ଜଳପ୍ରବାହ କମି ଆସୁଥିବା ବେଳେ ନଦୀପଠା ପୋତି ହେବାକୁ ଲାଗିଛି । ଦିନେ ମହାନଦୀର ମାଛ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମାଛ ବଜାରରେ କେବଳ ପୋଖରୀ ମାଛ ଓ ଅନ୍ୟ ରାଜ୍ୟରୁ ଆମଦାନୀ ବରଫ ମାଛ ଉପଲବ୍ଧ ହେଉଛି । ଏଭଳି ସ୍ଥିତିରେ ମହାନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବୌଦ୍ଧ ଜିଲ୍ଲାର ମତ୍ସ୍ୟଜୀବୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଛି ।

Polluted Mahanadi Water (ETV Bharat Odisha)

ଜଳବାୟୁ ପରିବର୍ତ୍ତନ ସହିତ ବିଷକ୍ରିୟା ଯୋଗୁଁ ଲୁପ୍ତପ୍ରାୟ ବିଭିନ୍ନ ପ୍ରଜାତିର ନଦୀ ମାଛ । ଏକଦା ମହାନଦୀ ମଧୁର ଜଳର ମାଛ ସାରା ରାଜ୍ୟରେ ଉପଲବ୍ଧ ହେଉଥିବା ବେଳେ ଏବେ ଆଉ ସେ ମହାନଦୀର ମଧୁର ମାଛ ଖାଇବାର ସୁଯୋଗ ମିଳୁନି । ଖାଲି ଯେ, ମାଛ ଖାଇବାକୁ ମିଳୁନି ତାହା ନୁହେଁ, ଏହା ସିଧାସଳଖ ମହାନଦୀ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ପେଟପାଟଣା ଉପରେ ପ୍ରଭାବ ପକାଇଛି । ଚିରସ୍ରୋତା ମହାନଦୀରେ ଜଳପ୍ରବାହ ହ୍ରାସ ପାଉଛି ଓ ନଦୀ ପଠା ଧିରେ ଧିରେ ପୋତି ହୋଇ ପଡ଼ୁଛି । ଏହାଛଡା ମହାନଦୀରେ ଆଉ ପୂର୍ବଭଳି ପର୍ଯ୍ୟାପ୍ତ ପରିମାଣରେ ମାଛ ମିଳୁ ନାହାନ୍ତି ।

ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ଜିଲ୍ଲାର ଜୀବନ ରେଖା ସହିତ ଅନେକ ସଂପ୍ରଦାୟର ଜୀବନ ଜୀବିକାର ମାଧ୍ୟମ ହୋଇ ରହିଆସିଛି । କେଉଟ, ଧୀବର, ଘିଙ୍ଗିରା ଓ ଝରା ଭଳି କେତେକ ସଂପ୍ରଦାୟ ସମ୍ପୂର୍ଣ୍ଣ ରୂପେ ମହାନଦୀ ଉପରେ ନିର୍ଭରଶୀଳ ରହିଆସିଛନ୍ତି । ଏହି ସଂପ୍ରଦାୟର ଅଧିବାସୀମାନେ ଅନେକ ବର୍ଷ ଧରି ମହାନଦୀ କୂଳରେ ବସବାସ କରିବା ସହିତ ମହାନଦୀରେ ଦେଶୀ ଡଙ୍ଗା ସାହାଯ୍ୟରେ ମାଛଧରି ଜୀବିକା ନିର୍ବାହ କରିଆସୁଛନ୍ତି । ଜିଲ୍ଲାର ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ମହାନଦୀ ପ୍ରବାହିତ ହେଉଥିବା ବେଳେ ଏହାର କୂଳରେ ବସବାସ କରୁଥିବା ମତ୍ସ୍ୟଜୀବୀମାନେ ମହାନଦୀରୁ ଛୋଟ ବଡ଼ ମାଛ ଧରିବା ସହିତ ସ୍ଥାନୀୟ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି ।

ତେବେ ବିଗତ କିଛି ବର୍ଷ ହେଲା ମହାନଦୀ ଧିରେ ଧିରେ ପୋତି ହୋଇ ପଡୁଥିବାରୁ ମହାନଦୀରେ ଜଳପ୍ରପାତ ହ୍ରାସ ପାଉଛି । ଅନ୍ୟପଟେ ମହାନଦୀରେ ବ୍ୟାପକ ମାତ୍ରାରେ ବିସ୍ଫୋରଣ ତଥା ବିଷ ପ୍ରୟୋଗ ଏବଂ ନିୟମ ଭାବରେ ମାଛମରା ଯୋଗୁଁ ମହାନଦୀରେ ଅନେକ ପ୍ରଜାତିର ମାଛ ବର୍ତ୍ତମାନ ଆଉ ମିଳୁ ନାହାନ୍ତି । ବିଂଶ ଶତାଦ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ମହାନଦୀର ବିଶାଳକାୟ କାତି ମାଛ ରାଜ୍ୟର ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଥିବା ବେଳେ ବର୍ତ୍ତମାନ ଖାସ ବୌଦ୍ଧ ଜିଲ୍ଲାର ବଜାରରେ ଛୋଟ ନଦୀ ମାଛ ଏକପ୍ରକାର ଉଭାନ ହୋଇଯାଇଛି । ପୂର୍ବରୁ ମହାନଦୀରେ ରୋହି, ମିରକାଳୀ, ଟୁରୁ, ମହାସିଙ୍ଗି, ଉଡସି, କନାଚି, ଗଜରୀ, ଜଳଙ୍ଗ ଓ ଥୁମ୍ବେଇ ଭଳି ଅନେକ ପ୍ରଜାତିର ମାଛ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିବା ବେଳେ ବର୍ତ୍ତମାନ ମହାନଦୀରୁ ଉଭାନ ହେବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଷାକ୍ତ ନଦୀଜଳ, ଭାସୁଛନ୍ତି କୁଢ କୁଢ ମଲା ମାଛ

ଥୁମ୍ବେଇ, ବାଇର ଭଳି କେତେକ ଦୁର୍ଲଭ ପ୍ରଜାତିର ନଦୀ ମାଛ କେବଳ ରାତିରେ ଅତି ଚତୁରତାର ସହିତ ଧରାଯାଇଥାଏ । ତେବେ ବର୍ତ୍ତମାନ ସମୟରେ ମହାନଦୀରେ ବ୍ୟାପକ ବିଷକ୍ରିୟା ତଥା ବେଆଇନ ବିସ୍ଫୋରଣ ଯୋଗୁଁ ଅନେକ ପ୍ରଜାତିର ମାଛ ଲୁପ୍ତପ୍ରାୟ ହୋଇଗଲେଣି । ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ମଧ୍ୟ ଏଭଳି ବେଆଇନ କାର୍ଯ୍ୟ ଯୋଗୁଁ ମାଛ ବଂଶ ବୃଦ୍ଧି ପାଉ ନଥିବା କହିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.